Advertisment

ମୁନ୍ନା ଖାଁଙ୍କ ଦାବି: ଅଳ୍ପ ଦିନରେ କ୍ଷମତାକୁ ଫେରିବ ବିଜେଡି, ଯୋଗାଯୋଗରେ ଅଛନ୍ତି ୧୪ ବିଜେପି ବିଧାୟକ

ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ଏଭଳି ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର।

author-image
Jitendra Garnayak
ଅଦ୍ୟତନ ହୋଇଛି
Munna Khan

Munna Khan

ବିଜେଡି ଅଳ୍ପ ଦିନ ମଧ୍ୟରେ କ୍ଷମତାକୁ ଫେରିବ। ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ୨୨ ନେତା ବିଜେପିରେ ଯୋଗ ଦେଇଥିଲେ। ସେମାନେ ଏବେ ବିଧାୟକ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କରେ ଅଛନ୍ତି। ତେଣୁ ବିଜେଡି କ୍ଷମତାକୁ ଫେରିବା ରାସ୍ତା ଖୋଲୁଛି ବୋଲି କହିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ମୁନ୍ନା ଖାଁ। ଗତକାଲି ନବରଙ୍ଗପୁରରେ ବିଜେଡିର ଜନସଂପର୍କ ପଦଯାତ୍ରାରେ କର୍ମୀଙ୍କୁ ସମ୍ବୋଧନ କରି ସେ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

Advertisment

ସାଂସଦ ମୁନ୍ନା ଖାଁ ଆହୁରି କହିଥିଲେ, ଏବେ ବି ୯୦ ପ୍ରତିଶତ ବ୍ଲକ ଓ ଜିଲ୍ଲା ପରିଷଦ ବିଜେଡି ଦଖଲରେ ଅଛି। ତେଣୁ ଏବେ ନିର୍ବାଚନ ହେଲେ ଆମେ ଶହେ ସିଟ୍ ଜିତିବୁ।

ତାଙ୍କର ଏଭଳି ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି,୧୪ ଜଣ ଗଲେ ତାଙ୍କର ଟୁ-ଥାର୍ଡ ହେଉଛି କି ? ଯିଏ ଏମିତି କହୁଛନ୍ତି, ତାଙ୍କୁ ଗଣିତ ଜଣା ନାହିଁ। ଦଳ ବଦଳ ପାଇଁ ଅତି କମରେ ଟୁ-ଥାର୍ଡ ମେଜରିଟି ହେବା କଥା। ଯିଏ ରାଜନୀତି ଗଣିତ ବୁଝିନାହିଁ, ସେ ଏମିତି ସବୁ କୁହନ୍ତି।

Advertisment

ଏହା ସହିତ ବିଜେଡି ଗୋଟେ ଦାସତ୍ୱ ପାର୍ଟି ବୋଲି କହି ଟାର୍ଗେଟ କରିଛନ୍ତି ଜୟନାରାୟଣ। ସେ କହିଛନ୍ତି, ମୋର ସନ୍ଦେହ ହେଉଛି ଯେ ୨୯ ପର୍ଯ୍ୟନ୍ତ ବିଜେଡି ରହିବ କି ନାହିଁ। ବିଜେଡିର ପ୍ରତି ନେତା ଏବେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି। ଆମ ସହ ଯୋଗାଯୋଗ ବେଳେ ବହୁତ ନେତା ଦଳର ସ୍ଥିତିକୁ ଦେଖି ନିଜ ଭବିଷ୍ୟତ ଲାଗି ଚିନ୍ତାରେ ପଡ଼ିଥିବା କହୁଛନ୍ତି । ବିଜେଡିରେ ନେତୃତ୍ୱ ସଙ୍କଟ ଦେଖାଦେଇଛି । କିଏ ନେତୃତ୍ୱ ନେବେ, ସେ କଥା ଭାବି ସବୁ ବହୁ ବିଜେଡି ନେତା ଚିନ୍ତିତ ଅଛନ୍ତି।