Advertisment

ଲୋକସଭାରେ ମୋଦି ସରକାରଙ୍କ ୩ ବିଲକୁ ସମର୍ଥନ ଦେଲା ବିଜେଡି

ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା ବିଲ୍ -୨୦୨୩ , ଭାରତୀୟ ନାଗରିକ ସଂହିତା ସୁରକ୍ଷା ବିଲ୍ -୨୦୨୩ , ଭାରତୀୟ ସାକ୍ଷ୍ୟ ବିଲ୍ -୨୦୨୩ ଉପସ୍ଥାପନ ହୋଇଛି ।

author-image
Ordigital Desk
undefined

Loka Seva Bhavan

ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ବିଜେପି ସହ ଲଢ଼େଇ କରୁଥିବା ଶାସକ ବିଜେଡି ଆଜି ଲୋକସଭାରେ ନରେନ୍ଦ୍ର ମୋଦି ସରକାରଙ୍କ ୩ଟି ବିଲକୁ ସମର୍ଥନ ଦେଇଛି। ଅପରାଧ ଆଇନ ସହ ଜଡ଼ିତ ଏହି ବିଲଗୁଡ଼ିକ ସପକ୍ଷରେ ବିଜେଡି ଆଜି ଲୋକସଭାରେ ଯୁକ୍ତି ଉପସ୍ଥାପନ କରିଥିଲା। ଲୋକସଭାରେ ଭାରତୀୟ ନ୍ୟାୟ ସଂହିତା ବିଲ୍ -୨୦୨୩ , ଭାରତୀୟ ନାଗରିକ ସଂହିତା ସୁରକ୍ଷା ବିଲ୍ -୨୦୨୩ , ଭାରତୀୟ ସାକ୍ଷ୍ୟ ବିଲ୍ -୨୦୨୩ ଉପସ୍ଥାପନ ହୋଇଛି ।
ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏହି ୩ଟି ବିଲ୍ ଉପରେ ଆଲୋଚନାବେଳେ ବିଲ୍ ସପକ୍ଷରେ ଯୁକ୍ତି ବାଢ଼ି କହିଥିଲେ ଯେ, ଇତିହାସ ସୃଷ୍ଟି ହେବାକୁ ଯାଉଛି । କାରଣ ଅପରାଧିକ ନ୍ୟାୟଶାସ୍ତ୍ର ପାଇଁ ନୂଆ ଆଇନ ପ୍ରଣୟନ ହେବାକୁ ଯାଉଛି । ଉପନିବେଶବାଦ ଶାସନ ସମୟରେ ତିଆରି ହୋଇଥିବା ଏହି ଆଇନଗୁଡ଼ିକ ସୁବ୍ୟବସ୍ଥିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଆଇନ ଓ ବ୍ୟବସ୍ଥାକୁ ଉପନିବେଶବାଦର ନଜରରୁ ବାହାରକୁ ଆସିବାର ସମୟ ଆସିଯାଇଛି ।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପରଠୁ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରକୁ ଉପରେ ପଡ଼ି ବିଭିନ୍ନ ବିଲ୍ ଓ ପ୍ରସଙ୍ଗରେ ବିଜେଡି ସମର୍ଥନ ଦେଇ ଆସୁଛି । ବିଜେଡି ଉଭୟ ଏନଡିଏ ଓ ୟୁପିଏଠୁ ସମଦୂରତ୍ୱ କଥା କହୁଥିଲେ ମଧ୍ୟ ଲୋକସଭାରେ ବିଜେପି ସରକାରକୁ ଦଳ ସମର୍ଥନ ଦେଇ ଆସୁଛି।

Advertisment
Lok Sabha Bjp BjD