Advertisment

ପିପିଲିରେ ୫୦ଲକ୍ଷ ଟଙ୍କା ଜବତ: ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଟୋଲଗେଟ୍ ନିକଟରୁ ଗୋଟିଏ ବାଇକରୁ ୫୦ଲକ୍ଷ ଟଙ୍କା ଜବତ ହେବା ଘଟଣାରେ କ୍ଷମତାସୀନ ବିଜେଡି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି। ପିପିଲି ଉପନିର୍ବାଚନରେ ଏହି ଟଙ୍କା ଖର୍ଚ୍ଚ କରିବାକୁ ବିଜେପି ପଠାଉଥିଲା ବୋଲି ଦଳ ଅଭିଯୋଗ କରିଛି। ବିଜେଡିର ୪ଜଣିଆ ପ୍ରତିନିଧି ଦଳ ଆଜି ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ଭେଟି ପିପିଲିରେ ଜବତ ହୋଇଥିବା ୫୦ଲକ୍ଷ ଟଙ୍କା ବିଜେପିର ଓ ପୁଲିସ […]

author-image
Ordigital Desk
ଅଦ୍ୟତନ ହୋଇଛି
ପିପିଲିରେ ୫୦ଲକ୍ଷ ଟଙ୍କା ଜବତ: ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି

BJD Team

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପିପିଲି ଟୋଲଗେଟ୍ ନିକଟରୁ ଗୋଟିଏ ବାଇକରୁ ୫୦ଲକ୍ଷ ଟଙ୍କା ଜବତ ହେବା ଘଟଣାରେ କ୍ଷମତାସୀନ ବିଜେଡି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି। ପିପିଲି ଉପନିର୍ବାଚନରେ ଏହି ଟଙ୍କା ଖର୍ଚ୍ଚ କରିବାକୁ ବିଜେପି ପଠାଉଥିଲା ବୋଲି ଦଳ ଅଭିଯୋଗ କରିଛି।

Advertisment

ବିଜେଡିର ୪ଜଣିଆ ପ୍ରତିନିଧି ଦଳ ଆଜି ଅପରାହ୍ନରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କୁ ଭେଟି ପିପିଲିରେ ଜବତ ହୋଇଥିବା ୫୦ଲକ୍ଷ ଟଙ୍କା ବିଜେପିର ଓ ପୁଲିସ ଅଟକ ରଖିଥିବା ୨ଜଣ ଯୁବକ ମଧ୍ୟ ବିଜେପି କର୍ମୀ ବୋଲି ବିଜେଡି ଅଭିଯୋଗ କରିଛି। ପୂର୍ବରୁ ଅନେକ ନିର୍ବାଚନରେ ବିଜେପିର ଏଭଳି ଆଚରଣ ଦେଖାଯାଇଛି। ଉପନିର୍ବାଚନରେ ଟଙ୍କା କାରବାରକୁ ବିଜେଡି ନିନ୍ଦା କରିବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଏହାସହିତ ପିପିଲିରେ ପୁଲିସ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ସହ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ମଧ୍ୟ ଦଳ ଅନୁରୋଧ କରିଛି।

ଏହି ପ୍ରତିନିଧି ଦଳରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଓଟିଡିସି ଅଧ୍ୟକ୍ଷା ତଥା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀମୟୀ ମିଶ୍ର, ମୁଖପାତ୍ର ଲେନିନ୍ ମହାନ୍ତି ଓ ସୁଲତା ଦେଓ ସାମିଲ ଥିଲେ। ଏହି ଅଭିଯୋଗ ଉପରେ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କିଛି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରିନି।

Advertisment

ସୂଚନାଯୋଗ୍ୟ, ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ୧୭ତାରିଖରେ ହେବାର ଥିବାବେଳେ ପ୍ରଥମଥର ପାଇଁ ଏତେ ପରିମାଣର ଟଙ୍କା ଜବତ ହୋଇଛି। ପୁଲିସ ଏହି ଟଙ୍କା କିଏ ପଠାଇଥିଲା ଓ କୁଆଡ଼େ ଯାଉଥିଲା ସେ ନେଇ ତଦନ୍ତ ଜୋରଦାର କରିଛି।

Pipili By-election