ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ଦଳୀୟ ପ୍ରଚାରରେ ଲଗାଉଛି ବିଜେଡି: ବିଜେପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦମପୁର ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରି ସରକାରୀ କର୍ମଚାରୀଙ୍କୁ ଦଳୀୟ ପ୍ରଚାରରେ ବ୍ୟବହାର କରୁଛି ବୋଲି ବିଜେପି ଅଭିଯୋଗ କରିଛି । ଆଜି ଏନେଇ ବିଜେପି ପକ୍ଷରୁ ପଦମପୁର ଉପନିର୍ବାଚନର ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ବିଜେପିର ଏକ ପ୍ରତିନିଧି ଦଳ ଆଜି ପଦମପୁର ଉପନିର୍ବାଚନର ରିଟର୍ଣ୍ଣିଂ ଅଫିସରଙ୍କୁ ଅଭିଯୋଗ କରିଛନ୍ତି ଯେ, ବିଜେଡି […]

BJP

BJP

Ordigital Desk
  • Published: Friday, 25 November 2022
  • Updated: 25 November 2022, 10:19 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦମପୁର ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରି ସରକାରୀ କର୍ମଚାରୀଙ୍କୁ ଦଳୀୟ ପ୍ରଚାରରେ ବ୍ୟବହାର କରୁଛି ବୋଲି ବିଜେପି ଅଭିଯୋଗ କରିଛି । ଆଜି ଏନେଇ ବିଜେପି ପକ୍ଷରୁ ପଦମପୁର ଉପନିର୍ବାଚନର ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଲିଖିତ ଅଭିଯୋଗ କରାଯାଇ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ବିଜେପିର ଏକ ପ୍ରତିନିଧି ଦଳ ଆଜି ପଦମପୁର ଉପନିର୍ବାଚନର ରିଟର୍ଣ୍ଣିଂ ଅଫିସରଙ୍କୁ ଅଭିଯୋଗ କରିଛନ୍ତି ଯେ, ବିଜେଡି ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ସରକାରୀ କର୍ମଚାରୀମାନଙ୍କୁ ବ୍ୟବହାର କରୁଛି । ଶାସକ ବିଜେଡି ପାଇଁ ପ୍ରଚାର କରି ୩ ଜଣ ସରକାରୀ ଅଧ୍ୟାପକ ନିଲମ୍ବନ ହୋଇ ସାରିଛନ୍ତି । ଜଣେ ବ୍ଲକ ଶିକ୍ଷା ଅଧିକାରୀ ହ୍ୱାଟସଆପରେ ବିଜେଡି ପାଇଁ ଭୋଟ କରାଇବାକୁ ପ୍ରଧାନ ଶିକ୍ଷକମାନଙ୍କୁ ନିର୍ଦେଶ ଦେଇଥିବା କଥା ସାମନାକୁ ଆସିଛି । ଏବେ ପୁଣି ଶାସକ ବିଜେଡି ଆଶା ଓ ଅଙ୍ଗନଓାଡି କର୍ମୀମାନଙ୍କୁ ନିର୍ବାଚନରେ ବିଜେଡି ପାଇଁ ପ୍ରଚାର କରୁଥିବାର କଥା ସାମନାକୁ ଆସିଛି । ବହୁତ ପଂଚାୟତରେ ଆଶା ଓ ଅଙ୍ଗନୱାଡି କର୍ମୀମାନେ ଶାସକ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କ କଥାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ଝାରବନ୍ଧ ବ୍ଲକର ଡୁଙ୍ଗୁରିପାଲି ପଂଚାୟତର ଅନୂସୟା ପ୍ରଧାନ ନାମକ ଜଣେ ଅଙ୍ଗନୱାଡ଼ି କର୍ମୀ ବିଜୁ ଜନତା ଦଳ ପାଇଁ ନିର୍ବାଚନ ପ୍ରଚାର କରୁଥିବାର ଭିଡ଼ିଓ ଭାଇରାଲ ହେଉଛି ।

ଆଜି ବିଜେପିର ଏକ ପ୍ରତିନିଧି ଦଳ ପଦମପୁର ଉପନିର୍ବାଚନ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ପାଖରେ ଏନେଇ ଅଭିଯୋଗ କରିବା ସହିତ ସମ୍ପୃକ୍ତ ଅଙ୍ଗନୱାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ପ୍ରତିନିଧି ଦଳରେ ମୁଖପାତ୍ର ମନୋଜ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ଓ ରଂଜନ ସାହୁ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos