Advertisment

ଟିକେଟ୍‌ ପାଇଁ ବିଜେଡିର ଛିଡ଼ୁନି ଜଗତସିଂହପୁର କଳି

ଦଳ ଏଯାଏ ସ୍ଥିର କରିପାରୁନି କାହାକୁ ଦେବ ଟିକେଟ। ବିଦ୍ରୋହର ଆଶଙ୍କା ଥିବାରୁ ଦଳ ଟିକେଟ ପ୍ରକ୍ରିୟାକୁ ବିଳମ୍ବିତ କରୁଛି।

undefined

Sankha bhawan

Advertisment

ବିଜେଡି ପାଇଁ ଜଗତସିଂହପୁର କଣ୍ଟା। ସଂସଦୀୟ କ୍ଷେତ୍ରରେ ଗୋଷ୍ଠୀ କନ୍ଦଳ ତୀବ୍ରରେ। ଅଡୁଆ ବଢୁଛି ହେଲେ ଅଙ୍କ ଛିଡୁନି। ଏବେବି ଝୁଲି ରହିଛି ବାଲିକୁଦା ଏରସମା ଓ କାକଟପୁର ନିର୍ବାଚନ ମଣ୍ଡଳୀ ଟିକେଟ। ଆଉ ନିମାପଡ଼ାରେ ତ ବିଧାୟକଙ୍କ ସମୀର ଦାଶଙ୍କ ଟିକେଟ କଟିବା ପରେ ସ୍ଥିତି ପୁରା ସଙ୍ଗୀନ।

Advertisment

ଗତକାଲି ସମୀର ଦାଶଙ୍କ ନିମାପଡ଼ା ପାୱାର ସୋ ପରେ ଦଳ ଭିତରେ ପସିଛି ଛନ୍‌କା। ଚର୍ଚ୍ଚା ହେଉଛି ଟିକେଟ ବଦଳାଇ ସମୀରଙ୍କୁ ଟିକେଟ ନଦେଲେ ବିଜେଡି ନିମାପଡ଼ାରେ ଘାଟାରେ ରହିପାରେ। ସେହିପରି ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନିର୍ବାଚନ ମଣ୍ଡଳୀ କାକଟପୁରରେ ବି ଏଯାଏ ଦଳ ପ୍ରାର୍ଥୀ ଘୋଷଣା କରିନି। ସେଠି ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ତୁଷାରକାନ୍ତିଙ୍କ ଭିତରେ ଟଣା ଓଟରା ଲାଗିଛି। ଦଳ ଏଯାଏ ସ୍ଥିର କରିପାରୁନି କାହାକୁ ଦେବ ଟିକେଟ। ବିଦ୍ରୋହର ଆଶଙ୍କା ଥିବାରୁ ଦଳ ଟିକେଟ ପ୍ରକ୍ରିୟାକୁ ବିଳମ୍ବିତ କରୁଛି।

ସେହିପରି ବାଲିକୁଦା ଏରସମାରେ ବିଧାୟକ ରଘୁନନ୍ଦନ ଦାସ ରେସ୍ ରେ ଥିବାବେଳେ ତାଙ୍କୁ ଚାଲେଞ୍ଜ ଦେଉଛନ୍ତି ସୌମ୍ୟଜିତ ମହାପାତ୍ର ଓ ସଞ୍ଜୀବ ବିଶ୍ବାଳଙ୍କ ଭଳି ଯୁବନେତା। ଏପଟେ ରଘୁନନ୍ଦନ ବି ସମର୍ଥକଙ୍କୁ ଧରି ଟିକେଟ ହାତେଇବାକୁ କରିଛନ୍ତି ରଣନୀତି। ଅନ୍ୟପଟେ ଗେମ୍ ଚେଞ୍ଜର ଭୂମିକା ନେଇପାରନ୍ତି କଂଗ୍ରେସରୁ ଆସିଥିବା ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ। ନିକଟରେ କର୍ମୀ ସମ୍ମିଳନୀରେ ଜଗତସିଂହପୁର ଟିକେଟ ନମିଳିବାରୁ ଅସନ୍ତୋଷ ଝାଡିଥିଲେ ଚିରଞ୍ଜୀବ। ଯେଉଁଥିପାଇଁ ତାଙ୍କ ସମର୍ଥନ ମିଳିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅନ୍ୟପଟେ ଦଳ କହିଛି ଠିକ୍ ସମୟରେ ସମସ୍ତେ ଏକାଠି ହୋଇ ଦଳକୁ ଜିତାଇବେ।

Advertisment

ଜଗତସିଂହପୁର ସଂସଦୀୟ କ୍ଷେତ୍ର ପାଣି ଏବେ ସମ୍ପୂର୍ଣ୍ଣ ଗୋଳିଆ। ସାସଂଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କ ସହ ବିଜେଡି ପାଇଁ ବି ଅଡୁଆ ବଢିଛି ସଂସଦୀୟ କ୍ଷେତ୍ରରେ। ନିମାପଡ଼ାରେ ଅଭିଜ୍ଞ ସମୀରଙ୍କ ଭୋଟ୍ ଯଦି ବିଜେଡି ହରାଏ ତେବେ ତାହା ବଡ଼ ପ୍ରଭାବ ପକାଇବ। ସେହିପରି କାକଟପୁର ଓ ବାଲିକୁଦା-ଏରସମାରେ ସଠିକ୍ ପ୍ରାର୍ଥୀଙ୍କୁ ଦଳ ଟିକେଟ ନଦିଏ ତେବେ ବିଦ୍ରୋହ ବଢିବ ଓ ଦଳ ପ୍ରତି କ୍ଷତିକାରକ ହୋଇପାରେ।

Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe