ରାଜ୍ୟ ରାଜନୀତିରେ ବିଜେଡିର ଅନ୍ୟତମ ଦୁର୍ଗ ଥିଲା ଯାଜପୁର ଜିଲ୍ଲା। ବାପାଙ୍କ ପରେ ପୁଅମାନେ କରିଚାଲିଥିଲେ ରାଜ୍। କିନ୍ତୁ ୨୪ ନିର୍ବାଚନରେ ମୋଦିଙ୍କ ସୁନାମୀ ମାଡ଼ରେ ପୂରା ଛିନ୍ଛତର ହୋଇଗଲା ବିଜେଡି ଗଡ଼। ଯେଉଁଠି ୭ ରୁ ୭ ବିଧାୟକ ଓ ଜଣେ ସାଂସଦଙ୍କ ଗାଦି ବିଜେଡି ଅକ୍ତିଆର କରୁଥିଲା, ସେହି ଜିଲ୍ଲାରେ ଏବେ ୪ଟି ବିଧାୟକ ଓ ଏକମାତ୍ର ସାଂସଦ ଗାଦିକୁ ଅକ୍ତିଆର କରିଛି ବିଜେପି।