Advertisment

ନିର୍ବାଚନ ଯେତିକି ପାଖଉଛି, BJD ଟିକେଟ କଳି ସେତିକି ବଢୁଛି

ବିଜୁ ଜୟନ୍ତୀରେ ଭୁବନେଶ୍ୱର ଏକାମ୍ର ବିଧାୟକ ଆଶାୟୀ କର୍ପୋରେଟର ବିରଞ୍ଚି ମହାସୁପକାର ଓ ମଧ୍ୟ ଭୁବନେଶ୍ୱର ଆଶାୟୀ କର୍ପୋରେଟର ଅମରେଶ ଜେନାଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି।

BJD

BJD

Advertisment

ନିର୍ବାଚନ ଯେତିକି ପାଖଉଛି, ବିଜେଡି ଟିକେଟ କଳି ସେତିକି ବଢୁଛି। ଶୀର୍ଷ ନେତୃତ୍ୱଙ୍କୁ ଚାଲେଞ୍ଜ ଦେଉଛନ୍ତି ଆଶାୟୀ। କହିବାକୁ ଗଲେ ରାଜଧାନୀ ଭୁବନେଶ୍ୱରରେ ଟିକେଟ କଳି ତୀବ୍ର ରୂପ ଧାରଣ କଲାଣି। ବିଜୁ ଜୟନ୍ତୀରେ ଭୁବନେଶ୍ୱର ଏକାମ୍ର ବିଧାୟକ ଆଶାୟୀ କର୍ପୋରେଟର ବିରଞ୍ଚି ମହାସୁପକାର ଓ ମଧ୍ୟ ଭୁବନେଶ୍ୱର ଆଶାୟୀ କର୍ପୋରେଟର ଅମରେଶ ଜେନାଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ତାପୁଣି ନବୀନ ନିବାସରେ। ଉଭୟ ଆଜି ନିଜ ନିଜ ସମର୍ଥକଙ୍କ ସହ ଯାଇ ନବୀନ ନିବାସରେ ବାୟୋ ଡାଟା ଦେଇଛନ୍ତି।

Advertisment

ବିରଞ୍ଚି ଏକାମ୍ର ବିଧାୟକ ପ୍ରାର୍ଥୀ ଓ ଅମରେଶ ମଧ୍ୟ ବିଧାୟକ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ଯାହାକି ଏକାମ୍ର ବିଧାୟକ ଅଶୋକ ପଣ୍ଡା ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପାଇଁ ଚାଲେଞ୍ଜ। ଯୁବ ଓ ନୂଆ ଚେହେରାଙ୍କୁ ଦଳ ଏଥର ଟିକେଟ ଦବ ବୋଲି ଆଶା ରଖିଛନ୍ତି ଅମରେଶ ଓ ବିରଞ୍ଚି। ସେପଟେ ଭୁବନେଶ୍ୱରରୁ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ରଙ୍କୁ ଟାର୍ଗେଟ କରି ନବୀନ ନିବାସରେ ଆବେଦନ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ଭୁବନେଶ୍ୱରର ପ୍ରଥମ ମେୟର ମିହିର ମହାନ୍ତି। ସେ କହିଛନ୍ତି, ମୁଁ ଲଢିଲେ ଅପରାଜିତା ଷଡଙ୍ଗୀଙ୍କୁ ଭଲ ଫାଇଟ୍‌ ଦେବେ।

ରାଜଧାନୀର ଚିତ୍ର ବୟାନ କରୁଛି ସାରା ରାଜ୍ୟରେ ସ୍ଥିତି ବିଜେଡିର କ’ଣ? ତେବେ ଏଠି ପ୍ରଶ୍ନ ବିଜେଡି ବିଦ୍ରୋହୀ ବଳ ପାଉଛନ୍ତି କେଉଁଠୁ? ବିଦ୍ରୋହୀ ଟିକେଟ ନ ପାଇଲେ ଦଳ ପାଇଁ କ୍ଷତିକାରକ ହେବେନି ତ? କଣ ଶୀର୍ଷ ନେତୃତ୍ୱ ନିୟନ୍ତ୍ରଣ ହରାଇଲେଣି କି ଆଶାୟୀଙ୍କ ଉପରୁ? ସେପଟେ ଦଳର ଯୁକ୍ତି ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ ସୁପ୍ରିମୋ।

Advertisment

୨୦୦୯ ମସିହାରେ ଭୁବନେଶ୍ୱର ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନ ମଣ୍ଡଳୀର ଜନ୍ମ। କେବଳ ଏକାମ୍ରରେ ଅଶୋକ ପଣ୍ଡାଙ୍କୁ ବାଦ ଦେଲେ ଦଳ ଅନ୍ୟ ଦୁଇଟିରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ। ଏଥର କୁହୁଳୁ ଥିବା ଅସନ୍ତୋଷକୁ ଦଳ କିପରି ମ୍ୟାନେଜ କରୁଛି ତା ଉପରେ ନଜର।

BjD Loka Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe