ବିଜୁ ଜୟନ୍ତୀରେ ସାଇକେଲ ରାଲି: ‘ନବୀନ ଓଡ଼ିଶା’ ଗଠନ ପାଇଁ ବିଜେଡି କର୍ମୀ ଓ ନେତା ଦେବେ ପରୀକ୍ଷା

ଆସନ୍ତା ମାର୍ଚ୍ଚ ୫ତାରିଖରେ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି ।

BJD Office PhotoTwitter

ବିଜେଡି ମୁଖ୍ୟାଳୟ (ଫାଇଲ ଫଟୋ)

Ordigital Desk
  • Published: Tuesday, 28 February 2023
  • Updated: 28 February 2023, 07:21 PM IST

Sports

Latest News

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ଏବେ ସଂଗଠନକୁ ସକ୍ରିୟ କରିବା ସହ ଦଳୀୟ କର୍ମୀ ଓ ନେତାମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୫ ବିଜୁ ଜୟନ୍ତୀରେ ପ୍ରତି ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନରେ ସାଇକେଲ ର‌୍ୟାଲି ଓ ଅପରାହ୍ନରେ ସମୂହ ଦଳୀୟ ସଭା ଓ ଶପଥ ଗ୍ରହଣ ଉତ୍ସବ, ମାର୍ଚ୍ଚ ୯ରୁ ୧୭ ମଧ୍ୟରେ ସବୁ ନିର୍ବାଚନମଣ୍ଡଳୀରେ ମହିଳା ସମାବେଶର ଆୟୋଜନ ହେବ । ଆଉ ପ୍ରଥମଥର ପାଇଁ ବିଜେଡି କର୍ମୀ ଓ କର୍ମକର୍ତ୍ତଙ୍କ ମଧ୍ୟରେ ପ୍ରବନ୍ଧ,ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହେବ । ମାର୍ଚ୍ଚ ୫ରୁ ୨୫ତାରିଖ ମଧ୍ୟରେ ସମୃଦ୍ଧ,ସଶକ୍ତ ଓ ସ୍ୱାଭିମାନୀ ‘ନବୀନ ଓଡ଼ିଶା’ ଗଠନ ଶୀର୍ଷକ ଏସବୁ ପ୍ରତିଯୋଗିତା କରିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ମାର୍ଚ୍ଚ ୫ତାରିଖରେ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ବିଜେଡିର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲା ସଭାପତି, ବ୍ଲକ ସଭାପତି ଓ ଦଳୀୟ କର୍ମକର୍ତ୍ତାମାନଙ୍କୁ ଚିଠି ଲେଖି ନିର୍ବାଚନମଣ୍ଡଳୀସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଓ ସହଯୋଗ କରିବାକୁ କହିଛନ୍ତି ।

ମାର୍ଚ୍ଚ ୫ ବିଜୁ ଜୟନ୍ତୀରେ ସକାଳ ୬ଟାରେ ପ୍ରଭାତ ଫେରୀ ଓ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଫଳ ବଂଟନ ଓ ଅନ୍ୟାନ୍ୟ ସମାଜସେବା କାର୍ଯ୍ୟ ହେବ । ସକାଳ ସାଢ଼େ ୮ଟାରେ ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ନିର୍ବାଚନମଣ୍ଡଳୀରେ ଅତିକମରେ ୨୦୦ କର୍ମୀଙ୍କୁ ନେଇ ୫କିମି ପରିବ୍ୟାପ୍ତ ସାଇକେଲ ର‌୍ୟାଲି ଅନୁଷ୍ଠିତ ହେବ । ଅପରାହ୍ନ ୪ଟାରେ ନିର୍ବାଚନମଣ୍ଡଳୀସ୍ତରରେ ଦଳର ନିର୍ବାଚିତ ସଦସ୍ୟ, ଦଳୀୟ କର୍ମକର୍ତ୍ତା, କର୍ମୀ, ଛାମୁଆ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ,ପୌରପାଳିକା ଓ ପଂଚାୟତିରାଜ ଅନୁଷ୍ଠାନର ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ସାଧାରଣ ସଭା ହେବ । ସେଠାରେ ସମସ୍ତ ବିଜେଡି କର୍ମୀମାନେ ବିଜୁ ଜନତା ଦଳର ଶୃଙ୍ଖଳିତ ସଦସ୍ୟ ଭାବେ ଦଳୀୟ ଏକତା, ଶୃଙ୍ଖଳା ଓ ଅନୁଶାସନ ପାଳନ କରି ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା, ଏକ ସମୃଦ୍ଧ,ସଶକ୍ତ ଓ ସ୍ୱାଭିମାନୀ ‘ନବୀନ ଓଡ଼ିଶା’ ଗଢ଼ିବା ନିମନ୍ତେ ଶପଥ ନେବେ । ଏହି ସଭାରେ ବିଜୁ ଆଦର୍ଶରେ ଅନୁପ୍ରାଣିତ ବର୍ଷିୟାନ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ।

Also Read

ସେହିପରି ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ରାଜ୍ୟସ୍ତରରେ ପାଳନ ହେବ । ମାର୍ଚ୍ଚ ୯ରୁ ୧୭ତାରିଖ ମଧ୍ୟରେ ସବୁ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ମହିଳା ସମାବେଶ କରାଯାଇ ମହିଳାଙ୍କ ସଶକ୍ତିକରଣ ଦିଗରେ ବିଜେଡି ନେଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ ।

ଏସବୁ ବ୍ୟତୀତ ମାର୍ଚ୍ଚ ୫ରୁ ୨୫ତାରିଖ ମଧ୍ୟରେ ନିର୍ବାଚନମଣ୍ଡଳୀସ୍ତରରେ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ‘ନବୀନ ଓଡ଼ିଶା’ ଗଠନ ଉପରେ ପ୍ରବନ୍ଧ, ତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ବିଜେଡି କର୍ମୀ ଓ କର୍ମକର୍ତ୍ତମାନଙ୍କ ମଧ୍ୟରେ ଆୟୋଜନ ହେବ । ଯୁବ ଓ ଛାତ୍ର ବିଜେଡି ଏହି ପ୍ରତିଯୋଗିତା ଆୟୋଜନ କରିବ ଓ ଏପ୍ରିଲ ୧୭ତାରିଖରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସରେ ଏହି ବିଜୟୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ।

ସୂଚନାଯୋଗ୍ୟ, ବିଜେଡି ଗଠନର ୨୫ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଦଳ ପକ୍ଷରୁ ଏଭଳି ପ୍ରତିଯୋଗିତାର ଆୟୋଜନ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story