ବିଜେଡି ମଙ୍ଗୁଆଳଙ୍କ ମୁଣ୍ଡବ୍ୟଥା ବଢ଼ିଲା: ସନାଙ୍କୁ କାହିଁକି ଟାର୍ଗେଟ୍ କରିଥିଲେ ନବୀନ, ଖୋଲୁଛି ରହସ୍ୟ

ରାଜା ଚକ୍ରଙ୍କ ଅଚଳାଚଳ ସମ୍ପତ୍ତିକୁ ଠାବ କରିବା ପାଇଁ ମଙ୍ଗଳବାର ରାଜ୍ୟର ୧୦ଟି ସ୍ଥାନରେ କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖା ଦ୍ୱାରା ଚଢ଼ଉ ପରେ ବିଜେଡିର ମଙ୍ଗୁଆଳମାନଙ୍କ ଚିନ୍ତା ବଢ଼ିଯାଇଛି । ରାଜାଙ୍କ ସହ ବିନା ଦସ୍ତାବିଜରେ କୋଟିକୋଟି ଟଙ୍କାର ଦେଣନେଣ କରିଥିବା ଜଣେ ରାଜ୍ୟସଭା ସାଂସଦ, ଜଣେ ଆଇପିଏସ୍ ଅଫିସରଙ୍କ ସମେତ ୩ଜଣ ବିଜେଡି ନେତାଙ୍କ ସମ୍ପର୍କରେ କ୍ରାଇମବ୍ରାଂଚକୁ ଠୋସ୍ ପ୍ରମାଣ ମିଳିଥିବା ଜଣାପଡ଼ିଛି ।

Naveen Patnaik PhotoOR

ନବୀନ ପଟ୍ଟନାୟକ

Ordigital Desk
  • Published: Tuesday, 04 March 2025
  • Updated: 04 March 2025, 09:05 PM IST

Sports

Latest News

ବିଜେଡିର ତଥାକଥିତ ମଙ୍ଗୁଆଳଙ୍କ ପାଇଁ କେନ୍ଦୁଝରର ସୌମ୍ୟଶଙ୍କର ଚକ୍ର ଓରଫ ରାଜା ଚକ୍ର ମୁଣ୍ଡବ୍ୟଥା ପାଲଟିଲେଣି । ଜେରାରୁ ବର୍ତ୍ତିବା ପାଇଁ ଗତ ଦୁଇମାସ ଧରି ସବୁ କଳାକୌଶଳ ଆପଣାଇ ଶେଷରେ ଫେଲ୍ ମାରିଥିବା ରାଜା ଚକ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସୋମବାର କ୍ରାଇମବ୍ରାଂଚରେ ହାଜର ହୋଇ ମାରାଥନ୍ ଜେରାର ସମ୍ମୁଖୀନ ହୋଇଛନ୍ତି । ରାଜା ଚକ୍ରଙ୍କ ଅଚଳାଚଳ ସମ୍ପତ୍ତିକୁ ଠାବ କରିବା ପାଇଁ ମଙ୍ଗଳବାର ରାଜ୍ୟର ୧୦ଟି ସ୍ଥାନରେ କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖା ଦ୍ୱାରା ଚଢ଼ଉ ପରେ ବିଜେଡିର ମଙ୍ଗୁଆଳମାନଙ୍କ ଚିନ୍ତା ବଢ଼ିଯାଇଛି । ରାଜାଙ୍କ ସହ ବିନା ଦସ୍ତାବିଜରେ କୋଟିକୋଟି ଟଙ୍କାର ଦେଣନେଣ କରିଥିବା ଜଣେ ରାଜ୍ୟସଭା ସାଂସଦ, ଜଣେ ଆଇପିଏସ୍ ଅଫିସରଙ୍କ ସମେତ ୩ଜଣ ବିଜେଡି ନେତାଙ୍କ ସମ୍ପର୍କରେ କ୍ରାଇମବ୍ରାଂଚକୁ ଠୋସ୍ ପ୍ରମାଣ ମିଳିଥିବା ଜଣାପଡ଼ିଛି । ରାଜା ଚକ୍ରଙ୍କ ଗିରଫଦାରି ଉପରେ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଦେଇଥିବା ଅନ୍ତରୀଣ ସୁରକ୍ଷା ଅବଧି ମଧ୍ୟରେ ରାଜାଙ୍କ ଭାଇ ସିଦ୍ଧାର୍ଥ ଶଙ୍କର ଚକ୍ରଙ୍କୁ କ୍ରାଇମବ୍ରାଂଚ ଜେରା ସହ ନିଜ ହେପାଜତକୁ ନେଇପାରେ ବୋଲି ସୂଚନା ମିଳିଛି । ଏସବୁ ମଧ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ପଦାକୁ ଆସିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ବସାଧାରଣରେ ଦଳର ବିଧାୟକ ସନାତନ ମହାକୁଡ଼ଙ୍କୁ କଟାକ୍ଷ କରିବା ଏବଂ ଘସିପୁରା ବିଧାୟକ ବଦ୍ରି ପାତ୍ରଙ୍କ ପୁଅମାନଙ୍କୁ ବାରମ୍ବାର ଆଇନଗତ ସମସ୍ୟାର ସମ୍ମୁଖୀନ ନହେବା ପଛର ରହସ୍ୟ ଉଜାଗର ହୋଇଛି ।

