Advertisment

ପାରାଦୀପରେ ବିଜେଡି ଟିକେଟ କଳି, ସମ୍ବିତଙ୍କୁ ବିରୋଧ

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଜେଡ଼ି ନେତା ଓ କର୍ମୀମାନେ ସିଧାସଳଖ ଦାବି କରିଥିଲେ ବସନ୍ତଙ୍କୁ ଟିକେଟ ଦେବା ପାଇଁ।

Sambit Routray

Sambit Routray

Advertisment

ଚରମ ସୀମାରେ ପାରାଦୀପରେ ବିଜେଡ଼ି ଟିକଟ କଳି। ଦିନକୁ ଦିନ ତୀବ୍ର ହେଉଛି ବିଜେଡ଼ି ଟିକେଟ ପାଇଁ ପାରାଦୀପ ନିର୍ବାଚନମଣ୍ଡଳୀରେ ଗୋଷ୍ଠୀ କନ୍ଦଳ।

Advertisment

କୁଜଙ୍ଗ ଓ ରାହାମା ପରେ ପୁଣି ଥରେ ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ହୋଇଛି ମେଳି। ତାଙ୍କୁ କିମ୍ବା ତାଙ୍କ ପତ୍ନୀଙ୍କୁ ଟିକେଟ ନଦେଇ ପାରାଦୀପ ବିଜେଡ଼ି ସଭାପତି ତଥା ମୁନିସିପାଲିଟି ଚେୟାରମ୍ୟାନ ବସନ୍ତ ବିଶ୍ୱାଳଙ୍କୁ ଟିକେଟ ଦେବାକୁ ନିବେଦନ କରିଛନ୍ତି ଏକ ଗୋଷ୍ଠୀ।

ସମ୍ବିତଙ୍କୁ ବିରୋଧ ପଛରେ ଅଛନ୍ତି ଖୋଦ ପାରାଦୀପ ବିଜେଡ଼ି ସଭାପତି ବସନ୍ତ ବିଶ୍ୱାଳ। ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଜେଡ଼ି ନେତା ଓ କର୍ମୀମାନେ ସିଧାସଳଖ ଦାବି କରିଥିଲେ ବସନ୍ତଙ୍କୁ ଟିକେଟ ଦେବା ପାଇଁ। ଏହି କର୍ମୀମାନେ ଦୀର୍ଘଦିନ ଧରି ସମ୍ବିତଙ୍କ ବିରୋଧରେ ମେଳି କରି ଆସୁଛନ୍ତି। ଏନେଇ ସମ୍ବିତଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ତାଙ୍କ ସମର୍ଥକ କିନ୍ତୁ କହିଛନ୍ତି, ଟିକେଟ ନିଷ୍ପତ୍ତି ହାଇ କମାଣ୍ଡ ନେବେ।

Advertisment
BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe