ବିଜେଡିର ଏନଡିଏ ପ୍ରୀତି: ଅନାସ୍ଥାକୁ ବିରୋଧ ଓ ଦିଲ୍ଲୀ ବିଲ୍‌କୁ କରିବ ସମର୍ଥନ

ବହୁଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ(ଦିଲ୍ଲୀ ସର୍ଭିସ ବିଲ)କୁ ସମର୍ଥନ କରିବା ସହ ଏନଡିଏ ସରକାର ବିରୁଦ୍ଧରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବୋଲି ବିଜେଡି ଘୋଷଣା କରିଛି ।

Sasmit Patra

ବିଜେଡି ସାଂସଦ ସସ୍ମିତ ପାତ୍ର (ଫାଇଲ ଫଟୋ)

Ordigital Desk
  • Published: Tuesday, 01 August 2023
  • Updated: 01 August 2023, 05:16 PM IST

Sports

Latest News

କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ବିଜୁ ଜନତା ଦଳ ପୁଣିଥରେ ନିଃସର୍ତ୍ତ ସମର୍ଥନ ଦେଇ ନିଜର ଏନଡିଏ ପ୍ରୀତିକୁ ପ୍ରମାଣିତ କରିଛି । ବହୁଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ(ଦିଲ୍ଲୀ ସର୍ଭିସ ବିଲ)କୁ ସମର୍ଥନ କରିବା ସହ ଏନଡିଏ ସରକାର ବିରୁଦ୍ଧରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବୋଲି ବିଜେଡି ଘୋଷଣା କରିଛି । ଏପରିକି ଉଭୟ ବିଲ୍ ଓ ପ୍ରସ୍ତାବ ଆଲୋଚନାବେଳେ ସଂସଦରେ ସାଂସଦମାନଙ୍କୁ ଉପସ୍ଥିତ ରହିବା ପାଇଁ ବିଜେଡି ପକ୍ଷରୁ ୩ ଧାଡ଼ିଆ ହୁଇପ୍ ମଧ୍ୟ ଜାରି ହୋଇଛି ।

ବିଜେଡି ସାଂସଦ ତଥା ଦଳର ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ଆଜି ଆଗତ ହୋଇଥିବା ଦିଲ୍ଲୀ ସର୍ଭିସ ବିଲକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ସମର୍ଥନ କରିବ । ଏହାସହିତ ଏନଡିଏ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ । ବିଜେଡିର ଏହି ସମର୍ଥନ ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ଏବେ ସୁଦୃଢ଼ ସ୍ଥିତିକୁ ଆସିଛି । ରାଜ୍ୟସଭାରେ ବିଜେଡିର ୯ଜଣ ସାଂସଦ ଥିବାରୁ ଏନଡିଏ ସରକାର ପାଇଁ ବିଜେଡିର ସମର୍ଥନ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା ।

Also Read

ଲୋକସଭାରେ ବିଲ୍ ଗୃହୀତ ପାଇଁ ଏନଡିଏକୁ ବିଶେଷ ସମସ୍ୟା ନାହିଁ । ମାତ୍ର ରାଜ୍ୟସଭାରେ ଏନଡିଏ ପାଇଁ ସମସ୍ୟା ରହିଛି । କାରଣ ଏବେ ବିରୋଧୀ ଦଳଙ୍କ (ଇଣ୍ଡିଆ) ସାଂସଦମାନଙ୍କ ସମେତ ଭାରତ ରାଷ୍ଟ୍ର ସମିତି(ବିଆରଏସ)ର ସମସ୍ତ ୭ଜଣ ସଦସ୍ୟଙ୍କୁ ମିଶାଇଲେ ମୋଟ ୧୦୮ଜଣ ସାଂସଦ ରାଜ୍ୟସଭାରେ ଦିଲ୍ଲୀ ବିଲ ବିରୁଦ୍ଧରେ ଭୋଟ୍ ଦେବେ । ତେବେ ରାଜ୍ୟସଭାରେ ମ୍ୟାଜିକ୍ ନମ୍ବର ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ଏବେ ଆବଶ୍ୟକ ସଂଖ୍ୟକ ସମର୍ଥନ ନାହିଁ ।  ତେବେ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟିର ୯ଜଣ, ଜେଡିୟୁ, ବହୁଜନ ସମାଜ ପାର୍ଟି ଓ ତେଲଗୁ ଦେଶମ ପାର୍ଟିର ଜଣେ ଲେଖାଏଁ ସାଂସଦଙ୍କୁ ମିଶାଇଲେ ମୋଟ ୧୨ଜଣ ସାଂସଦ ଏବଂ ୫ଜଣ ମନୋନୀତ ଓ ୩ଜଣ ସ୍ୱାଧୀନ ସାଂସଦଙ୍କ ସମର୍ଥନ ମିଶିଲେ ମୋଟ ୨୦ଜଣ  ସମର୍ଥନ ମିଳିବ । ମନୋନୀତ ସଦସ୍ୟମାନେ ସର୍ବଦା କ୍ଷମତାସୀନ ଦଳ ସପକ୍ଷରେ ମତଦାନ କରିଥାନ୍ତି । ତଥାପି ମ୍ୟାଜିକ୍ ନମ୍ବର ପାଇଁ ଆହୁରି ୧୧ଜଣ ସଦସ୍ୟଙ୍କ ସମର୍ଥନ ଜରୁରୀ ଥିବାରୁ ବିଜେଡିର ସମର୍ଥନ ଘୋଷଣା ଏନଡିଏକୁ ଆଶ୍ୱସ୍ତ କରିଛି । ରାଜ୍ୟସଭାରେ ବିଜେଡିର ୯ଜଣ ସାଂସଦ ଅଛନ୍ତି ।

ତେବେ ବିଜେଡିର ଏନଡିଏକୁ ଏଭଳି ନିଃସର୍ତ୍ତ ସମର୍ଥନ ଘୋଷଣା ଦଳର  ଦୋମୁହାଁ ନୀତି ଓ ‘ସମଦୂରତ୍ୱ ନୀତି’ ପ୍ରତି ଉପହାସ ସଦୃଶ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story