Advertisment

ମନ୍ତ୍ରୀଙ୍କ ଉପସ୍ଥିତିରେ ଭାଙ୍ଗିଲା ବିଜେଡି ଟେଣ୍ଟ

ଜଳେଶ୍ୱର ଟାଉନ୍‌ରେ ୮.୨୫ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍‌ ନିର୍ମାଣ କରିଥିଲେ। ଆଜି ଉକ୍ତ ଷ୍ଟାଡିୟମ୍‌ର ଲୋକାର୍ପଣ ହେବାର ଥିଲା। ସେଥିପାଇଁ ଷ୍ଟାଡିୟମ୍‌ ସମ୍ମୁଖରେ ତିଅରି ହୋଇଥିଲା ଭବ୍ୟ ଟେଣ୍ଟ।

BJD

BJD

Advertisment

ଇଣ୍ଡୋର ଷ୍ଟାଡିୟମ୍‌ ଲୋକାର୍ପଣ ପାଇଁ ବନ୍ଧା ଯାଇଥିଲା ଟେଣ୍ଟ। ହେଲେ ଲୋକାର୍ପଣ ପୂର୍ବରୁ ମନ୍ତ୍ରୀଙ୍କ ଉପସ୍ଥିତିରେ ଭାଙ୍ଗିଲା ବିଜେଡି ଟେଣ୍ଟ। ଜୀବନ ବିକଳରେ ଧାଇଁ ପଳାଇଗଲେ ବିଜେଡି ନେତା ଓ କର୍ମୀ। ଆଜି ସନ୍ଧ୍ୟା ବେଳେ ଏପରି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଟାଉନ୍‌ରେ। ଟେଣ୍ଟ ଭାଙ୍ଗି ଯାଇଥିବାରୁ ଅଧାରେ ରହିଲା ଲୋକାର୍ପଣ ପର୍ବ।

Advertisment

ଜଳେଶ୍ୱର ଟାଉନ୍‌ରେ ୮.୨୫ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍‌ ନିର୍ମାଣ କରିଥିଲେ। ଆଜି ଉକ୍ତ ଷ୍ଟାଡିୟମ୍‌ର ଲୋକାର୍ପଣ ହେବାର ଥିଲା। ସେଥିପାଇଁ ଷ୍ଟାଡିୟମ୍‌ ସମ୍ମୁଖରେ ତିଅରି ହୋଇଥିଲା ଭବ୍ୟ ଟେଣ୍ଟ। ଅପରାହ୍ନ ୫.୨୦ ମିନିଟ୍‌ରେ ଲୋକାର୍ପଣ ହେବା ପାଇଁ ଧାର୍ଯ୍ୟ ହୋଇଥିଲା। ନିର୍ଦ୍ଧାରିତ ସମୟରେ ସଭାକାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟଅତିଥି ଭାବେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର ଯୋଗଦେଇଥିଲେ।

ସଭା କାର୍ଯ୍ୟ ଆରମ୍ଭ ହେବାପରେ ମନ୍ତ୍ରୀ ଭାଷଣ ଦେଉଥିଲେ। ଠିକ୍‌ ସେହି ସମୟରେ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ପ୍ରବଳ ବେଗରେ ବୋହିଥିଲା ପବନ। ଆଖି ପିଛୁଳାକେ ମନ୍ତ୍ରୀ ଓ କର୍ମୀଙ୍କ ମୁଣ୍ଡ ଉପରେ ବନ୍ଧା ଯାଇଥିବା ତମ୍ୱୁ ଉଡି ଯାଇଥିଲା। ଭାଙ୍ଗି ଯାଇଥିଲା ମୁଖ୍ୟମନ୍ତ୍ରୀଙ୍କ କଟ୍‌ଉଟ୍‌। ବିଜେଡି ବାନା ଉଡି ଯାଇଥିଲା। ତମ୍ୱୁ ଉଡିଗଲା ପରେ ହୋଇଥିଲା ପ୍ରବଳ ବର୍ଷା। ଜୀବନ ବିକଳରେ କର୍ମୀମାନେ ସଭା ମଞ୍ଚ ଛାଡ଼ି ପଳାଇ ଯାଇଥିଲେ। କଷ୍ଟେମଷ୍ଟେ ସହକର୍ମୀଙ୍କ ମନ୍ତ୍ରୀ ଉଦ୍ଧାର ହୋଇଛନ୍ତି। ଅଧାରେ ରହିଲା ଇଣ୍ଡୋର ଷ୍ଟାଡିୟମ୍‌ ଲୋକାର୍ପଣ ପର୍ବ।

Advertisment

ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ

BjD Balasore Bjd Leader Balasore Bjd
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe