ଦରଦାମ ବୃଦ୍ଧି ଆଳରେ ସଚିବାଳୟ ଘେରିବ ବିଜେଡି, ୨୦ଦିନ ଆଗରୁ କଲା ଘୋଷଣା

ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଚନ୍ତି ଯେ, ନୂଆବର୍ଷରେ ଜାନୁୟାରୀ ୬ତାରିଖରେ ଦରଦାମ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନ କରାଯିବ । ସାଧାରଣ ଲୋକେ ଦରଦାମ ବୃଦ୍ଧିରେ ଅତିଷ୍ଠ ହେଲେଣି ।

Sankha bhawan BJD

ଶଙ୍ଖଭବନ

Ordigital Desk
  • Published: Wednesday, 18 December 2024
  • Updated: 18 December 2024, 10:52 PM IST

Sports

Latest News

ନିର୍ବାଚନୀ ବିପର୍ଯ୍ୟୟ ପରେ ବିଜେଡିରେ ନେତୃତ୍ୱ ସଙ୍କଟ । ନବୀନ ପଟ୍ଟନାୟକଙ୍କ ସାଂଗଠନିକ କାର୍ଯ୍ୟରେ ନିଷ୍କ୍ରିୟତା ଏବେ ବିଜେଡିକୁ ତଳିତଳାନ୍ତ କରିବାରେ ଲାଗିଛି । ଏଭଳି ସ୍ଥିତିରେ ବିଜେଡି ନେତାମାନେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଆସନ୍ତା ଜାନୁୟାରୀ ୬ତାରିଖରେ ସଚିବାଳୟ ଘେରାଉ କରାଯିବ ବୋଲି ଘୋଷଣା କରିଛନ୍ତି । ତା’ପୁଣି ଦରଦାମ ବୃଦ୍ଧି ପ୍ରତିବାଦରେ ଓ କେବଳ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ତେବେ ୨୦ଦିନ ପୂର୍ବରୁ ବିଜେଡି ଏହି ଘୋଷଣା କରିବା ପଛରେ କ’ଣ ରହସ୍ୟ ରହିଛି ଓ ଏତେ ଆଗରୁ ଘୋଷଣା କରି ଦଳ ବ୍ୟାକଡୋରରେ କାହାସହ କ’ଣ ଡିଲ୍  କରୁଛି କି ବୋଲି ପ୍ରଶ୍ନ ଉଠିଛି ।

ଶଙ୍ଖ ଭବନରେ ଆଜି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀପ୍ରସାଦ ମିଶ୍ରଙ୍କ ସମେତ ବରିଷ୍ଠ ନେତା ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ସ୍ନେହାଙ୍ଗିନୀ ଛୁରିଆ ଓ ବ୍ୟୋମକେଶ ରାୟ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ଆଗାମୀ ଜାନୁୟାରୀ ୬ତାରିଖରେ ସଚିବାଳୟ ଘେରାଉ କରିବ ବୋଲି ସୂଚନା ଦେଇଛନ୍ତି । ଯଦି ସରକାର ଏହି ବିକ୍ଷୋଭ ଓ ଘେରାଉରେ ସଚେତନ ନହେବେ ତା’ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ଓ ରାଜ୍ୟବ୍ୟାପୀ ବ୍ଲକସ୍ତର ପର୍ଯ୍ୟନ୍ତ ନିଆଯିବ ବୋଲି ଦଳ କହିଛି । ଦଳ ପୋଲାଭରମ ଓ ଗନ୍ଧମାର୍ଦ୍ଧନ ପାହାଡ଼ ଆଦି ପ୍ରସଙ୍ଗରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ମଧ୍ୟ ସୂଚନା ଦେଇଛି ।

Also Read

ସମନ୍ୱୟ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଚନ୍ତି ଯେ, ନୂଆବର୍ଷରେ ଜାନୁୟାରୀ ୬ତାରିଖରେ ଦରଦାମ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନ କରାଯିବ । ସାଧାରଣ ଲୋକେ ଦରଦାମ ବୃଦ୍ଧିରେ ଅତିଷ୍ଠ ହେଲେଣି । ସେଥିପାଇଁ ଲୋକଙ୍କୁ ସଚେତନ କରାଯିବ । ସେହିପରି ବରିଷ୍ଠ ନେତା ଶ୍ରୀ ଦାସବର୍ମା କହିଛନ୍ତି ଯେ, ଜାନୁୟାରୀ ୬ରେ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇବୁ । ସଚିବାଳୟ ଘେରାଉ କରାଯିବ । ଦରଦାମ ନିୟନ୍ତ୍ରଣ ନହେଲେ ସାରା ରାଜ୍ୟରେ ଆନ୍ଦୋଳନ ହେବ ।  ସରକାର ଗଠନର ୬ମାସ ହେଲାଣି । ଦରଦାମ ବଢ଼ିଚାଲିଛି । ବିଜେପି ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ ତାହା କିଛିବି ପୂରଣ ହୋଇନି । ସବୁଥିରେ ଏ ସରକାର ବିଫଳ ହୋଇଛି । ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବଢ଼ିଚାଲିଛି। ଲୋକେ ତ୍ରାହିତ୍ରାହି ଡାକିଲେଣି ।

ଅନ୍ୟପକ୍ଷରେ ବିଜେଡିର ଏହି ବିକ୍ଷୋଭକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ସେ କହିଛନ୍ତି ଯେ ବିଜେଡି କ’ଣ କରିଛି ଲୋକେ ଜାଣିଛନ୍ତି । ତାକୁ ଦେଖିବା ପରେ ହିଁ ନିର୍ବାଚନରେ ରାୟ ବିଜେପି ସପକ୍ଷରେ ଦେଇଛନ୍ତି । ବିଜେଡି କ’ଣ ଗୋଟିଏ ଭଲକାମ କରିଛି ତା’ର ଉଦାହରଣ ଦେଉ । ଲୋକଙ୍କୁ ଠକିଠକି ଦିନ ଗଲା । ଗଣତନ୍ତ୍ରକୁ ନଷ୍ଟ କରିଥିଲେ । ମନ୍ତ୍ରୀ-ବିଧାୟକ କେଉଁଠି ରହୁଥିଲେ ଲୋକେ ଦେଖିଛନ୍ତି । ମନ୍ତ୍ରୀ ଟେଂଟ ବାନ୍ଧୁଥିଲେ, ଚେୟାର ପକାଉଥିଲେ । ନୂଆ ସରକାରଙ୍କ ନୂଆ ଯୋଜନାକୁ ବିଜେଡି ସହିପାରୁନି । ତାଙ୍କ ମନରେ ଆକ୍ରୋଶ ହେଉଛି । ଆଗରୁ ବି ସରକାରୀ ଅର୍ଥ ଥିଲା କିନ୍ତୁ ସେମାନେ ଯୋଜନା କରିପାରୁନଥିଲେ । ମାତ୍ର ଏବେ ବିଜେପି ସରକାର ୬ମାସରେ କରି ଦେଖାଇଦେଲେ ବୋଲି ସେମାନଙ୍କ ମନ ଆନ୍ଦୋଳିତ ହେଉଛି । ବିଜେଡକୁ ଆଉ କିଛି ଦାନ ମିଳୁନି ବୋଲି ଶ୍ରୀ ନାଏକ କଟାକ୍ଷ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରଠୁ ବିଜେଡିରେ କନ୍ଦଳ ବଢ଼ିବାରେ ଲାଗିଛି । ଆଉ ଦଳରେ ନେତୃତ୍ୱ ସଙ୍କଟ ମଧ୍ୟ ଦେଖାଦେଲାଣି । ଯେଉଁଥିପାଇଁ ଦଳ ଏବେ ନିଜକୁ ଏକଜୁଟ ଦର୍ଶାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରୁ ଆସ୍ଥା ତୁଟାଇ ଓ ଦଳରେ ଭବିଷ୍ୟତ ଅନିଶ୍ଚିତତାକୁ ଦେଖି ଇସ୍ତଫାର ସୁଅ ଛୁଟିବାରେ ଲାଗିଛି । ବିଜେଡି ହାତରୁ ଗୋଟିଏପରେ ଗୋଟିଏ ବ୍ଲକ ହାତଛଡ଼ା ହେବାରେ ଲାଗିଛି । ନିଜକୁ ସଂଗଠିତ କରିବା ପାଇଁ ଦଳ ଏଭଳି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୨୮ତମ ପ୍ରତିଷ୍ଠା ଦିବସ ନିର୍ବାଚନମଣ୍ଡଳୀସ୍ତରରେ ପାଳନ କରାଯିବ ବୋଲି ସମସ୍ତ କର୍ମକର୍ତ୍ତା ଓ ନେତାମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story