ରାଜା ଚକ୍ରଙ୍କ ଅଚଳାଚଳ ସମ୍ପତ୍ତି

ଘସିପୁରା ବିଧାୟକ ବଦ୍ରି ପାତ୍ରଙ୍କ ଯୁବ କର୍ମୀ ଭାବେ ବିଜେଡି ମହଲରେ ପରିଚିତ ଥିବା ରାଜା ଚକ୍ର ୨୦୧୭-୧୮ ପରଠୁ ଅଚାନକ କେନ୍ଦୁଝର ଖଣି ଖାଦାନ ଅଂଚଳରେ ଅତ୍ୟନ୍ତ ପ୍ରଭାବଶାଳୀ ପାଲଟିଗଲେ । ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ଆତ୍ମଘୋଷିତ କ୍ରୀତଦାସ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ଏଂଟ୍ରି କେନ୍ଦୁଝରରେ ପଡ଼ିବା ପରଠୁ ତାଙ୍କ ଖାସ୍ ସହଯୋଗୀ ହୋଇ ରାଜା ଚକ୍ର ଧୀରେଧୀରେ କେନ୍ଦୁଝର ଜିଲ୍ଲାର ଖଣିଖାଦାନରେ ‘ବିଜେଡି ସର୍ବେସର୍ବାଙ୍କ’ ପ୍ରତିନିଧି ଭାବେ କାର୍ଯ୍ୟ କଲେ । ବିଜେଡି ସରକାରରେ ଉଭୟ ପୁଲିସ ଓ ଖଣି-ଶିଳ୍ପ କଥା ବୁଝୁଥିବା ଆଇପିଏସ୍ ଅଫିସରଜଣକ ମଧ୍ୟ ତାଙ୍କୁ କେନ୍ଦୁଝର ଜିଲ୍ଲାରେ ଦଳୀୟ ପାଣ୍ଠି ଓ ନିଜସ୍ୱ ପାଣ୍ଠି ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରିଥିଲେ ବୋଲି ସୂଚନା ମିଳିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ବବି ହିଁ ବିଗତ କିଛିବର୍ଷ ଧରି କେନ୍ଦୁଝର ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଛନ୍ତି । ଆଉ ଜିଲ୍ଲାପାଳ ଆଶୀଷ ଠାକରେ ଓ ଏସପି ମିତ୍ରଭାନୁ ମହାପାତ୍ରଙ୍କ କାର୍ଯ୍ୟକାଳ ଅବଧି ମଧ୍ୟରେ ହିଁ ରାଜା ଚକ୍ରଙ୍କ ବ୍ୟବସାୟିକ ଉତଥାନ ଶିଖର ଛୁଇଁଥିଲା । ବିଜେଡିର ସାମାନ୍ୟ କର୍ମୀରୁ ରାଜା ପାଲଟି ଯାଇଥିଲେ କୋଟିକୋଟି ଟଙ୍କାର ସମ୍ପତ୍ତି ମାଲିକ । ଯାହାଙ୍କ ପାଖରେ ନାମୀଦାମୀ  ବ୍ରାଣ୍ଡର ମାଳମାଳ କାର ସହ ଫାର୍ମହାଉସ୍ ଓ ଭୁବନେଶ୍ୱରରେ କୋଠା ଆଦି ରହିଥିଲା । ରାଜାଙ୍କ ଠାଣିମାଣି ଏବେ ଏଭଳି ହୋଇଛି ଯେ, ସେ ପିନ୍ଧୁଥିବା ସାର୍ଟଗୁଡ଼ିକର ଦାମ ସର୍ବନିମ୍ନ ୬୦ରୁ ୭୦ହଜାର ଟଙ୍କା ବୋଲି ସୂଚନା ମିଳିଛି । ରାଜାଙ୍କ ବ୍ୟବସାୟିକ ଓ ବେଆଇନ ପାଣ୍ଠି ଠୁଳର ଲିଙ୍କ୍ ଖୋଜୁଥିବା କ୍ରାଇମବ୍ରାଂଚ ଯଦି ଆଇପିଏସ୍ ମିତ୍ରଭାନୁ ମହାପାତ୍ର(୨୦୧୯ ଅଗଷ୍ଟରୁ ୨୦୨୩ ମେ’ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲା ଏସପି) ଓ ଆଇଏଏସ୍ ଆଶୀଷ ଠାକରେ( ୨୦୧୮ ଜାନୁୟାରୀରୁ ୨୦୨୪ ଫେବୃୟାରୀ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାପାଳ)ଙ୍କ ଭୂମିକାକୁ ଯାଂଚ କରେ ତା’ହେଲେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।

ନବୀନ କାହିଁକି ସନାଙ୍କୁ କରିଥିଲେ କଟାକ୍ଷ

ସେଦିନ ଥାଏ ୨୦୨୫ ଫେବୃୟାରୀ ୧୩ତାରିଖ । ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭର ପ୍ରଥମଦିନ । ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପାଛୋଟି ନେବାକୁ ବିଜେଡି ବିଧାୟକମାନେ ଛିଡ଼ା ହୋଇଥାନ୍ତି । ନବୀନ ଗାଡ଼ିରୁ ଓହ୍ଲାଇବା ପରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦେଖି ଏଭଳି କିଛି ପ୍ରଶ୍ନ କଲେ ଯାହା ବିଜେଡି ରାଜନୀତିରେ ଆଲୋଡ଼ନ ସୃଷ୍ଟି କଲା । ନବୀନ ନିଜର ସ୍ୱଭାବ ବିପରୀତ ଏଭଳି କାହିଁକି କଲେ ତାକୁ ନେଇ ଗଣମାଧ୍ୟମରେ ନାନାଦି ଚର୍ଚ୍ଚା ଆରମ୍ଭ ହେଲା । କିନ୍ତୁ ବିଗତ ଦୁଇଦିନ ଧରି ରାଜା ଚକ୍ରଙ୍କୁ କ୍ରାଇମବ୍ରାଂଚ ଜେରା କରିବା ପରେ ଏବେ ନବୀନଙ୍କ ସେହି ଆଚରଣ ଓ ଉଚ୍ଚାରଣ ଉପରୁ ପରଦା ହଟିଛି । ସନା ମହାକୁଡ଼ଙ୍କୁ ଏଭଳି କହିବା ପାଇଁ ନବୀନଙ୍କୁ ତାଙ୍କର ଖାସ୍ ପରାମର୍ଶଦାତା ବାଧ୍ୟ କରିଥିବା ଜଣାପଡ଼ିଛି । ଯେଉଁଥିପାଇଁ ସନାଙ୍କୁ ଦେଖୁଦେଖୁ ତୁମେ କ’ଣ ବିଜେପିରେ ମିଶିବ କି ବୋଲି ପ୍ରଶ୍ନ କରିଥିଲେ । ନବୀନ ଚାହିଁଥିଲେ ତାଙ୍କୁ ଚାମ୍ବରକୁ ଡାକି ଏକଥା କହିପାରିଥାନ୍ତେ । ମାତ୍ର ସନାଙ୍କୁ ସର୍ବସାଧାରଣରେ ନିନ୍ଦିତ କରିବାକୁ ଏହା ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ଏକ ସୁପରିକଳ୍ପିତ ଯୋଜନା ଥିଲା ବୋଲି ସୂଚନା ମିଳିଛି ।

