Advertisment

୨୪ରେ ହେବ ବିଜେଡି ମହିଳା ଶାଖା ସମ୍ମିଳନୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ୨୪ତାରିଖରେ ବିଜେଡି ମହିଳା ଶାଖାର ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ମହିଳା ସଂଗଠନର ନେତ୍ରୀମାନଙ୍କର ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରର ଦଳୀୟ ମହିଳା ପଦାଧିକାରୀମାନେ ଏଥିରେ ଯୋଗଦେବେ। ମହିଳାଙ୍କ ପାଇଁ ଏହି ସମ୍ମିଳନୀରେ ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଉଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ମହିଳା ଶାଖାର ସମ୍ମିଳନୀ ଆୟୋଜନ କରିବାକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ […]

ଅଦ୍ୟତନ ହୋଇଛି
୨୪ରେ ହେବ ବିଜେଡି ମହିଳା ଶାଖା ସମ୍ମିଳନୀ

0A197E28-9C5E-4A40-AA35-FD2CB0BB7C40-1067-000000FB73C620B3

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ମାସ ୨୪ତାରିଖରେ ବିଜେଡି ମହିଳା ଶାଖାର ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ମହିଳା ସଂଗଠନର ନେତ୍ରୀମାନଙ୍କର ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

Advertisment

ବ୍ଲକ୍, ଜିଲ୍ଲା ଓ ରାଜ୍ୟସ୍ତରର ଦଳୀୟ ମହିଳା ପଦାଧିକାରୀମାନେ ଏଥିରେ ଯୋଗଦେବେ। ମହିଳାଙ୍କ ପାଇଁ ଏହି ସମ୍ମିଳନୀରେ ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଉଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ମହିଳା ଶାଖାର ସମ୍ମିଳନୀ ଆୟୋଜନ କରିବାକୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି ଦେବାପରେ ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଦଳୀୟ ମୁଖ୍ୟାଳୟରେ ଏହି କାର୍ଯ୍ୟକ୍ରମ ହେବ।

Advertisment

ଦୀର୍ଘବର୍ଷ ପରେ ବିଜେଡି ମହିଳା ସଭାନେତ୍ରୀ ପ୍ରମିଳା ମଲ୍ଲିକ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ମହିଳାମାନଙ୍କ ମାଧ୍ୟମରେ ଗାଁ ଗହଳିରେ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ପ୍ରଚାର କରିବା ପାଇଁ ଦଳ ଲକ୍ଷ୍ୟ ରଖିଥିବା କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe