Advertisment

ବିଜେଡିର ବନ୍ଦ ଡାକରା ପ୍ରତ୍ୟାହୃତ, କାଲି କରିଥାନ୍ତା ହରତାଳ

ଦଳ ପକ୍ଷରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏଥିନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେଣୁ ଦଳ ନିଜ ବନ୍ଦ ଡାକରା ପ୍ରତ୍ୟାହାର କରି ନେଇଥିବା କହିଛି।

author-image
Niharika Rout
ଅଦ୍ୟତନ ହୋଇଛି
BJD

BJD

ବିଜେଡି ପକ୍ଷରୁ ଆସନ୍ତାକାଲି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ତାହାକୁ ପ୍ରତ୍ୟାହାର କରିନେଇଛି ଦଳ। ଦଳ ପକ୍ଷରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏଥିନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେଣୁ ଦଳ ନିଜ ହରତାଳ ଡାକରା ପ୍ରତ୍ୟାହାର କରି ନେଇଥିବା କହିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ୱାରା ଏହି ମାମଲାର ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଥିବା ବେଳେ ଆଜି ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏନେଇ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦାବି ଅନୁଯାୟୀ, ବିଜେପି ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୬୦ ଦିନରେ ତଦନ୍ତ ସାରିବାକୁ କୁହାଯାଇଛି। ତେଣୁ ଏ ସଂକ୍ରାନ୍ତରେ ବହୁ ଆଲୋଚନା ପର୍ଯ୍ୟାଲୋଚନା କରାଯାଇ ଦଳ ପକ୍ଷରୁ ଦିଆଯାଇଥିବା ଆସନ୍ତାକାଲିର ହରତାଳ ଡାକରାକୁ ପ୍ରତ୍ୟାହାର କରାଯାଉଛି। କାରଣ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହୁଅନ୍ତୁ ବୋଲି ଦଳ ଚାହେଁନି।

Advertisment

ଗତ ୨୨ ତାରିଖରେ ବିଜେଡି ପକ୍ଷରୁ ଆୟୋଜିତ ଏକ ପ୍ରେସମିଟ୍‌ରେ ଆସନ୍ତାକାଲି ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଥିଲା ଦଳ।  ଆସନ୍ତାକାଲି ସକାଳ ୬ଟାରୁ ବିଜେଡି ଭୁବନେଶ୍ୱର ବନ୍ଦ ପାଳନ କରିବ ବୋଲି ସେ କହିଥିଲା। ମାତ୍ର ଆଜି ନିଜ ଡାକରାକୁ ପ୍ରତ୍ୟାହାର କରିନେଇଛି ଦଳ। 

BjD Bjp