Advertisment

ପ୍ରଫୁଲ୍ଲ ସାମଲଙ୍କ ବୟସ ହେଲାଣି ବାଚଳାମି କରୁଛନ୍ତି: ବିଜେଡି

‘ପ୍ରଫୁଲ୍ଲ ସାମଲ ବୟସ୍କ ହୋଇଯିବାରୁ ବାଚଳାମି କରୁଛନ୍ତି । ତେଣୁ ବୟସ୍କ ନେତା ବାଚଳାମି କରି କ’ଣ କହିବେ ସେଥିରେ ଆମର କିଛି କହିବାର ନାହିଁ।’

author-image
Jitendra Garnayak
Prafulla Samal

Prafulla Samal

ପୂର୍ବତନ ମନ୍ତ୍ରୀ ତଥା  ବରିଷ୍ଠ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ନିଜ ଦଳ ଭର୍ତ୍ସନା କରିଛି । ପ୍ରଫୁଲ୍ଲଙ୍କ ବୟସ ଅଧିକ ହୋଇଯାଇଛି, ତେଣୁ ସେ ବାଚଳାମି କରୁଛନ୍ତି । ବୟସ୍କ ନେତା ବାଚଳାମି କରି କ’ଣ କହିବେ ସେଥିରେ କିଛି ଯାଏ ଆସେ ନାହିଁ ବୋଲି ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି ।

Advertisment

ଶ୍ରୀ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭୁବନେଶ୍ୱରରେ ଯେଉଁ କାର୍ଯ୍ୟକ୍ରମ ହେଉଛି ସେଠାକୁ ମୁଖ୍ୟମନ୍ତ୍ରୀ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ସବୁଆଡ଼େ ଯାଇ ପାରୁଛନ୍ତି କି ନାହିଁ ତାହା କ’ଣ ଗଣମାଧ୍ୟମ ଦେଖିପାରୁନି କି ବୋଲି ଶ୍ରୀ ସାମଲ ଓଲଟା ପ୍ରଶ୍ନ କରିବା ସହ ପ୍ରଫୁଲ୍ଲ ସାମଲଙ୍କ ଭଳି ବରିଷ୍ଠ ନେତା ଯେଉଁ ବୟାନ ଦେଇଥିଲେ ତାକୁ କଡ଼ା ସମାଲୋଚନା କରିବାକୁ ପଛାଇ ନାହାନ୍ତି । ଶ୍ରୀ ସାମଲ କହିଛନ୍ତି ଯେ, ପ୍ରଫୁଲ୍ଲ ସାମଲ ବୟସ୍କ ହୋଇଯିବାରୁ ବାଚଳାମି କରୁଛନ୍ତି । ତେଣୁ ବୟସ୍କ ନେତା ବାଚଳାମି କରି କ’ଣ କହିବେ ସେଥିରେ ଆମର କିଛି କହିବାର ନାହିଁ । ନିଜ ଦଳର ଜଣେ ବରିଷ୍ଠ ନେତାଙ୍କ ପ୍ରତି ଗଣମାଧ୍ୟମରେ ବିଜେଡିର ଏଭଳି ସିଧାସଳଖ ଆକ୍ଷେପ ରାଜ୍ୟ ବିଜେଡି ରାଜନୀତିକୁ ସରଗରମ କରିଛି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସବୁଆଡ଼େ ଯାଇପାରୁନାହାନ୍ତି, ତେଣୁ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଚାରିଆଡ଼କୁ ପଠାଉଛନ୍ତି ବୋଲି ବରିଷ୍ଠ ନେତା ଶ୍ରୀ ସାମଲ ଗତକାଲି ଗଣମାଧ୍ୟମକୁ  ପ୍ରତିକ୍ରିୟା ଦେବା ପରେ ତାଙ୍କର ଏହି ବୟାନକୁ ନେଇ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ବିଜେପି ଉଦବେଗ ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି କି ନାହିଁ ପ୍ରଶ୍ନ କରିଛି ।

Advertisment

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ୍ କରି ପ୍ରଫୁଲ୍ଲଙ୍କ ବୟାନକୁ ନେଇ ଉଦବେଗ ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ କାହିଁକି ଅକ୍ଷମ ଓ ତାଙ୍କର କ’ଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାବଦରେ ରାଜ୍ୟବାସୀ ଜାଣିବା ଆବଶ୍ୟକ । କଂଗ୍ରେସ ମଧ୍ୟ ଅନୁରୂପ ଭାବେ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ବୟାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ମନ୍ତବ୍ୟ ଲୋକଙ୍କ ଭିତରେ ସନ୍ଦେହ ସୃଷ୍ଟି କରୁଛି । ମୁଖ୍ୟମନ୍ତ୍ରୀ ସୁସ୍ଥ ଅଛନ୍ତି ଓ ଓଡ଼ିଶାର ଶାସନ ଭାର ସେ ହିଁ ସମ୍ଭାଳୁଛନ୍ତି ବୋଲି ନିଜେ ସ୍ପଷ୍ଟ କରିବା ଦରକାର । କାରଣ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ୍ ଦେଇଛନ୍ତି, ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଚାହୁଁଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ମନ୍ତ୍ରୀମାନେ ଅଫିସରଙ୍କ ଗସ୍ତ ଲାଗି ବ୍ୟବସ୍ଥା କରୁଛନ୍ତି । କୌଣସି ରାଜ୍ୟରେ ଏଭଳି ବ୍ୟବସ୍ଥା ନାହିଁ । ଓଡ଼ିଶାରେ ଅଫିସରୀ ଶାସନ ଚାଲିଛି ବୋଲି ଏହି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଶ୍ରୀ ସାଲୁଜା କହିଛନ୍ତି ।

BjD