Advertisment

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା: ଶରତଙ୍କୁ ସସ୍‌ପେଣ୍ଡ କଲା ବିଜେଡି

ଶରତ ପୂର୍ବରୁ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ।

ଅଦ୍ୟତନ ହୋଇଛି
Sarat Nayak

Sarat Nayak

Advertisment

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ଶରତ ନାୟକଙ୍କୁ ବିଜୁ ଜନତା ଦଳ (ବିଜେଡି)ର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି। ଶରତ ପୂର୍ବରୁ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ।

Advertisment

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା ନେଇ ଶରତଙ୍କର ଏକ ଅଡିଓ ଭାଇରାଲ ହୋଇଛି। ଏହି ମାମଲାର ସନ୍ଦିଗ୍ଧ ଖେଳ ଶିକ୍ଷକଙ୍କ ମା’ଙ୍କ ସହ ତାଙ୍କର କଥାବାର୍ତ୍ତା ଭାଇରାଲ ହୋଇଛି। ଅଡିଓରେ ମାମଲା ରଫାଦଫା ପାଇଁ ସେ ୭୦ ହଜାର ମାଗୁଥିବା ଶୁଣିବାକୁ ମିଳିଛି।

ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢୁଥିଲେ। ୨ ମାସ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏବେ ଏକ ଅଡିଓ ଓ ଚିଠି ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। କିଏ କହୁଛି ପ୍ରେମକୁ ନେଇ ନାବାଳିକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତ ଆଉ କେହି ଅନର କିଲିଂ ଆଶଙ୍କା କରୁଛନ୍ତି। ନାବାଳିକାଙ୍କ ମୃତ୍ୟୁ ପଛର ସତକୁ ଚାପି ଦେବାକୁ ମିଳିତ ଷଡ଼ଯନ୍ତ୍ର ହୋଇଥିବା ସୁରାଗ୍ ସାମ୍ନାକୁ ଆସିଥିବାରୁ ଏମିତି ଚର୍ଚ୍ଚା ହେଉଛି।

Advertisment

ମାମଲାର ରଫାଦଫା ନେଇ ଶରତ ନାୟକଙ୍କ ଅଡିଓ ଭାଇରାଲ ହେବା ପରେ ଥାନା ଠାରୁ ଆରମ୍ଭ କରି ରାଜନୀତିକ ମୈଦାନ ପର୍ଯ୍ୟନ୍ତ ହୁଲସ୍ତୁଲ ହୋଇଯାଇଛି। ଶେଷରେ ପୁଲିସ ସକ୍ରିୟ ହେବା ସହିତ ଖୋଳତାଡ଼ ଆରମ୍ଭ କରିଛି। ଜଗତସିଂହପୁର ଜିଲ୍ଲାର ଗୋକନ ହାଇସ୍କୁଲ୍ କ୍ରୀଡ଼ା ଶିକ୍ଷକ ଅନୁପମ ରାୟଙ୍କ ଘରେ ପହଞ୍ଚିଛି ପୁଲିସ। କ୍ରୀଡ଼ା ଶିକ୍ଷକ ଓ ତାଙ୍କ ମା’ଙ୍କୁ ପଚରାଉଚରା କରି ବୟାନ ରେକର୍ଡ କରିଛି। କାରଣ ସନ୍ଦେହଜନକ ଅବସ୍ଥାରେ ପ୍ରାଣ ହରାଇଥିବା ଏହି ଛାତ୍ରୀଙ୍କ ସହ ସଂପୃକ୍ତ କ୍ରୀଡ଼ା ଶିକ୍ଷକଙ୍କର କୁଆଡ଼େ ପ୍ରେମ ସଂପର୍କ ଥିଲା ବୋଲି କୁହାଯାଉଛି। ଯାହା ପ୍ରମାଣିତ କରିଛି ଲିକ୍ ହୋଇଥିବା ଏକ ଅଡିଓ। ମାହାଙ୍ଗାର ନିଲମ୍ବିତ ବିଜେଡି ନେତା ଶରତ ନାୟକ ଏବଂ କ୍ରୀଡ଼ା ଶିକ୍ଷକଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ରହିଛି ସେହି ଅଡିଓରେ। ଯେଉଁଥିରେ ବିନା ପୋଷ୍ଟମର୍ଟମରେ ମୃତଦେହକୁ ପୋଡ଼ିବା, ଅର୍ଦ୍ଧଦଗ୍ଧ ଶରୀର ଓ ପାଉଁଶକୁ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ନଦୀରେ ଭସାଇଦେବା ଏବଂ ମାମଲାର ରଫାଦଫା ପାଇଁ ୭୦ ହଜାର ଟଙ୍କାର ଡିଲ୍ କଥା ରହିଛି। ପୁଲିସ ଏହାର ସତ୍ୟତା ଜାଣିବା ପାଇଁ ଆଜି କ୍ରୀଡ଼ା ଶିକ୍ଷକ ଏବଂ ତାଙ୍କ ମା’ଙ୍କଠୁ ବୟାନ ରେକର୍ଡ କରିଛି।

ଅନ୍ୟପକ୍ଷରେ ଭାଇରାଲ୍ ହେଉଥିବା ଏକ ହାତଲେଖା ଚିଠିରେ ସଂପୃକ୍ତ ଛାତ୍ରୀଙ୍କୁ ତାଙ୍କ ବାପା ହତ୍ୟା ଉଦ୍ୟମ କରିଥିବା ଦର୍ଶାଯାଇଛି। ଯଦି ଏହା ସତ, ତେବେ କାହିଁକି ? କ୍ରୀଡ଼ା ଶିକ୍ଷକଙ୍କ ସହ ଥିବା ପ୍ରେମ ସଂପର୍କକୁ ବିରୋଧ କରି ଅନରକିଲିଂ କରାଯାଇନି ତ ? ଗତକାଲି ପ୍ରତିକ୍ରିୟାରେ ସଂପୃକ୍ତ ଛାତ୍ରୀଙ୍କ ବାପା କହିଥିଲେ କିଛି ଲୋକ ତାଙ୍କୁ ବଦନାମ କରିବା ପାଇଁ ଉଦ୍ୟମ କରୁଛନ୍ତି। ତେବେ କିଏ ସେହି ବ୍ୟକ୍ତି ? ସେ ଶରତ ନାୟକଙ୍କ ଆଡ଼କୁ ଇଙ୍ଗିତ କରୁଛନ୍ତି କି ? କାରଣ ଭାଇରାଲ ଅଡିଓରୁ ଜଣାପଡ଼ୁଛି ଯେ ଶରତ ମାମଲାର ରଫାଦଫା ପାଇଁ ଉଦ୍ୟମ କରିଥିଲେ। ତେବେ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ସେ ଏହି ସ୍ପର୍ଶକାତର ମାମଲାର ରଫାଦଫା ଉଦ୍ୟମ କରୁଥିଲେ, ତାହା ଜଣାପଡ଼ିନାହିଁ।

ଏହି ଘଟଣାକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ମହିଳା କମିଶନ ୧୫ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ଗ୍ରାମାଞ୍ଚଳ ଏସପିଙ୍କୁ ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ।

BjD Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe