Advertisment

ମୃତ ବ୍ୟକ୍ତିଙ୍କୁ ଦାୟିତ୍ୱ ଦେଲା ବିଜେଡି

୨୦୧୯ ସାଧାରଣ ନିର୍ବାଚନ ପରଠୁ କୋମାରେ ଥିବା ବିଜେଡି ଆଇନ ସାମ୍ମୁଖ୍ୟର ପୁନର୍ଗଠନ ହୋଇଛି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଶନିବାର ୫୧ଜଣିଆ ଆଇନ ସାମ୍ମୁଖ୍ୟ ଗଠନ ହୋଇଛି । ମିଲନ କାନୁନଗୋଙ୍କୁ ସାମ୍ମୁଖ୍ୟର ରାଜ୍ୟ ସଭାପତି କରାଯାଇଥିବା ବେଳେ ତାଙ୍କ ସହିତ ୪ଜଣ ଉପଦେଷ୍ଟା, ୭ ଜଣ ଉପସଭାପତି, ଜଣେ ସମ୍ପାଦକ, ଜଣେ ରାଜ୍ୟ ସଂଯୋଜକ ଓ ୪ ଜଣ ଜୋନାଲ ସଂଯୋଜକଙ୍କୁ ନିଯୁକ୍ତି ମିଳିଛି। ତା’ ସହିତ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇଛି । ଏହି ତାଲିକାରେ ରାମନାଥ ମିଶ୍ରଙ୍କ ନାଁ ରହିଛି। ତାଙ୍କୁ ଗଜପତି ଜିଲ୍ଲା ଆଇନ ସାମ୍ମୁଖ୍ୟର ସଭାପତି କରାଯାଇଛି। କିନ୍ତୁ ସେ ଆଉ ଇହଜଗତରେ ନାହାନ୍ତି। ସ୍ୱର୍ଗତ ରାମନାଥ ମିଶ୍ର ବିଜେଡିର ଜଣେ ବରିଷ୍ଠ ନେତା ଥିଲେ। ସେ ପାରଳାଖେମୁଣ୍ଡି ଓକିଲ ସଂଘର ସଭାପତି ଭାବେ ୨୦ରୁ ଅଧିକ ଥର ନିର୍ବାଚିତ ହୋଇଥିଲେ। ତେବେ ୨୦୨୨ ଅକ୍ଟୋବର ମାସରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତା’ପରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।

Advertisment

୨୦୧୯ ସାଧାରଣ ନିର୍ବାଚନ ପରଠୁ କୋମାରେ ଥିବା ବିଜେଡି ଆଇନ ସାମ୍ମୁଖ୍ୟର ପୁନର୍ଗଠନ ହୋଇଛି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ଶନିବାର ୫୧ଜଣିଆ ଆଇନ ସାମ୍ମୁଖ୍ୟ ଗଠନ ହୋଇଛି। ମିଲନ କାନୁନଗୋଙ୍କୁ ସାମ୍ମୁଖ୍ୟର ରାଜ୍ୟ ସଭାପତି କରାଯାଇଥିବା ବେଳେ ତାଙ୍କ ସହିତ ୪ଜଣ ଉପଦେଷ୍ଟା, ୭ ଜଣ ଉପସଭାପତି, ଜଣେ ସମ୍ପାଦକ, ଜଣେ ରାଜ୍ୟ ସଂଯୋଜକ ଓ ୪ ଜଣ ଜୋନାଲ ସଂଯୋଜକଙ୍କୁ ନିଯୁକ୍ତି ମିଳିଛି। ତା’ ସହିତ ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହୋଇଛି । ଏହି ତାଲିକାରେ ରାମନାଥ ମିଶ୍ରଙ୍କ ନାଁ ରହିଛି। ତାଙ୍କୁ ଗଜପତି ଜିଲ୍ଲା ଆଇନ ସାମ୍ମୁଖ୍ୟର ସଭାପତି କରାଯାଇଛି। କିନ୍ତୁ ସେ ଆଉ ଇହଜଗତରେ ନାହାନ୍ତି। ସ୍ୱର୍ଗତ ରାମନାଥ ମିଶ୍ର ବିଜେଡିର ଜଣେ ବରିଷ୍ଠ ନେତା ଥିଲେ। ସେ ପାରଳାଖେମୁଣ୍ଡି ଓକିଲ ସଂଘର ସଭାପତି ଭାବେ ୨୦ରୁ ଅଧିକ ଥର ନିର୍ବାଚିତ ହୋଇଥିଲେ। ତେବେ ୨୦୨୨ ଅକ୍ଟୋବର ମାସରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତା’ପରେ ତାଙ୍କର ଦେହାନ୍ତ ହୋଇଯାଇଥିଲା।

Advertisment
BjD Gajapati District
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe