Advertisment

ବିଜେଡିରେ କମ୍ପନ; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ଲକ ଓ ପଞ୍ଚାୟତ ପ୍ରତିନିଧି

ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୋହନ ମାଝୀଙ୍କୁ ଭେଟିଛନ୍ତି କେନ୍ଦୁଝର ସଦରର ୧୮ ଜଣ ସମିତିସଭ୍ୟ। ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ ପରେ କେନ୍ଦୁଝର ଜିଲ୍ଲା ବିଜେଡିରେ ଆରମ୍ଭ ହୋଇଛି କମ୍ପନ।

BJD

BJD

Advertisment

କେନ୍ଦୁଝର ବିଜେଡିରେ କମ୍ପନ। ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜିଲ୍ଲା ବିଜେଡିର ବ୍ଲକ ଓ ପଞ୍ଚାୟତ ପ୍ରତିନିଧି। କେନ୍ଦୁଝର ସଦର ନିର୍ବାଚନମଣ୍ଡଳୀ ୧୮ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିବା ବେଳେ ବାଂଶପାଳ ବ୍ଲକର ୧୪ ବିଜେଡି ସମର୍ଥିତ ବିଜେଡି ସରପଞ୍ଚ ଓ ସମିତି ସଭ୍ୟ ସିଧା ବିଜେପିରେ ଯୋଗ ଦେଇଛନ୍ତି। ଯାହା ଦ୍ୱାରା ଉଭୟ ବ୍ଲକ ଅଧ୍ୟକ୍ଷ ଆସନ ବିଜେଡି ହାତରୁ ଯାଇପାରେ ବୋଲି ଚର୍ଚ୍ଚା ବଢ଼ିଛି।

Advertisment

ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୋହନ ମାଝୀଙ୍କୁ ଭେଟିଛନ୍ତି କେନ୍ଦୁଝର ସଦରର ୧୮ ଜଣ ସମିତିସଭ୍ୟ। ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ ପରେ କେନ୍ଦୁଝର ଜିଲ୍ଲା ବିଜେଡିରେ ଆରମ୍ଭ ହୋଇଛି କମ୍ପନ। ଚର୍ଚ୍ଚା ହେଉଛି ସଦର ବ୍ଲକ ଅଧ୍ୟକ୍ଷ ଆସନ ବିଜେଡି ପାଖରେ ଥିବାରୁ ଖୁବ୍ ଶୀଘ୍ର ଆସିପାରେ ଅନାସ୍ଥା। ଆହୁରି ସାଂଘାତିକ କଥା ହେଲା, ଖାଲି କେନ୍ଦୁଝର ସଦର ନୁହେଁ, ବିଜେପିରେ ସାମିଲ ହୋଇଛନ୍ତି ବାଂଶପାଳ ବ୍ଲକର ୧୪ ଜଣ ବିଜେଡି ସମର୍ଥିତ ସମିତି ସଭ୍ୟ ଆଉ ୧୪ ଜଣ ସରପଞ୍ଚ। ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ସମର୍ଥନ ଜଣେଇଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ସଦର ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀର କିଛି ଅଞ୍ଚଳ ବାଂଶପାଳ ବ୍ଲକରେ ରହିଛି। ତେଣୁ ଖୁବ୍‌ଶୀଘ୍ର ବାଂଶପାଳରେ ସମାନ ସ୍ଥିତି ଉପୁଜି ପାରେ। କାହିଁକି ନା ୨୧ରୁ ୧୮ ଆସନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଜିତି ବାଂଶପାଳ ବ୍ଲକ୍‌ ଅଧ୍ୟକ୍ଷ ପଦକୁ ନିଜ ପାଖରେ ରଖିଥିଲା ଦଳ। ହେଲେ ଏବେ ୧୭ ଜଣ ଶାସକ ଦଳ ବିଜେପିରେ ମିଶିଛନ୍ତି।

ସେପଟେ ସଙ୍ଗଠନ ବଞ୍ଚାଇବାକୁ ଆଉ ପାଣ୍ଡିଆନ ନୁହେଁ ନିଜେ ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନଭେମ୍ବରରୁ ଓଡ଼ିଶା ବୁଲିବେ ନବୀନ। କାରଣ ପରାଜୟର ଦୁଇ ମାସ ପରେ ଗୁରୁବାର ବସିଥିବା ଦଳର ପ୍ରଥମ ସମନ୍ୱୟ କମିଟି ବୈଠକରେ ପାଣ୍ଡିଆନଙ୍କ ଉପରେ ଅସନ୍ତୋଷ ଝାଡିଥିଲେ ବରିଷ୍ଠ ନେତା। ତେଣୁ ଆଉ କେହି ନୁହଁ, ନବୀନ ନିଜେ ଓଡ଼ିଶା ବୁଲି ସଂଗଠନ କଥା ବୁଝନ୍ତୁ ଏବଂ କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ସୁପ୍ରିମୋଙ୍କୁ ଲିଖିତ ପ୍ରସ୍ତାବ ଦିଆଯାଇଛି।

Advertisment

ଯାହାକୁ ସମାଲୋଚନା କରିଛି ଶାସକ ବିଜେପି ଓ କଂଗ୍ରେସ। ବିଜେପି କହିଛି, ନବୀନ ବୁଲିଲେ ଜାଣି ପାରିବେ ୨୪ ବର୍ଷରେ ସେ କେତେ ବିକାଶ କରିଛନ୍ତି। ସେହିପରି କଂଗ୍ରେସ କହିଛି ୟାର କିଛି ପ୍ରଭାବ ପଡିବନି।

୨୪ ବର୍ଷର ନିରଙ୍କୁଶ କ୍ଷମତା ଉପଭୋଗ ପରେ ଏବେ କ୍ଷମତା ବାହାରେ ରହିବାକୁ ନାରାଜ ବିଜେଡି ନେତା ଓ କର୍ମୀ। ଏପଟେ ପୁଣି ପରାଜୟ ସତ୍ତ୍ୱେ ବି ଦଳରେ ଜାରି ରହିଛି ଆଉଟସୋର୍ସିଂ ନେତାଙ୍କ ଦବଦବା। ତେଣୁ ଏଭଳି ସ୍ଥିତିରେ କେନ୍ଦୁଝର ପରେ ଆଉ କେଉଁ ଜିଲ୍ଲାର ପାଳି ପଡୁଛି ତା ଉପରେ ସମସ୍ତଙ୍କ ନଜର।

BjD Bjp Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe