Advertisment

ବାଲେଶ୍ୱର ରେଳ ଟ୍ରାଜେଡି ବେଳେ ସିଙ୍ଗାପୁରରେ ଚାଲିଥିବା ବିଜେଡି ଟିମ୍‌ର ସେଲିବ୍ରେସନ

ବାହାନଗା ପୀଡିତଙ୍କ ପାଇଁ ଯେତେବଳେ ସାରା ବିଶ୍ୱ ପ୍ରାର୍ଥନା କରୁଥିଲା, ସେତେବେଳେ ସିଙ୍ଗାପୁରରେ ବିଜେଡି ନେତା ପାଳୁଥିଲେ ଓଡିଶା ଦିବସ ଉତ୍ସବ।

ଅଦ୍ୟତନ ହୋଇଛି
BJD team's celebration in Singapore

BJD team's celebration in Singapore

Advertisment

ରାଜ୍ୟରେ ରେଳ ଟ୍ରାଜେଡି। ସେପଟେ ଫରେନ ଟୁରରେ ଟିମ୍ ବିଜେଡି। ବାହାନଗା ରେଳ ଟ୍ରାଜେଡି ବେଳେ ବିଜେଡି ନେତାଙ୍କ ଫରେନ୍ ଟୁରକୁ ନେଇ ଚର୍ଚ୍ଚା। ଶୁକ୍ରବାର ସନ୍ଧ୍ୟାରେ ରେଳ ଦୁର୍ଘଟଣା ଘଟିଥିବା ବେଳେ ଶନିବାର ବିଦେଶ ଗସ୍ତରେ ବାହାରିଥିଲେ ବିଜେଡିର ଜଣେ ମନ୍ତ୍ରୀ ୮ ବିଧାୟକ ଆଉ ୩ ମେୟର। ଏମିତିକି ଖୋଦ ସୋର ବିଧାୟକ ପର୍ଶୁରାମ ଧଡା ବି ବିଦେଶ ବୁଲୁଥିଲେ ଆଉ ପୋଜ ଦେଇ ଫୋଟୋ ଉଠାଉଥିଲେ। ଯାହାକୁ ଦୁର୍ଭାଗ୍ୟଜନକ କହି ଶାସକ ଦଳକୁ ଘେରିଛନ୍ତି ବିରୋଧୀ। ଶନିବାର ବାହାନଗା ଦୁର୍ଘଟଣାସ୍ଥଳରୁ ଯେତେବେେଳ ମୃତଦେହ ଉଦ୍ଧାର ଚାଲିଥିଲା ସେତେବେଳେ ସିଙ୍ଗାପୁରରେ ଚାଲିଥିଲା ଶାସକ ଦଳର ସେଲିବ୍ରେସନ। ଏପଟେ ବାଲେଶ୍ୱରରେ ଶବର ପାହାଡ ଛିଡ଼ା ହୋଇଥିଲା ତ, ସେପଟେ ବିଜେଡି ବିଧାୟକଙ୍କ ଚାଲିଥିଲା ବିଦେଶ ଭ୍ରମଣ। ବାହାନଗା ପୀଡିତଙ୍କ ପାଇଁ ଯେତେବଳେ ସାରା ବିଶ୍ୱ ପ୍ରାର୍ଥନା କରୁଥିଲା, ସେତେବେଳେ ସିଙ୍ଗାପୁରରେ ବିଜେଡି ନେତା ପାଳୁଥିଲେ ଓଡିଶା ଦିବସ ଉତ୍ସବ।

Advertisment

ନା ସେଦିନ ଥିଲା ଏପ୍ରିଲ ୧। ନା ଥିଲା ଉତ୍କଳ ଦିବସ। ତଥାପି ଜରୁରୀ ଉତ୍ସବ ଭାବେ ଏହି କାର୍ଯ୍ୟକ୍ରମକୁ ବିଜେଡି ପାଳନ କରିଛି। ଯାହା ଏବେ ରାଜ୍ୟସାରା ଜନମାନସରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଶୁକ୍ରବାର ସନ୍ଧ୍ୟାରେ ଯେତେବେଳେ ବାହାନଗା ଠାରେ କରମଣ୍ଡଳ ଓ ଯଶବନ୍ତପୁର-ହାୱଡ଼ା ଏକ୍ସପ୍ରେସ୍ ମଧ୍ୟରେ ଦୁର୍ଘଟଣା ଘଟିଥିଲା ଓ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିଲା ସେତେବେଳେ ବିଦେଶ ଯିବାକୁ ପ୍ରସ୍ତୁତ ହେଉଥିଲେ ବିଜେଡି ମେୟର, ବିଧାୟକ ଆଉ ମନ୍ତ୍ରୀ। ଏପଟେ ଶବର ପାହାଡ଼ ଗଦା ହୋଇଚାଲିଥିବା ବେଳେ ଏହି ନେତାମାନେ ରାତି ପାହିବା କ୍ଷଣି ବାହାରି ଯାଇଥିଲେ ସିଙ୍ଗାପୁର ଅଭିମୁଖେ। ଅବସର ଥିଲା ଉତ୍କଳ ଦିବସ ପାଳନ।

Advertisment

ସିଙ୍ଗାପୁର ଗସ୍ତରେ ଥିଲେ ମନ୍ତ୍ରିମଣ୍ଡଳରୁ ଆଜି ବାଦ୍ ପଡ଼ିଥିବା ରୋହିତ ପୂଜାରୀଙ୍କ ସହ ବିଧାୟକ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର, ଅଶୋକ ବଳ, ସମ୍ବିତ ରାଉତରାୟ, ଆକାଶ ଦାସନାୟକ, ବିଷ୍ଣୁବ୍ରତ ରାଉତରାୟ, ଧ୍ରୁବ ସାହୁ, ପ୍ରଶାନ୍ତ ବେହେରା। ଏମାନଙ୍କ ସହ ଯାଇଥିଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, କଟକର ମେୟର ସୁବାସ ସିଂ ଏବଂ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ। ବଡ କଥା ହେଲା ବାହାନଗା ନିଜ ନିର୍ବାଚନ ମଣ୍ଡଳିରେ ଆସୁଥିଲେ ବି ଖୋଦ ସୋର ବିଧାୟକ ପର୍ଶୁରାମ ଧଡା ସିଙ୍ଗାପୁର ଗସ୍ତରେ ଥିଲେ। କରମଣ୍ଡଳ ଦୁର୍ଘଟଣା ଘଟିବା ପରେ ପରେ ଯେତେବେଳେ ସମଗ୍ର ସୋରବାସୀ ଜୀବନକୁ ବାଜି ଲଗାଇ ଦୁର୍ଗତଙ୍କ ପାଇଁ ଅଣ୍ଟା ଭିଡିଥିଲେ ସେତେବେଳେ ଜନପ୍ରତିନିଧି ବିଦେଶରେ ଥିଲେ ସେଲିବ୍ରେସନ ମୁଡରେ।

ହେଲେ ସଫେଇରେ ପର୍ଶୁରାମ କହିଛନ୍ତି, ଘଟଣା ଏକ ଜାତୀୟ ବିପତ୍ତି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ଓଡ଼ିଶାରେ ଥିଲେ। ବିଦେଶରେ ଥିଲେ ବି ସେଠୁ ସେ ସବୁ ମନିଟରିଂ କରୁଥିଲି। 

୨ ତାରିଖ ଶୁକ୍ରବାର ସନ୍ଧ୍ୟାରେ ଘଟିଥିଲା ଦୁର୍ଘଟଣା । ଆଉ ୩ ତାରିଖ ଶନିବାର ସକାଳୁ ବିଦେଶ ଅଭିମୁଖେ ବାହାରିଯାଇଥିଲେ ବିଜେଡି ବିଧାୟକ ଓ ମନ୍ତ୍ରୀ। ସେତେବେଳକୁ ସ୍ପଷ୍ଟ ବି ହୋଇ ସାରିଥିଲା ମୃତାହତଙ୍କ ସଂଖ୍ୟା ହଜାରରୁ ଅଧିକ। ଏମିତି ସ୍ଥିତିରେ କେମିତି ବିଦେଶ ଗଲେ ବିଜେଡି ନେତାମନ୍ତ୍ରୀ ଓ ସ୍ଥାନୀୟ ବିଧାୟକ ? କାହିଁକି ବାତିଲ କରି ହେଲାନି ସିଙ୍ଗାପୁରରେ ଓଡିଶା ଦିବସ କାର୍ଯ୍ୟାକ୍ରମ ? ଏମିତିକି, କରମଣ୍ଡଳ ଦୁର୍ଘଟଣା ପରେ ହିଁ ନୋ ସେଲିବ୍ରେସନ ଘୋଷଣା କରିଥିଲେ ସରକାର। ତେବେ ଏଭଳି ଘଟଣାକୁ ନିନ୍ଦା କରିବା ସହ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିରୋଧୀ। ତେବେ କଟକ ମେୟରକୁ ଏ ପ୍ରସଙ୍ଗରେ ପଚାରିବାରୁ ସେ ଘଟଣାଦିନ ରାତି ପର୍ଯ୍ୟନ୍ତ ରହିଥିବା କହି ପ୍ରସଙ୍ଗରୁ ଏଡ଼ାଇ ଯାଇଛନ୍ତି।

Bjd Politics BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe