ବିଜେପି ସରକାର ଆସିବା ଦିନଠାରୁ ଆଇନ ଶୃଙ୍ଖଳା ବିଗିଡିଛି । ଭଦ୍ରକ ଏବଂ ବାଲେଶ୍ୱରରେ ଗୋଷ୍ଠୀ ସଙ୍ଘର୍ଷ ହେଲା। ଚୋରି, ଡକାୟତି, ଦୁଷ୍କର୍ମ ବଢ଼ିବାରେ ଲାଗିଛି। ପୁଲିସକୁ ବ୍ୟବହାର କରି ବିଜେଡି କର୍ମୀ ଓ ନେତାଙ୍କ ଉପରେ ମାମଲା କରୁଛନ୍ତି। ବିଜେପି କର୍ମୀ ଅତ୍ୟାଚାର କଲେ ବି କିଛି ହେଉନି। ସରକାରୀ ଗୁଣ୍ଡା ଭାବେ ବ୍ୟବହାର କରୁଛି। ଆଜି ଏଭଳି ଅଭିଯୋଗ କରିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ।