Advertisment

ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ, ଦଳକୁ ଦେଲେ ଏହି ଚ୍ୟାଲେଞ୍ଜ

ଚିତ୍ତରଞ୍ଜନ ମଣ୍ଡଳ ନର୍ଲା ବିଧାନସଭା ଆସନରୁ ଦଳୀୟ ଟିକେଟରେ ପ୍ରାର୍ଥୀ ହେବାକୁ ଇଚ୍ଛା କରିଥିଲେ।

Chittaranjan Mandal

Chittaranjan Mandal

Advertisment

ବିଜେଡିରୁ ଆଜି ଇସ୍ତଫା ଦେଇଛନ୍ତି ଚିତ୍ତରଞ୍ଜନ ମଣ୍ଡଳ। ସେ ଦଳର ରାଜ୍ୟ ସମ୍ପାଦକ ସହିତ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ସଭାପତି ଥିଲେ। ସେ ଦଳର ସମସ୍ତ ପଦପଦବୀ ସହିତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଚିତ୍ତରଞ୍ଜନ ମଣ୍ଡଳ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

Advertisment

ଚିତ୍ତରଞ୍ଜନ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ ବଡ଼ ଉତ୍ସାହର ସହିତ ସେ ବିଜେଡିରେ ଯୋଗ ଦେଇଥିଲେ। ନିଷ୍ଠାର ସହିତ ଦଳ ପାଇଁ କାର୍ଯ୍ୟ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ କିଛି ପଦକ୍ଷେପ ଓ ନିଷ୍ପତ୍ତି ତାଙ୍କୁ ଦୁଃଖିତ କରିଛି। ସେଥିପାଇଁ ସେ ଦଳଠାରୁ ଦୂରେଇ ଯାଉଛନ୍ତି।

ଚିତ୍ତରଞ୍ଜନ ମଣ୍ଡଳ ନର୍ଲା ବିଧାନସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହେବାକୁ ଇଚ୍ଛା କରିଥିଲେ। ଏକଥା ସେ ତାଙ୍କ ଇସ୍ତଫାପତ୍ରରେ ମଧ୍ୟ ଉଲ୍ଲେଖ କରିଛନ୍ତି। ତେବେ ଦଳ ଏହି ଆସନରୁ ମନୋରମା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ୨୦୧୯ରେ ଏହି ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିଥିଲେ ଭୂପିନ୍ଦର ସିଂହ। ତାଙ୍କୁ ଦଳ ଏଥର ଟିକେଟ ଦେଇ ନାହିଁ।

Advertisment

ବିଜେଡିରୁ ଇସ୍ତଫା ଦେବା ପରେ ଚିତ୍ତରଞ୍ଜନ ମଣ୍ଡଳ କହିଛନ୍ତି, ୨୦୧୯ ସେପ୍ଟେମ୍ବର ୨୬ରେ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଦେଖା ହୋଇଥିଲା। ତା’ପରେ ଦେଖା କରିବା ପାଇଁ ଚାହିଁଲେ ବି ସୁଯୋଗ ମିଳି ନଥିଲା। ଟିକେଟ ବଣ୍ଟନ ପାଇଁ ସର୍ଭେ ହୋଇଥିବା କହିଥିଲେ। ଯେଉଁ ମାନେ ସର୍ଭେ କରିଥିଲେ, ସେମାନେ ମା’ ମାଣିକେଶ୍ୱରୀ ମନ୍ଦିରରେ ଆସି ମୋତେ ସର୍ଭେ ରିପୋର୍ଟ ଦେଖାନ୍ତୁ। ଯଦି ମୁଁ ସେଥିରେ ଫେଲ୍ ହୋଇଥିବି, ତା’ହେଲେ ମାନିନେବି।

ଚିତ୍ତରଞ୍ଜନ ମଣ୍ଡଳ କଂଗ୍ରେସରେ ଥିଲେ। ୨୦୧୯ରେ ସେ କଂଗ୍ରେସ ଟିକେଟରେ ନର୍ଲା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ୩୫ ହଜାର ୭୫୩ ଖଣ୍ଡ ଭୋଟ୍ ପାଇ ତୃତୀୟ ନମ୍ବରରେ ରହିଥିଲେ। ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେ ପୁଣି କଂଗ୍ରେସକୁ ଫେରି ପାରନ୍ତି ବୋଲି କୁହାଯାଉଛି।

BjD Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe