Advertisment

କଂଗ୍ରେସ ସହିତ ହାତ ମିଶାଇ ସରକାର ଗଢ଼ିବ ବିଜେଡି! ପଢନ୍ତୁ, କ’ଣ କହିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

‘ୟା ଭିତରେ ଦିନେ ନବୀନ ବାବୁଙ୍କ ପାଖରେ ବସିଥିଲି। ପାଣ୍ଡିଆନ ବାବୁ ମଧ୍ୟ ଆସିଲେ। ସେ ଆସନ୍ତି, ଆମ ସାର୍ ଔଷଧ ଖାଇଛନ୍ତି ନା ନାହିଁ ଦେଖିବାକୁ।’

ଅଦ୍ୟତନ ହୋଇଛି
Debashish

Debashish

Advertisment

ଦରକାର ପଡ଼ିଲେ କଂଗ୍ରେସ ସହ ହାତ ମିଳେଇବ ବିଜେଡି। ଆଉ ରାଜ୍ୟରେ କରିବ ସରକାର। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ।

Advertisment

ପାରାଦୀପର କୁଜଙ୍ଗରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କୁ ଉଦବୋଧନ ଦେବା ଅବସରରେ ଦେବାଶିଷ କହିଥିଲା,... ୟା ଭିତରେ ଦିନେ ନବୀନ ବାବୁଙ୍କ ପାଖରେ ବସିଥିଲି। ପାଣ୍ଡିଆନ ବାବୁ ମଧ୍ୟ ଆସିଲେ। ସେ ଆସନ୍ତି, ଆମ ସାର୍ ଔଷଧ ଖାଇଛନ୍ତି ନା ନାହିଁ ଦେଖିବାକୁ। ସେତିକି ବେଳେ ମୁଁ ନବୀନ ବାବୁଙ୍କୁ କହିଲି ଯେ ଆପଣ ବାଇ-ଇଲେକ୍ସନ ପାଇଁ ପ୍ରସ୍ତୁତ ରୁହନ୍ତୁ। ସେ କହିଲେ, କ’ଣ ପାଇଁ ଋଷି। ମୁଁ କହିଲି ବିଜେପିର ୭ ଜଣ ଏମ୍‌ଏଲ୍‌ଏ କଟିଯିବେ। ଆଉ ସେଠି ଯେଉଁ ବାଇ-ଇଲେକ୍ସନ ହେବ, ଆପଣ ଖାଲି ଗାଡ଼ିରେ ବସି ହାତ ହଲେଇ ଚାଲିଆସିବେ। ୭ ବିଜେଡି ଏମ୍‌ଏଲ୍‌ଏ ଆସିଗଲେ ଆମେ ୬୦ରେ ପହଞ୍ଚିଯିବା। ଦରକାର ପଡ଼ିଲେ ବରଂ ଆମେ କଂଗ୍ରେସ ସହିତ ହାତ ମିଶାଇ ଦେବା ଓ ନୂଆ ସରକାର କରି ଦେବା। ବିଜେପିକୁ ବିଦା କରି ଦେବା। ଏଇଟା କଥାରେ ମୁଁ କହିଲି...। 

ଏହା ସହିତ ସେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସମାଲୋଚନା କରିଥିଲେ। କହିଥିଲେ, ସେ କିଛି ନୁହନ୍ତି। ସବୁ କିଛି ଦିଲ୍ଲୀରୁ ହେଉଛି। ତାଙ୍କୁ ଯେଉଁ ଇଞ୍ଜିନ ଧରାଇ ଦିଆଯାଇଛି, ସେଥିରେ ଡିଜେଲ ନାହିଁ କି କୋଇଲା ନାହିଁ। ଆମେ ଏ ସରକାରକୁ ବିରୋଧ କରିବୁ।

Advertisment

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଦଳୀୟ ନେତା ବାପି ସର୍ଖେଲ ପ୍ରମୁଖ ଉପସ୍ଥିତ ଥିଲେ। 

ଦେବାଶିଷଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେପି କହିଛି, ଜଳ ବିନା ମାଛର ଅବସ୍ଥା ଯାହା, ବିଜେଡିର ଅବସ୍ଥା ବର୍ତ୍ତମାନ ତାହା ହୋଇଛି। ଅନ୍ୟପକ୍ଷରେ ଦେବାଶିଷଙ୍କ ମନ୍ତବ୍ୟ ନେଇ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe