ବିଜେଡି ରଣନୀତି: ଭୋଟ୍ ଆଳରେ ନବ ହତ୍ୟା ତଦନ୍ତରେ ସବୁଦିନ ପାଇଁ ପଡ଼ିବ ପୂର୍ଣ୍ଣଚ୍ଛେଦ

ଯେଉଁଥିପାଇଁ ବିଜେଡି ଏବେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୪ଟି ବ୍ଲକ୍ ଓ ଗୋଟିଏ ମ୍ୟୁନିସପାଲଟି ଅଂଚଳରେ ଏବେ ପ୍ରାୟ ୮୦ଜଣ ଆଗଧାଡ଼ିର ବିଧାୟକ, ନେତାଙ୍କୁ ମୁତୟନ କରିଥିବା ଜଣାପଡ଼ିଛି ।

BJD PhotoOR

ବିଜେଡି

Ordigital Desk
  • Published: Friday, 21 April 2023
  • Updated: 21 April 2023, 09:12 PM IST

Sports

Latest News

ଝାରସୁଗୁଡ଼ା/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକୁ ୩ମାସ ପୂରିବାକୁ ବସିଥିବାବେଳେ ଝାରସୁଗୁଡ଼ା ଉପନିର୍ବାଚନକୁ ଜିତିବା ପାଇଁ ଶାସକ ବିଜେଡି ନିଜର ପୂରା ଦମ୍ ଲଗାଇ ଦେଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଝାରସୁଗୁଡ଼ା ଉପନିର୍ବାଚନକୁ ଜିତି ବିଜେଡି ନାକେବଳ ନିଜର ପତିଆରା ଦେଖାଇବାକୁ ଚାହୁଁଛି ବରଂ ବୃହତ୍ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇ ନବ ଦାସ ହତ୍ୟା ତଦନ୍ତ ଉପରେ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପକାଇବାକୁ ରଣନୀତି ପ୍ରସ୍ତୁତ କରିଛି । ଯେଉଁଥିପାଇଁ ଦଳ ଏବେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୪ଟି ବ୍ଲକ୍ ଓ ଗୋଟିଏ ମ୍ୟୁନିସପାଲଟି ଅଂଚଳରେ ଏବେ ପ୍ରାୟ ୮୦ଜଣ ଆଗଧାଡ଼ିର ବିଧାୟକ, ନେତାଙ୍କୁ ମୁତୟନ କରିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟାର ପ୍ରାୟ ୩ମାସ ପୁରିବାକୁ ବସିଥିଲେ ମଧ୍ୟ ତଦନ୍ତର ଅଗ୍ରଗତିକୁ ନେଇ ଉଭୟ ତଦନ୍ତକାରୀ ସଂସ୍ଥା (କ୍ରାଇମବ୍ରାଂଚ) ଓ ସରକାର ଚୁପ୍ ରହିଛନ୍ତି । ଏପରିକି ନବ ଦାସ ହତ୍ୟା ମାମଲାରେ ୬୦ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାକୁ ବି ସକ୍ଷମ ହୋଇନାହିଁ । ହତ୍ୟା ପଛରେ ବ୍ୟବସାୟିକ ଓ ରାଜନୀତିକ ଷଡ଼ଯନ୍ତ୍ର ରହିଥିବା ନେଇ ପରିବାରଠୁ ଆରମ୍ଭ କରି ବିରୋଧୀ ଦଳ ପର୍ଯ୍ୟନ୍ତ ସମସ୍ତେ ଅଭିଯୋଗ କରୁଥିବାବେଳେ ବିଜେପି ଓ କଂଗ୍ରେସ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ ଶାସକ ଦଳର ପ୍ରଭାବଶାଳୀ ୨ଜଣ ବିଧାୟକ ଓ ଜଣେ ସରକାରୀ ଅଫିସରଙ୍କ ନାଁ ନିଆଯାଇଛି । ନବ ଦାସଙ୍କୁ କେଉଁ କାରଣରୁ ପୁଲିସ ଏଏସଆଇ ଗୋପାଳ ଦାସ ହତ୍ୟା କଲା ତା’ର ପର୍ଦ୍ଦାଫାସ୍ ଏପର୍ଯ୍ୟନ୍ତ କ୍ରାଇମବ୍ରାଂଚ କରିପାରିନି । ଏପରିକି ଜଣେ ଅବସରପ୍ରାପ୍ତ ବିଚାରପତିିଙ୍କ ଦ୍ୱାରା ତଦନ୍ତର ତଦାରଖ କରାଯାଉଥିବା ନେଇ ରାଜ୍ୟ ସରକାର ସଫେଇ ଦେବା ସହ ଦୋଷୀଙ୍କୁ ଛଡ଼ା ଯିବନି ବୋଲି କହିଥିଲେ ମଧ୍ୟ କ୍ରାଇମବ୍ରାଂଚ ବାସ୍ତବରେ କାହିଁକି ପ୍ରାରମ୍ଭିକ ଚାର୍ଜସିଟ୍ ଦାଖଲ କରୁନି ତାହା ସବୁଠୁ ବଡ଼ ପ୍ରଶ୍ନ ହୋଇଛି ।

Also Read

ନବ ଦାସ ହତ୍ୟା ମାମଲାରେ ସିଧାସଳଖ ତୃତୀୟ ମହଲା ଓ ୨ଜଣ ପ୍ରଭାବଶାଳୀ ବିଜେଡି ବିଧାୟକଙ୍କ ଆଡ଼କୁ ଅଙ୍ଗୁଳି ଉଠୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନେ ନିଜକୁ ନିରପେକ୍ଷ ଓ ସ୍ୱଚ୍ଛ ବୋଲି ଦର୍ଶାଇବା ଭଳି ଆଚରଣ କରିନାହାନ୍ତି । ଓଲଟା ନବ ଦାସ ହତ୍ୟା ମାମଲାରେ ବ୍ୟବସାୟିକ ଓ ରାଜନୀତିକ ଷଡ଼ଯନ୍ତ୍ର ରହିଛି କି ନାହିଁ ସେ ଦିଗରେ ତଦନ୍ତକୁ ସମ୍ପୂର୍ଣ୍ଣ ଭାବେ ଅନ୍ଧାରରେ ରଖାଯାଇଛି । ନବ ଦାସ ହତ୍ୟା ସହ ଜଡ଼ିତ ସମସ୍ତ ପାରିପାଶ୍ୱିର୍କ ପରିସ୍ଥିତି ହତ୍ୟା ପଛର କାରଣକୁ ଅଧିକ ରହସ୍ୟଘେରରେ ରଖିଛି । ନିଜ ଦଳର ଜଣେ ନେତା ଓ କ୍ୟାବିନେଟ୍ ମନ୍ତ୍ରୀଙ୍କ ହତ୍ୟାର ୮୦ଦିନ ପରେ ବି ଶାସକ ବିଜେଡି ଓ ତଦନ୍ତକାରୀ ସଂସ୍ଥା ଘଟଣା ପଛର ରହସ୍ୟକୁ ଉଜାଗର କରିପାରିନାହାନ୍ତି । ଆଉ ଏପଟେ ଝାରସୁଗୁଡ଼ା ଉପନିର୍ବାଚନରେ ନବ ଦାସ ହତ୍ୟା ପଛର ଷଡ଼ଯନ୍ତ୍ରକୁ ନେଇ ଜନମତ ସୃଷ୍ଟି କରିବାରେ ଉଭୟ କଂଗ୍ରେସ ଓ ବିଜେପି ସକ୍ଷମ ହୋଇନାହାନ୍ତି ।

ଶାସକ ବିଜେଡି ମଧ୍ୟ ଝାରସୁଗୁଡ଼ା ବିଧାନସଭାମଣ୍ଡଳୀର ୪ଟି ବ୍ଲକ୍ ଓ ଗୋଟିଏ ମ୍ୟୁନିସପାଲଟି ଅଂଚଳରେ ନିଜର ପ୍ରାୟ ୭୦ଜଣ ଆଗଧାଡ଼ିର ନେତାଙ୍କୁ ମୁତୟନ କରାଇ ନବଙ୍କ ଝିଅ ତଥା ବିଜେଡି ପ୍ରାର୍ଥୀ ଦୀପାଳିଙ୍କୁ ଜିତାଇବାକୁ ପୁରା ଦମରେ ଲାଗିପଡ଼ିଛି । ଦୀପାଳିଙ୍କ ଜିତିବା ସହ ନବ ଦାସ ହତ୍ୟାର ତଦନ୍ତକୁ ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପକାଇବାର ରଣନୀତି ହୋଇଛି । ବିଜେପି ଓ କଂଗ୍ରେସ ଆଗାମୀ ଦିନରେ ଏହି ହତ୍ୟା ପ୍ରସଙ୍ଗ ଉଠାଇଲେ ବି ବିଜେଡି କଳବଳକୌଶଳ ଲଗାଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରୟାସ କରିବ । ଆଉ ଦଳୀୟ ପ୍ରାର୍ଥୀ ଜିତିଲେ ହିଁ ଲୋକଙ୍କ ଏଭଳି ଜନାଦେଶ ପରୋକ୍ଷରେ ନବ ହତ୍ୟା ଷଡ଼ଯନ୍ତ୍ରକାରୀଙ୍କୁ କ୍ଲିନଚିଟ୍ ଦେବାକୁ ଉଦ୍ଦିଷ୍ଟ ବୋଲି ବିଜେଡି ପକ୍ଷରୁ ସନ୍ଦେଶ ଦିଆଯିବ ବୋଲି ଜଣାପଡ଼ିଛି ।

ହତ୍ୟାକାରୀ ଗୋପାଳ ଦାସ କାହା ପ୍ରରୋଚନାରେ ଏହି ହତ୍ୟାକାଣ୍ଡ ଭିଆଇଲା, ହତ୍ୟା ପଛରେ କ’ଣ ରହସ୍ୟ ରହିଛି, ହତ୍ୟାକୁ ନେଇ ରାଜନୀତିକ-ବ୍ୟବସାୟିକ ଷଡ଼ଯନ୍ତ୍ର ଥିଲା କି, ଯେଉଁମାନଙ୍କ ସମ୍ପୃକ୍ତିର ଆଶଙ୍କା ବିରୋଧୀ ଦଳଗୁଡ଼ିକ କରିଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲାକି ନାହିଁ, ହତ୍ୟାକାରୀ ଗୋପାଳ ଜଣେ ମାନସିକ ରୋଗୀ କି ନୁହେଁ, ଏହି ହାଇପ୍ରୋଫାଇଲ କେସରେ କାହିଁକି ଚାର୍ଜସିଟ୍ ଦାଖଲ ହୋଇନି ଓ ଏହାର ଶୁଣାଣି ଫାଷ୍ଟ୍ ଟ୍ରାକ୍ କୋର୍ଟରେ କରାଯାଉନି ତାହା ଏବେବି ସନ୍ଦେହଘେରରେ ରହିଛି । ଶାସକ ବିଜେଡି ଝାରସୁଗୁଡ଼ାରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ସପକ୍ଷରେ ପ୍ରଚାର କରୁଥିଲେ ମଧ୍ୟ ନବ ଦାସ ହତ୍ୟା ଘଟଣାର ପର୍ଦ୍ଦାଫାସ କାହିଁକି ହେଉନି ଓ ନବଙ୍କ ଝିଅ ଦୀପାଳି କାହିଁକି ଏହି ତଦନ୍ତର ଅଗ୍ରଗତିକୁ ନେଇ ନିରବ ରହିଛନ୍ତି ତାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଉଲ୍ଲେଖଯୋଗ୍ୟ, ମେ’ ୧୦ତାରିଖରେ ଉପନିର୍ବାଚନ ପାଇଁ ଭୋଟଗ୍ରହଣ ହେବାକୁ ଥିବାବେଳେ ବିଜେଡି ଏବେ ପ୍ରତ୍ୟେକ ପଂଚାୟତରେ ନିଜର ବରିଷ୍ଠ ବିଧାୟକ ଓ ନେତାମାନଙ୍କୁ ମୁତୟନ କରି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ଆଉ ଏପଟେ ମୁଖ୍ୟ ବିରୋଧୀ ଦଳ ବିଜେପିର ନେତାମାନେ ଝାରସୁଗୁଡ଼ା ଉପନିର୍ବାଚନ ଓ ନବଦାସ ହତ୍ୟା ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ପାଇଁ ଦାବି ବଦଳରେ ସମ୍ବଲପୁର ହିଂସା ମାମଲାରେ ରାଜ୍ୟ ସରକାରଙ୍କ ଭୂମିକାକୁ ଅଧିକ ଗୁରୁତ୍ୱ ଦେଇ ନବ ଦାସ ହତ୍ୟା ଷଡ଼ଯନ୍ତ୍ରକାରୀଙ୍କୁ ପର୍ଦ୍ଦାଫାସ୍ ଦାବିକୁ ଗୌଣ କରିବାରେ ଲାଗିଛନ୍ତି ।

ସୂଚନାଯୋଗ୍ୟ, ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ମୋଟ ୨.୨୧ଲକ୍ଷ ଭୋଟର ଥିବାବେଳେ ସର୍ବାଧିକ ୭୧୧୧୩ଜଣ ଭୋଟର ଝାରସୁଗୁଡ଼ା ମ୍ୟୁନିସପାଲଟିରେ ରହିଛନ୍ତି । ସେହିପରି ଲଇକେରା ବ୍ଲକରେ ୩୯୭୦୩ଜଣ ଭୋଟର, ଝାରସୁଗୁଡ଼ା ବ୍ଲକରେ ୩୮୫୪୬ଭୋଟ, କୋଲାବିରା ବ୍ଲକରେ ୩୭୮୧୦ଜଣ ଭୋଟର ଓ କିରମିରା ବ୍ଲକରେ ୩୩୯୦୧ଜଣ ଭୋଟର ଅଛନ୍ତି । ଆଉ ଏହି ସମସ୍ତ ବ୍ଲକ ଓ ପଂଚାୟତରେ ବିଜେଡି ନିଜର ଦଳୀୟ ବିଧାୟକ ଓ ନେତାମାନଙ୍କୁ ସକ୍ରିୟ ଦାୟିତ୍ୱ ଦେଇଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story