Advertisment

ଦମ୍‌ ଦେଖାଇଲେ ଅନନ୍ତ ଓ ଅମରେଶ; ବଢ଼ିଲା BJD ଟେନ୍‌ସନ୍‌

ଆଜି ଦାମ ଦେଖାଇଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା ଓ ଟିକେଟ ଆଶାୟୀ ଅମରେଶ ଜେନା। ଉଭୟ ପୃଥକ୍‌ ପୃଥକ୍‌ ସଭା କରିଛନ୍ତି। ଆଉ ବିଜେଡି ମୁଖିଆଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି।

BJD

BJD

Advertisment

ଛିଡ଼ୁନି ଭୁବନେଶ୍ୱର ମଧ୍ୟମ ଅଙ୍କ। ଘୋଷଣା ହୋଇପାରୁନି ପ୍ରାର୍ଥୀ। ଘୁଞ୍ଚି ଘୁଞ୍ଚି ଯାଉଛି ଶଙ୍ଖ। ଚିନ୍ତାରେ ରାଜଧାନୀର ବିଜେଡି ନେତା ଓ କର୍ମୀ। ସେପଟେ କିନ୍ତୁ ଆଜି ଦାମ ଦେଖାଇଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା ଓ ଟିକେଟ ଆଶାୟୀ ଅମରେଶ ଜେନା। ଉଭୟ ପୃଥକ୍‌ ପୃଥକ୍‌ ସଭା କରିଛନ୍ତି। ଆଉ ବିଜେଡି ମୁଖିଆଙ୍କ ମନ ଜିଣିବାକୁ ଉଦ୍ୟମ କରିଛନ୍ତି।

Advertisment

ଭୁବନେଶ୍ୱର ମଧ୍ୟମ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଅଙ୍କ ଛିଡୁନଥିବା ବେଳେ ଆଜି ଲକ୍ଷ୍ମୀସାଗର ମେଲଣ ପଡ଼ିଆରେ ଆୟୋଜିତ ହୋଇଥିଲା ସମ୍ୱର୍ଦ୍ଧନା ସଭା। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ହୋଇଥିଲା ଏହି ସଭା। ଏଥିରେ ମଧ୍ୟମ ନିର୍ବାଚନମଣ୍ଡଳୀର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା, ୧୯ଟି ୱାର୍ଡର କର୍ମୀ ଓ ବରିଷ୍ଠ ନାଗରିକ ଏବଂ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ସାମିଲ୍‌ ହୋଇଥିଲେ। କୁହାଯାଉଛି ଏହି ସଭା ହେଉଛି ବିଧାୟକଙ୍କ ଶକ୍ତିପ୍ରଦର୍ଶନ।

ତେବେ ଏନେଇ ଅନନ୍ତ ନାରାୟଣ ଜେନା କହିଛନ୍ତି, ମୁଁ ୨୦୦୩ ମସିହାରୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହିଛି। ଏମିତି ଆମର ଅନେକ ସମ୍ୱର୍ଦ୍ଧନା ସଭା ଓ କାର୍ଯ୍ୟକ୍ରମ ହେଉଛି। ଏହା ମୋ ପାଇଁ ନୂଆକଥା ନୁହେଁ। ଠିକ୍‌ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ, ତାହା ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ଜେନା କହିଛନ୍ତି।

Advertisment

ସମାନ୍ତରାଳ ଭାବେ ୪୩ ନମ୍ୱର ୱାର୍ଡରେ କର୍ମୀ ସମ୍ମିଳନୀ କରି ପୁଣି ଥରେ ଅନନ୍ତଙ୍କୁ ଚାଲେଞ୍ଜ ଦେଇଛନ୍ତି ଅମରେଶ ଜେନା। ଏଥିରେ ଶହ ଶହ କର୍ମକର୍ତ୍ତା ଯୋଗଦେଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଅନନ୍ତଙ୍କୁ ହଟାଇବା ପାଇଁ ହାତ ମିଳାଇଛନ୍ତି ୨ ବିଦ୍ରୋହୀ ଅମରେଶ ଓ ରୁଦ୍ର। ଉଭୟ ପାଖାପାଖି ବସିଛନ୍ତି। ଆଉ ରାଜ୍ୟ ସରକାରଙ୍କ ଲୋକାଭିମୁଖି ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି।

ଟିକଟ ଆଶାୟୀ ଅମରେଶ ଜେନା କହିଛନ୍ତି, ଯେ ହେତୁ ସେଠାରେ ଗୋଟିଏ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଗଲା, ତେଣୁ ଆମେ ଆମର କର୍ମକର୍ତ୍ତାଙ୍କୁ ନେଇ ଶାନ୍ତିଶୃଙ୍ଖଳାରେ କର୍ମୀ ସମ୍ମିଳନୀ କରିଛୁ। ଆମେ କାହାକୁ ଧମକାଇ ଲୋକ ଆଣିବାକୁ ଚାହିଁନୁ। କେବେ କାହାରି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଚାହିଁନାହୁଁ। ଧମକାଇ ନୁହେଁ, ମାଆମାନେ କେମିତି ଆମକୁ ଆଶୀର୍ବାଦ ଦେବେ, ସେଥିପାଇଁ ଏହି କର୍ମା ସମ୍ମିଳନୀ କରାଯାଇଛି। ହେଲେ ବର୍ଷା ହେବାରୁ ପୂରା କାର୍ଯ୍ୟକ୍ରମ ହୋଇପାରିଲା ନାହିଁ। ପରବର୍ତ୍ତୀ ସମୟରେ ଆଉ ଗୋଟିଏ କାର୍ଯ୍ୟକ୍ରମ ହେବ ବୋଲି ଶ୍ରୀ ଜେନା କହିଛନ୍ତି।

Bhubaneswar BjD Bhubaneswar News Loksabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe