Advertisment

ବିଜେଡି V/S ବିଜେଡି; ଦିଗପହଣ୍ଡିରେ ହାଇଡ୍ରାମା, ଦଳ ହେଲା ଦୁଇ ଫାଳ

ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବ୍ଲକ ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ହେବାକୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ରାଜନୈତିକ ଦଳମାନଙ୍କୁ କୌଣସି ସୂଚନା ଦିଆ ନ ଯାଇ ଏହାକୁ ବନ୍ଦ କରି ଦିଆଯାଇଛି।

ଅଦ୍ୟତନ ହୋଇଛି
Tension Situation

Tension Situation

Advertisment

ବିଜେଡି V/S ବିଜେଡି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବିଜେଡି ହେଲା ଦୁଇ ଫାଳ। ବିଚ୍‌ ରାସ୍ତାକୁ ଓହ୍ଲାଇଲେ ଦୁଇ ଗୋଷ୍ଠୀ । ରାସ୍ତା ଉପରେ ମୁହାଁମୁହିଁ ହେଲେ ବିଜେଡି କର୍ମୀ । ପରସ୍ପରକୁ ଦୋଷାରୋପ କରିବାକୁ ପଛାଇଲେ ନାହିଁ। ଏପରିକି ଆବଶ୍ୟକ ପଡ଼ିଲେ ଦଳ ଛାଡ଼ି ଦେବାର ଚେତାବନୀ ଦେଇଛନ୍ତି ଗୋଟିଏ ଗୋଷ୍ଠୀ । ପୁଲିସ୍‌ ଉପସ୍ଥିତିରେ ଦିଗପହଣ୍ଡିରେ ଦେଖିବାକୁ ମିଳିଛି ରାଜନୈତିକ ହାଇଡ୍ରାମା।

Advertisment

ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁଯାୟୀ, ଆଜି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବ୍ଲକ ଅଧ୍ୟକ୍ଷ ପଦ ନିମନ୍ତେ ନିର୍ବାଚନ ହେବାକୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ରାଜନୈତିକ ଦଳମାନଙ୍କୁ କୌଣସି ସୂଚନା ଦିଆ ନ ଯାଇ ଏହାକୁ ବନ୍ଦ କରି ଦିଆଯାଇଛି। ଅଧ୍ୟକ୍ଷ ପଦ ହାତେଇବାକୁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା।

ଗୋଟିଏ ଗୋଷ୍ଠୀ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ରଙ୍କ ସପକ୍ଷରେ ଥିବା ବେଳେ ଅପର ଗୋଷ୍ଠୀ ବିପିନ ପ୍ରଧାନଙ୍କ ସପକ୍ଷରେ ରହିଛି। ଦୁଇ ମାସ ଆଗରୁ ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ମୃତ୍ୟୁ ପରେ ଆଜି ଉପନିର୍ବାଚନ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଭୋଟ ବାତିଲ କରାଯିବାରୁ ପରସ୍ପର ଉପରେ ତାତିଛନ୍ତି ବିଜେଡିର ଦୁଇ ଗୋଷ୍ଠୀ ।

Advertisment

ଏଥିରେ ଉତ୍ତ୍ୟକ୍ତ ହୋଇ ବିପିନ ପ୍ରଧାନଙ୍କ ସମର୍ଥକ ବ୍ଲକ ଅଫିସରେ ଧସେଇ ପଶିବାକୁ ଉଦ୍ୟମ କରିବା ସହ ଦୀର୍ଘ ସମୟ ରାସ୍ତାରୋକ କରିଥିଲେ।

ଦିଗପହଣ୍ଡି ବ୍ଲକରେ ୨୫ଟି ପଞ୍ଚାୟତ ଅଛି। ଦୀର୍ଘ ଦିନ ହେବ ବିପ୍ଲବ ପାତ୍ର ଓ ବିପିନ ପ୍ରଧାନଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଯେଉଁ ଗୋଷ୍ଠୀକୁ ବ୍ଲକ ଅଧ୍ୟକ୍ଷ ପଦ ମିଳିବ, ଆସନ୍ତା ନିର୍ବାଚନରେ ତାଙ୍କର ଦବଦବା ରହିବ ବୋଲି ଚର୍ଚ୍ଚା ହେଉଛି । ଏପରିକି ବିଧାୟକ ଟିକେଟ ମଧ୍ୟ ସେହି ଗୋଷ୍ଠୀକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ତେଣୁ ସେମାନେ ବ୍ଲକ ଅଧ୍ୟକ୍ଷ ବ୍ଲକ ହାତେଇବାକୁ ପ୍ରାଣପଣେ ଲାଗି ପଡ଼ିଛନ୍ତି। ବିପିନ ପ୍ରଧାନଙ୍କ ଗୋଷ୍ଠୀରେ ଥିବା ୧୪ ଜଣ ସମିତି ସଭ୍ୟ ତାଙ୍କ ଗାଁ ବୋମୋକାଇରେ ଥିବା ଜଣାପଡ଼ିଛି।

ଦିଗପହଣ୍ଡି ବ୍ଲକରେ ୨ ବର୍ଷ ହେଲାଣି ଗୁଣ୍ଡାରାଜ, ଅରାଜକତା ଚାଲିଛି। ଗୋଟିଏ ମାସ ହେଲା ଫୋନ୍‌ରେ ଧମକଚମକ ଦିଆଯାଉଛି। ଏବେ କାହାକୁ ନ ଜଣାଇ ନିର୍ବାଚନକୁ ବନ୍ଦ କରାଗଲା। ଆମ ଧନଜୀବନକୁ ଆମେ ସୁରକ୍ଷିତ ମଣୁନୁ। ତେଣୁ ତୁରନ୍ତ ପୁଲିସ୍‌ ସହାୟତା ଯୋଗାଇ ଦେବାକୁ ବହୁ ସମିତି ସଭ୍ୟ ଅନୁରୋଧ କରିଛନ୍ତି। 

ଆଜି ଦିଗପହଣ୍ଡିରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହେବା ନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ବିନା କୌଣସି ପୂର୍ବ ସୂଚନାରେ ତାହାକୁ ଆଜି ସ୍ଥଗିତ କରି ଦିଆଯାଇଛି। ଫଳରେ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ରାସ୍ତାକୁ ଓହ୍ଲାଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବହୁ ସଂଖ୍ୟାରେ ପୁଲିସ୍‌ କର୍ମୀ ମୁତୟନ ହୋଇଛନ୍ତି।

BjD Ganjam Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe