Advertisment

ବିଜେଡି କର୍ମୀ କରୁଛନ୍ତି ବୁଥ୍ କ୍ୟାପଚର; ଆପତ୍ତି ଉଠାଇଲେ ଅରିନ୍ଦମ

ବିଜେଡିର ଗୁଣ୍ଡାମାନେ ବୁଥ ଭିତରେ ଓ ବାହାରେ ଜଗି ରହିଛନ୍ତି। ଏନେଇ ମୁଁ ଜିଲ୍ଲାପାଳଙ୍କୁ ଅବଗତ କରିବି ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବି ବୋଲି କହିଛନ୍ତି ଅରିନ୍ଦମ ରାୟ।

ଅଦ୍ୟତନ ହୋଇଛି
Tension situation

Tension situation

Advertisment

କେନ୍ଦ୍ରାପଡ଼ା ଲୋକସଭା ଅଧିନ ସାଲେପୁର ଲୁଣାହାର ବୁଥରେ ବୁଥ କ୍ୟାପଚର କରାଯାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ବିଜେପିର ସାଲେପୁର ବିଧାନସଭା ପ୍ରାର୍ଥୀ ଅରିନ୍ଦମ ରାୟ।

Advertisment

ସେ କହିଛନ୍ତି, ବୁଥ ଭିତରେ ୮ରୁ ୧୦ ଯୁବକ ପଶି ମହିଳାମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ ଦେବାକୁ କହୁଛନ୍ତି। ଏନେଇ ମୁଁ ପୋଲିଂ ଅଫିସରଙ୍କୁ ପଚାରିଲି। ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ମୁଁ ଏନେଇ ଆପତ୍ତି ଉଠାଇବାରୁ ପରେ ବିଜେଡିର କିଛି ଯୁବକ ଆସି ପାଟିତୁଣ୍ଡ କରିବା ସହ ହୋହଲ୍ଲା କରିଥିଲେ। ବିଜେଡିର ଗୁଣ୍ଡାମାନେ ବୁଥ ଭିତରେ ଓ ବାହାରେ ଜଗି ରହିଛନ୍ତି। ଏନେଇ ମୁଁ ଜିଲ୍ଲାପାଳଙ୍କୁ ଅବଗତ କରିବି ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବି ବୋଲି କହିଛନ୍ତି ଅରିନ୍ଦମ ରାୟ। ତେବେ ଏନେଇ ବିଜେଡିର କିମ୍ବା ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ରାଜ୍ୟରେ ଆଜି ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ରର ଏବଂ ମୟୂରଭଂଜ
ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ମତଦାନ ଆରମ୍ଭରୁ ବିଭିନ୍ନ ସ୍ଥାନରେ ଇଭିଏମ ଅଚଳ ହେବା ଯୋଗୁ ମତଦାନ ବିଳମ୍ବ ହୋଇଥିବା ଖବର ଆସିଥିଲା।

Advertisment
2024 General Election Loksabha Election 2024 Odisha Assembly Election 2024 Salepur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe