Advertisment

ଓଡ଼ିଶାରେ ବିଜେଡି ଜିତିବ ୧୧ଟି ଆସନ, ବିଜେପି ପାଇବ ୧୦, ଖାଲି ହେବ କଂଗ୍ରେସ ହାତ

ସର୍ଭେରେ କୁହାଯାଇଛି, ବିଜେଡିର ଭୋଟ୍‌ ହାର ୪୩ରୁ ୪୧%କୁ ହ୍ରାସ ପାଇବ। ଅନ୍ୟପକ୍ଷରେ ବିଜେପିର ଭୋଟ ହାର ୩୮%ରୁ ୪୦% ବୃଦ୍ଧି ପାଇବ।

author-image
Jitendra Garnayak
Congress and bjp flag

Congress and bjp flag

ଆଜି ପ୍ରକାଶ ପାଇଛି Mood of the Nation ସର୍ଭେ ରିପୋର୍ଟ। ଏହି ରିପୋର୍ଟ ଅନୁଯାୟୀ, ଯଦି ଆଜି ଲୋକସଭା ନିର୍ବାଚନ ହୁଏ, ତା’ହେଲେ ଓଡ଼ିଶାରେ ଥିବା ୨୧ଟି ଆସନ ମଧ୍ୟରୁ ବିଜେପି ୧୦ଟି ଜିତିବ। ସେହିଭଳି ବିଜେଡି ୧୧ଟି ଆସନ ଜିତିବ। ଅନ୍ୟପକ୍ଷରେ ୨୦୧୯ ସାଧାରଣ ନିର୍ବାଚନରେ ଗୋଟିଏ ଲୋକସଭା ଆସନ ପାଇଥିବା କଂଗ୍ରେସର ହାତ ଖାଲି ରହିବ। ଦଳ ଗୋଟିଏ ବି ଆସନରେ ଜିତି ପାରିବ ନାହିଁ।

Advertisment

ସର୍ଭେରେ କୁହାଯାଇଛି, ବିଜେଡିର ଭୋଟ୍‌ ହାର ୪୩ରୁ ୪୧%କୁ ହ୍ରାସ ପାଇବ। ଅନ୍ୟପକ୍ଷରେ ବିଜେପିର ଭୋଟ ହାର ୩୮%ରୁ ୪୦% ବୃଦ୍ଧି ପାଇବ।

୨୦୧୯ ଲୋକସଭା ନିର୍ବାଚନରେ ୨୧ଟି ଆସନରୁ ବିଜେଡି ୧୨ଟି ଆସନ ଜିତିଥିବା ବେଳେ ବିଜେପି ୮ଟି ଆସନରେ ଜିତିଥିଲା। ଅର୍ଥାତ୍ ଆଜି ନିର୍ବାଚନ ହେଲେ ବିଜେଡି ଗୋଟିଏ ଆସନ ହରାଇବ। ଅନ୍ୟପକ୍ଷରେ ବିଜେପି ୨ଟି ସିଟ୍ ଅଧିକ ପାଇବ। ଗତ ଥର କୋରାପୁଟ ଲୋକସଭା ଆସନ କଂଗ୍ରେସ ଜିତିଥିବା ବେଳେ, ତାହା ଦଳ ହାତରୁ ଚାଲିଯିବ ବୋଲି Mood of the Nation ସର୍ଭେ ରିପୋର୍ଟ କହିଛି।

Advertisment

ଏଥିରେ ଆହୁରି କୁହାଯାଇଛି, ଯଦି ଆଜି ନିର୍ବାଚନ ହୁଏ, ତା’ହେଲେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିବ। ଏନ୍‌ଡିଏ ୩୩୫ଟି ଆସନ ଜିତିବ।

BjD Bjp