Advertisment

ଭୋଟରଙ୍କୁ ଟଙ୍କା ବାଂଟୁଛି ବିଜେଡି: ୨ ପ୍ରାର୍ଥୀ ଓ ୨ ବିଡିଓଙ୍କ ନାଁରେ ଫେରାଦ ହେଲା ବିଜେପି

ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଉପସ୍ଥିତିରେ ତାଙ୍କ ସହାୟକ ବିଜେଡି କର୍ମୀ ତ୍ରିନାଥ ଭଟ୍ଟ ଖୋଲା ରାସ୍ତାରେ ଟଙ୍କା ବଣ୍ଡଲ ଧରି ବାଂଟୁଛନ୍ତି। ଯାହା ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁଛି।

author-image
Ordigital Desk
BJD

BJD

ନିର୍ବାଚନରେ ପରାଜୟ ଭୟରେ ଭୋଟରଙ୍କୁ ଆଖିବୁଜା ଟଙ୍କା ବାଣ୍ଟି ଭୋଟକୁ ପ୍ରଭାବିତ କରିବାକୁ ବିଜେଡି ପ୍ରୟାସ କରୁଛି । ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନରେ ବିଜେଡି ପ୍ରତିବନ୍ଧକ ସାଜିଛି । ବିଜେଡିର ନବରଙ୍ଗପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀ ଓ ଭଣ୍ଡାରୀପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜିବ ମଲ୍ଲିକଙ୍କ ସମେତ ଗଣିଆ ଓ କଣ୍ଟାପଡ଼ା ବ୍ଲକ ବିଡିଓଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଜେପି ଦାବି କରିଛି ।

Advertisment

ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡିର ଏଭଳି ହୀନମାନସିକତା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି । ଏହାସହିତ ଭୋଟରଙ୍କୁ କିଭଳି ଟଙ୍କା ବଂଟାଯାଉଛି ତା’ର ତଥ୍ୟପ୍ରମାଣ ମଧ୍ୟ ଦଳ ଦେଇଛି। ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଏବେଠୁ ବିଜେଡିକୁ ନିର୍ବାଚନ ହାରିବା ଭୟ ଘାରିଲାଣି । ଅଭ୍ୟାସଗତ ଭାବେ ନିର୍ବାଚନରେ ଦଳୀୟ କାର୍ଯ୍ୟ ପାଇଁ ସରକାରୀ କର୍ମଚାରୀଙ୍କୁ ବ୍ୟବହାର କରିଆସୁଛି ବିଜେଡି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୨ଦିନ ବାକି ଥିବାବେଳେ ଭୋଟ ବିକଳରେ ବିଜେଡି ଟଙ୍କା ବାଂଟିବା ଆରମ୍ଭ କରିଦେଇଛି ।

ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ଉପସ୍ଥିତିରେ ତାଙ୍କ ସହାୟକ ବିଜେଡି କର୍ମୀ ତ୍ରିନାଥ ଭଟ୍ଟ ଖୋଲା ରାସ୍ତାରେ ଟଙ୍କା ବଣ୍ଡଲ ଧରି ବାଂଟୁଛନ୍ତି। ଯାହା ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁଛି। ସେହିପରି ଭଣ୍ଡାରିପୋଖରୀ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ନିଜକୁ ରାଜା ମହାରାଜା ଭାବି ନିର୍ବାଚନ ପ୍ରଚାରରେ କୁନି କୁନି ପିଲା ଓ ଝିଅମାନଙ୍କୁ ନୃତ୍ୟ କରାଉଛନ୍ତ । ଯାହାକି ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁଛି ।

Advertisment

ସେହିପରି ଗଣିଆ ବ୍ଲକ ବିଡିଓ ବେଲିତା ମଞ୍ଜରୀ ନାୟକ ଏବଂ କଂଟାପଡ଼ା ବ୍ଲକର ବିଡିଓ ବିରଂଚି ନାରାୟଣ ବେହେରାଙ୍କ ନାଁରେ ଅଭିଯୋଗ ନେଇ ଓଡ଼ିଶା ହାଇକୋର୍ଟରେ ମାମଲା ଚାଲିଥିଲାବେଳେ ତାଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯିବା ମଧ୍ୟ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ ବୋଲି ବିଜେପି ଅଭିଯୋଗ କରିଛି । ତେଣୁ ଉଭୟ ବିଡିଓଙ୍କୁ ତୁରନ୍ତ ନିର୍ବାଚନ କାର୍ଯ୍ୟରୁ ଅନ୍ତର କରିବା ପାଇଁ ବିଜେପି ଦାବି କରିଛି ।

ସେହିପରି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଦ୍ରେଶ୍ୱର ଥାନା ଆଇଆଇସି ଶାସକ ଦଳକୁ ଅହେତୁକ ଅନୁକମ୍ପା ଦେଖାଇବା ସହ ବିରୋଧୀ ଦଳର ଅଭିଯୋଗକୁ ଗ୍ରହଣ ନକରି ଓଲଟା ଅଭିଯୋଗକାରୀଙ୍କୁ ଧମକ ଚମକ ଦେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏସମସ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନକୁ ସୁନିଶ୍ଚିତ କରାଇବାକୁ ବିଜେପି ଦାବି କରିଛି ।

ଏହି ପ୍ରତିନିଧିମଣ୍ଡଳୀରେ ବିଜେପି ନେତା ଜୟନ୍ତ ଜେନା, ଉନ୍ନତୀ ପରଡ଼ା, ବିଶ୍ୱଜିତ୍ ସ୍ୱାଇଁ, ଶ୍ରୀରଞ୍ଜନ ମଙ୍ଗରାଜ ଓ ନନ୍ଦିନୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Bjp BjD General Election 2024 General Election 2024 Election