ସୂଚନା ଅନୁସାରେ, ରାଜା ଚକ୍ରଙ୍କୁ ସୁରକ୍ଷା ଦେବା ପାଇଁ ସନାଙ୍କ ଉପରେ ଚାପ ପକାଇବା ନିମନ୍ତେ ନବୀନ ଏଭଳି କଟାକ୍ଷ କରିଥିଲେ । ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସୀ ଆଣ୍ଡ ଟ୍ରାନ୍ସପୋର୍ଟ କୋଅପରେଟିଭ ସୋସାଇଟିର ପଦାଧିକାରୀମାନଙ୍କ ବିରୁଦ୍ଧରେ ୨୦୨୫ ଜାନୁୟାରୀ ୮ତାରିଖରେ କେନ୍ଦୁଝର ଟାଉନ୍ ଥାନାରେ ବିଶ୍ୱନାଥ ରାଉଳ ନାମକ ଜଣେ ବ୍ୟକ୍ତି ୫୦ କୋଟି ଟଙ୍କାରୁ ଅଧିକ ଅର୍ଥ ତୋଷାରପାତର ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖା ଉକ୍ତ ସୋସାଇଟିର  ସଭାପତି ମାନସ ରଞ୍ଜନ ବାରିକ ଓ ଅନ୍ୟ ଜଣେ ପଦାଧିକାରୀ ଉତ୍କଳ ଦାସଙ୍କୁ ଗିରଫ କରିଥିଲା । ଏହି ଅଭିଯୋଗ ପରଠୁ ରାଜା ଚକ୍ର ନିଜର  ଓ ତାଙ୍କ ଭାଇ ସିଦ୍ଧାର୍ଥ ଶଙ୍କର ଚକ୍ରଙ୍କ ଗିରଫଦାରୀ ଭୟରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ରାଜା ଚକ୍ରଙ୍କ ଅସାଧୁ ବ୍ୟବସାୟର କଳାଚିଠାର ଗୋଟିଏ ପରେ ଗୋଟିଏ ତଥ୍ୟ କ୍ରାଇମବ୍ରାଂଚ ହାତରେ ଲାଗିଲା । ଏସବୁ ପଛରେ ସନାଙ୍କ ହାତ ଥିବା ସନ୍ଦେହ କରାଯାଉଛି । ଅବଶ୍ୟ ସନାଙ୍କ ସହ ଯୋଗାଯୋଗ ପାଇଁ ନବୀନ ନିବାସରୁ ବାରମ୍ବାର ପ୍ରୟାସ ହୋଇଥିଲା । କିନ୍ତୁ ଚତୁର ସନା ଧରାଛୁଆଁ ଦେଇନଥିଲେ । ଯେଉଁଥିପାଇଁ ବିଧାନସଭା ପରିସରରେ ସନାଙ୍କୁ ଦେଖି ନବୀନ ଏଭଳି ଆଚରଣ କରିଥିଲେ ବୋଲି ଚର୍ଚ୍ଚା । ଅବଶ୍ୟ ବିଜେଡି ସରକାରରୁ ଯିବା ପରେ ସନା ଅଧିକ ଭାବେ ବିଜେପି ଆଡ଼କୁ ଢ଼ଳିଛନ୍ତି ଓ ତାଙ୍କ ଜିଲ୍ଲାର ନେତା ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କର ନିକଟତର ହେବାରେ ଲାଗିଛନ୍ତି । ଆଉ ରାଜା ଚକ୍ର ବିଗତ ୫-୬ବର୍ଷ ମଧ୍ୟରେ ଯେଉଁସବୁ କେଳେଙ୍କାରୀ କରିଛନ୍ତି ତା’ର ଭୂଗୋଳ-ଇତିହାସ ହିଁ ସନାଙ୍କ ପାଖରେ ରହିଥିବା ଜଣାପଡ଼ିଛି ।

ଘସିପୁରା ବିଧାୟକ ବଦ୍ରି ପାତ୍ର ଆଶ୍ୱସ୍ତ

ବିଜେଡି ସରକାରରେ ଥିବାବେଳେ ଦଳର ବରିଷ୍ଠ ନେତା ଘସିପୁରା ବିଧାୟକ ବଦ୍ରି ପାତ୍ରଙ୍କୁ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ତାଙ୍କ ପୁଅମାନଙ୍କୁ କେତେବେଳେ ପୁଲିସ ବାନ୍ଧୁଥିଲା ତ କେବେ ଜିଲ୍ଲା ପ୍ରଶାସନ ନାଲି ଆଖି ଦେଖାଉଥିଲା । ନିଜ ଦଳର ସରକାର ଥାଇ ମଧ୍ୟ ବଦ୍ରି ନିଜ ପୁଅମାନଙ୍କୁ ସୁରକ୍ଷା ଦେଇପାରୁନଥିଲେ । ଏବେ ବିଜେପି ସରକାରର ୯ମାସ ମଧ୍ୟରେ ଦିନଟିଏ ବି ପୁଲିସ ବଦ୍ରିଙ୍କ ପୁଅମାନଙ୍କ ପାଖରେ ପହଂଚି ପାରିନି । ବଦ୍ରିଙ୍କ ପୁଅମାନେ ଯେ ଉଦ୍ଦେଶ୍ୟମୂଳକ ଭାବେ ପୁଲିସ ଆକ୍ରୋଶର ଶୀକାର ହେଉଥିଲେ ତାହା ଏବେ ଧୀରେଧୀରେ ସ୍ପଷ୍ଟ ହେଲାଣି । ବଦ୍ରିଙ୍କ ପୁଅମାନଙ୍କ ଭୁଲ୍ କେବଳ ଏତିକି ଥିଲା ଯେ, ସେମାନେ ଜିଲ୍ଲାରେ ରାଜା ଚକ୍ରଙ୍କ ବିଭିନ୍ନ ଖଣି କାରବାରରେ ସମସ୍ୟା ସୃଷ୍ଟି କରୁଥିଲେ ବୋଲି ଚର୍ଚ୍ଚା । ସମୟ ଥିଲା ଦିନେ ରାଜା ଚକ୍ର ହିଁ ନିଜର ରାଜନୀତିକ ଅସ୍ତିତ୍ୱ ନିମନ୍ତେ ବଦ୍ରିଙ୍କ ପୁଅମାନଙ୍କ ପଛରେ ଗୋଡ଼ାଣିଆ ସାଜିଥିଲେ । ତେଣୁ ରାଜା ଚକ୍ରଙ୍କୁ ଅଚାନକ ପାୱାରଫୁଲ କରିଦିଆଯିବା ଯୋଗୁ ବଦ୍ରିଙ୍କ ପୁଅମାନଙ୍କ ସ୍ୱାର୍ଥରେ ବାଧା ଆସିଥିଲା । ଏପରିକି ଚର୍ଚ୍ଚା ହେଉଛି ଯେ, ଘସିପୁରାରେ ବଦ୍ରି କିଭଳି ହାରିଯିବେ ସେଥିପାଇଁ ରାଜା ଚକ୍ର ଓ ତାଙ୍କ ଗଡ଼ଫାଦରମାନଙ୍କ ପକ୍ଷରୁ ଆତ୍ମଘାତୀ ପ୍ରୟାସ ମଧ୍ୟ ହୋଇଥିଲା ।

ରାଜା ଚକ୍ରଙ୍କ ଚିଲିକା ଲିଙ୍କ୍‌

ବିଜେଡିର ଯୁବ ଉପସଭାପତି ରାଜା ଚକ୍ରଙ୍କୁ ଆଣି ଅଚାନକ ଚିଲିକା ନିର୍ବାଚନମଣ୍ଡଳୀର ଦଳୀୟ ପର୍ଯ୍ୟବେକ୍ଷକ ପଦବୀରେ ଅବସ୍ଥାପିତ କରିଦିଆଗଲା । ସାଧାରଣ ନିର୍ବାଚନ ପୂର୍ବରୁ ରାଜା ଚକ୍ରଙ୍କ ଭଳି ଅପରିପକ୍ୱ ବ୍ୟକ୍ତିଙ୍କୁ ଚିଲିକା ଦାୟିତ୍ୱ ଦେବା ପଛରେ ବିଜେଡିର ଏହି ଅଘୋଷିତ ସର୍ବେସର୍ବାଙ୍କ ଟିମ୍ ସଦସ୍ୟମାନେ ଲବି କରିଥିଲେ ବୋଲି ଜଣାପଡ଼ିଛି । ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ନିଜେ ଚିଲିକାରୁ ଲଢ଼ିବା ପାଇଁ ଲବି କରୁଥିଲେ, ଆଉ ବିଜେଡି ସରକାରରେ ଉଭୟ ଦଳ ଓ ସରକାର ପାଇଁ ଖଣିଖାଦାନ ଓ ଓ ଶିଳ୍ପ ବ୍ୟାପାର ବୁଝୁଥିବା ଡିଏସ୍ କୁଟ୍ଟେଙ୍କ ଖାସ୍ ଭାବେ ରାଜା ଚକ୍ର ବିଶ୍ୱାସଭାଜନ ହୋଇସାରିଥିଲେ । ତାଙ୍କୁ ଚିଲିକାରେ ଅବସ୍ଥାପିତ କରାଇ ମାନସ ନିଜେ ଚିଲିକାରୁ ବିଧାୟକ ପ୍ରାର୍ଥୀ ହେବାର ରଣନୀତି କରିଥିଲେ । କିନ୍ତୁ ଚିଲିକାର ବିଜେଡି ନେତା ରଘୁନାଥ ସାହୁ ଓ ଚିଲିକା କର୍ମୀମାନଙ୍କ ତୀବ୍ର ବିରୋଧ ଯୋଗୁ ମାନସଙ୍କୁ ଟିକେଟ୍ ନେବା ସମ୍ଭବପର ହେଲାନି । ଆଉ ରାଜା ଚକ୍ରଙ୍କୁ ଚିଲିକାରେ ରଖି ଯେଉଁ ଗୋଟି ମାନସ ଚଳାଇଥିଲେ ତାହା ମଧ୍ୟ ଫେଲ୍ ମାରିଲା । ସେଠାରେ ବିଜେଡି ନିଜ ଗୋଡ଼ରେ କୁରାଢ଼ୀ ମାରିଲା ଏବଂ ବିଜେପି ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବିଜୟ ହେଲା । ରାଜା ଚକ୍ରଙ୍କ ସହ ମାନସ ମଙ୍ଗରାଜ ଓ ଡିଏସ୍ କୁଟ୍ଟେଙ୍କ ସମ୍ପର୍କର ଖୋଳତାଡ଼ ହେଲେ ଅନେକ ରହସ୍ୟ ମଧ୍ୟ ଉଜାଗର ହୋଇପାରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story