Advertisment

ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରି ‘ଏକଜିଟ୍ ପୋଲ୍ ’ ପ୍ରସାରଣ କଲା ବିଜେଡି ସମର୍ଥିତ ଟିଭି ଚ୍ୟାନେଲ

ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ସମ୍ପୃକ୍ତ ଓଡ଼ିଆ ଟିଭି ଚ୍ୟାନେଲ କିଭଳି ଏକଜିଟ୍ ପୋଲ୍ ପ୍ରସାରଣ କଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

CEO Office

CEO Office

Advertisment

ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ତଥା ନିର୍ବାଚନ କମିଶନଙ୍କ କଡ଼ା ନିର୍ଦ୍ଦେଶକୁ ଖୋଲାଖୋଲି ଉଲ୍ଲଘଂନ କରି ଆଜି ବିଜେଡି ପ୍ରାୟୋଜିତ ଏକ ଓଡ଼ିଆ ଟିଭି ଚ୍ୟାନେଲ ‘ଏକଜିଟ୍ ପୋଲ୍‌’ ରିପୋର୍ଟ ପ୍ରସାରିତ କରିଛି । ଏପରିକି ଜାତୀୟସ୍ତରର ଏକ ସର୍ଭେ ସଂସ୍ଥାର ନାଁ’ରେ ମିଛ କହି ଉକ୍ତ ‘ଏକଜିଟ୍ ପୋଲ’ ରିପୋର୍ଟକୁ  ସମ୍ପୃକ୍ତ ଟିଭି ଚ୍ୟାନେଲ ପ୍ରସାରିତ କରିଥିବା ଏବେ ପ୍ରମାଣିତ ହୋଇଛି । ଏପଟେ ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାରୁ  ସମ୍ପୃକ୍ତ ଟିଭି ଚ୍ୟାନେଲ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି ।
ବିଜେଡି ସମର୍ଥିତ ଏହି ଟିଭି ଚ୍ୟାନେଲ ଆଜି ଦିନ ୧ଟା ୨୧ମିନିଟରେ ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ସଂକ୍ରାନ୍ତ ‘ଏକଜିଟ୍ ପୋଲ୍‌’ ରିପୋର୍ଟ ପ୍ରସାରଣ କରିଥିଲା । ଉକ୍ତ ରିପୋର୍ଟକୁ ଜାତୀୟସ୍ତରର ସର୍ଭେ ସଂସ୍ଥା ‘ଜନ୍ କି ବାତ୍‌’ପ୍ରସ୍ତୁତ କରିଛି ବୋଲି ମଧ୍ୟ ଟିଭି ସ୍କ୍ରିନରେ ଉଲ୍ଲେଖ କରିଥିଲା ।

Advertisment

ତେବେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ସମ୍ପୃକ୍ତ ଓଡ଼ିଆ ଟିଭି ଚ୍ୟାନେଲ କିଭଳି ଏକଜିଟ୍ ପୋଲ୍ ପ୍ରସାରଣ କଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ରାଜ୍ୟ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଏହି ଟିଭି ସ୍କ୍ରିନକୁ ନିଜର ‘ଏକ୍ସ’ ମାଧ୍ୟମରେ ଶେୟାର କରି ଟିଭି ଚ୍ୟାନେଲ ପ୍ରସାରଣ କରୁଥିବା ଏକଜିଟ୍ ପୋଲ୍ ସମ୍ପୂର୍ଣ୍ଣ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ ବୋଲି ଦର୍ଶାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏନେଇ ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜାତୀୟ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ‘ଏକ୍ସ’ ମାଧ୍ୟମରେ ଅବଗତ କରିବା ସହ ‘ଜନ୍ କି ବାତ’ ସଂସ୍ଥାକୁ ଏହି ‘ଏକଜିଟ୍ ପୋଲ୍‌’ ସତ୍ୟାସତ୍ୟ ଜଣାଇବାକୁ ଅନୁରୋଧ କରିଥିଲେ ।

ମାତ୍ର କିଛି ସମୟ ବ୍ୟବଧାନରେ ‘ଜନ୍ କି ବାତ୍‌’ ସର୍ଭେ ସଂସ୍ଥା ନିଜର ‘ଏକ୍ସ’ ହ୍ୟାଣ୍ଡଲରେ ବିଜେପି ମୁଖପାତ୍ରଙ୍କ ଟ୍ୱିଟ ଉପରେ ପ୍ରତିକ୍ରିୟା ରଖି ସେମାନେ ଓଡ଼ିଶା ବିଧାନସଭା ନିର୍ବାଚନ-୨୦୨୪କୁ ନେଇ କୌଣସି ଏକଜିଟ୍ ପୋଲ୍ ଜାରି କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଏହା ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ବୋଲି ସଂସ୍ଥା ଦର୍ଶାଇବା ସହ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କୁ ମଧ୍ୟ ଅନୁରୋଧ କରିଛି ।
ତେବେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବା ଏବଂ ଏକଜିଟ୍ ପୋଲ ପ୍ରସାରଣ ଉପରେ କଟକଣା ଥିଲେ ମଧ୍ୟ ବିଜେଡି ପ୍ରାୟୋଜିତ ଟିଭି ଚ୍ୟାନେଲ୍ କିଭଳି ଏହି ଏକଜିଟ୍ ପୋଲ୍ ପ୍ରସାରିତ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ସାହାସ କରିପାରୁଛି, ଆଉ ସମ୍ପୃକ୍ତ ଚ୍ୟାନେଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ନିର୍ବାଚନ କମିଶନ କାହିଁକି ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Advertisment
Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe