Advertisment

୬ରେ ବିମାନବନ୍ଦରରେ ନବୀନଙ୍କୁ ଭବ୍ୟ ସ୍ୱାଗତ କରିବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତା ସେପ୍ଟେମ୍ବର ୬ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରିବା ପାଇଁ ତାଙ୍କ ଦଳ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାୟ ୫୦-୬୦ହଜାର କର୍ମୀଙ୍କୁ ଏକଜୁଟ କରି ବିଶାଳ ଶୋଭାଯାତ୍ରାରେ ନବୀନଙ୍କୁ ବିମାନ ବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନେବାକୁ ଦଳ ପକ୍ଷରୁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ନୂଆଦିଲ୍ଲୀସ୍ଥିତ ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ପକ୍ଷରୁ ନବୀନଙ୍କୁ ଆସନ୍ତା […]

ଅଦ୍ୟତନ ହୋଇଛି
୬ରେ ବିମାନବନ୍ଦରରେ ନବୀନଙ୍କୁ ଭବ୍ୟ ସ୍ୱାଗତ କରିବ ବିଜେଡି

CM

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତା ସେପ୍ଟେମ୍ବର ୬ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରିବା ପାଇଁ ତାଙ୍କ ଦଳ ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାୟ ୫୦-୬୦ହଜାର କର୍ମୀଙ୍କୁ ଏକଜୁଟ କରି ବିଶାଳ ଶୋଭାଯାତ୍ରାରେ ନବୀନଙ୍କୁ ବିମାନ ବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନେବାକୁ ଦଳ ପକ୍ଷରୁ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ନୂଆଦିଲ୍ଲୀସ୍ଥିତ ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ପକ୍ଷରୁ ନବୀନଙ୍କୁ ଆସନ୍ତା ୪ତାରିଖରେ ନୂଆଦିଲ୍ଲୀର ‘ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଂଟର’ରେ ‘ଲାଇଫଟାଇମ୍ ଆଚିଭମେଂଟ୍ ଆୱାର୍ଡ’ରେ ସମ୍ମାନିତ କରାଯିବ।

Advertisment

୨୦୧୮ ଜାନୁୟାରୀ ମାସରେ ପୁଣେସ୍ଥିତ ଏକ ଘରୋଇ ଅନୁଷ୍ଠାନ ପକ୍ଷରୁ ନବୀନଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ସମ୍ବର୍ଦ୍ଧିତ କରାଯିବା ପରେ ବିଜେଡି ପକ୍ଷରୁ ଯେଭଳି ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା, ଅନୁରୂପ କାର୍ଯ୍ୟକ୍ରମ ସେପ୍ଟେମ୍ବର ୬ତାରିଖରେ ଦିଲ୍ଲୀରୁ ଫେରିବା ପରେ କରାଯିବ ବୋଲି ଜଣାପଡ଼ିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବେସରକାରୀ ସଂଗଠନ ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ ଦ୍ୱାରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତା ୪ତାରିଖରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଥିବାରୁ ଦଳ ପକ୍ଷରୁ ଏଥିପାଇଁ ଭବ୍ୟ ଆୟୋଜନ ହୋଇଛି । ଏପରିକି ଦଳ ପକ୍ଷରୁ ୫ଜଣ ବିଧାୟକଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇ ସେମାନଙ୍କୁ ଦିଲ୍ଲୀରେ ଡେରା ପକାଇବାକୁ କୁହାଯାଇଛି । ନବୀନଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ ସେଠାରେ ପ୍ରାୟ ୫ରୁ ୧୦ହଜାର ଓଡ଼ିଆ ଲୋକଙ୍କୁ ଏକଜୁଟ କରି ନବୀନଙ୍କୁ ସ୍ୱାଗତ କରାଯିବାର ଯୋଜନା ରହିଛି । ଏହାସହିତ ଦଳର ବିଭିନ୍ନ ଛାମୁଆ ସଂଗଠନ ଯଥା-ଯୁବ, ଛାତ୍ର, ମହିଳା ୱିଙ୍ଗ୍ କର୍ମକର୍ତ୍ତାଙ୍କ ସମେତ ବିଧାୟକ,ସାଂସଦ ଓ ଜିଲ୍ଲାଗୁଡ଼ିକରୁ ଆଗଧାଡ଼ିର ନେତାମାନଙ୍କୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୬ତାରିଖରେ ନିଜର ଦିଲ୍ଲୀ ଗସ୍ତ ଶେଷ କରି ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଥିବାରୁ ଉକ୍ତ ଦିନ ଦଳ ପକ୍ଷରୁ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯିବ । ନବୀନଙ୍କୁ ସ୍ୱାଗତ କରିବା ନିମନ୍ତେ ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ନୟାଗଡ଼ ଆଦି ଜିଲ୍ଲାରୁ ପ୍ରାୟ ୫୦ରୁ ୬୦ହଜାର ବିଜେଡି କର୍ମୀଙ୍କୁ ବିମାନ ବନ୍ଦରକୁ ଆଣିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ନିଜର ନେତାଙ୍କୁ ବେସରକାରୀ ଅନୁଷ୍ଠାନ ପକ୍ଷରୁ ମିଳିବାକୁ ଥିବା ପୁରସ୍କାରରୁ ରାଜନୀତିକ ଫାଇଦା ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଛି ।
ସୂଚନାଯୋଗ୍ୟ, ୨୦୧୪ ଅକ୍ଟୋବର ୫ତାରିଖରେ ନୂଆଦିଲ୍ଲୀରେ ‘କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି’ର ବାର୍ଷିକ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବର୍ଗର ସଫଳ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏବେ ସେହି ଅନୁଷ୍ଠାନ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବ। ଏହି ବେସରକାରୀ ଅନୁଷ୍ଠାନ ଦିଲ୍ଲୀର ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଭାବେ ଜଣାଶୁଣା ତଥା ୨୦୧୪ ମସିହାରୁ ଏହାର ଅଧ୍ୟକ୍ଷ ଭାବେ ଜଷ୍ଟିସ ଏ.କେ.ପଟ୍ଟନାୟକ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe