Flying Squad Team
ପୁରୀରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଘଂନ କରାଯାଇଛି। ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରିବା ନିମନ୍ତେ ପାଇଁ ବସିଛି ବୈଠକ। ଶାସକ ବିଜେଡି ଏପରି ଭାବେ ବେଆଇନ କାମ କରୁଥିବା ଅଭିଯୋଗ ଆଣିଛି ବିଜେପି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଆସିଛି ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ ।
ଅଭିଯୋଗ ଅନୁସାରେ, ପୁରୀର ଅଠରନଳାରେ ଥିବା ଏକ କଲ୍ୟାଣ ମଣ୍ଡପରେ ବ୍ରହ୍ମଗିରିର ବିଜେଡ଼ି ପ୍ରାର୍ଥୀ ପୁରୀ ସଦର ବ୍ଲକର ୧୧ଟି ପଞ୍ଚାୟତର CPR, MBK ଙ୍କୁ ଡକାଇ ଏକ ବୈଠକ ଆୟୋଜନ କରିଥିଲେ। ନିର୍ବାଚନ ଆଚରଣ ବିଧି ଅନୁସାରେ ଏହା ସମ୍ପୂର୍ଣ ବେଆଇନ।
ଆଗାମୀ ନିର୍ବାଚନରେ କିଭଳି ଭୋଟରଙ୍କୁ ପ୍ରଭାବିତ କରିହେବ, କିଭଳି ଟଙ୍କା ବଣ୍ଟନ କରିହେବ ସେ ନେଇ ବୈଠକ ବସିଥିବା ପୁରୀ ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ ଅଭିଯୋଗ କରିଛନ୍ତି।
ଟଙ୍କା ବଣ୍ଟନ ପାଇଁ ବୈଠକ ହେଉଥିବା ନେଇ ଫ୍ଲାଇଙ୍ଗ ସ୍କ୍ୱାର୍ଡକୁ ବହୁତ ପୂର୍ବରୁ ଅଭିଯୋଗ କରାଯାଇଥିଲା। ମାତ୍ର ଅଧିକାରୀମାନେ ଜାଣିଶୁଣି ଠିକ୍ ସମୟରେ ପହଞ୍ଚି ନ ଥିଲେ। ଫଳରେ ବୈଠକ ପରେ ଯେଝା ଯେଝା ବାଟରେ ଚାଲି ଯାଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ।
ଅପରପକ୍ଷେ ଏହି ଅଭିଯୋଗକୁ ପୁରୀ ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର ଖଣ୍ଡନ କରିଛନ୍ତି । ସେଠାରେ ଏକ ଜନ୍ମଦିନ ପାଳନ କରାଯାଉଥିଲା । ତେଣୁ ବିଜେପି ପକ୍ଷରୁ ହେଉଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ବୋଲି ସେ ସଫେଇ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us