Advertisment

ବିଜେଡିରୁ ଚାଲିଛି ଇସ୍ତଫାର ସୁଅ, ବିଜେପିରେ ମିଶିଲେ ଜୟପୁର ବ୍ଲକ ଅଧ୍ୟକ୍ଷା

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ କୋରାପୁଟ, କଟକ ଓ ଯାଜପୁର ଜିଲ୍ଲାର ତୃଣମୂଳସ୍ତର ନେତାମାନେ ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ।

BJP

BJP

Advertisment

ବିଜେଡିରୁ ଚାଲିଛି ଇସ୍ତଫାର ସୁଅ। ସାଧାରଣ ନିର୍ବାଚନ ବିପର୍ଯ୍ୟୟ ପରେ ଦଳରେ ନେତୃତ୍ୱର ଅପାରଗତା ଓ ଅନିଶ୍ଚିତତାକୁ ଦେଖି ଦଳୀୟ ନିର୍ବାଚିତ ପ୍ରତିନିଧିମାନେ ଦଳରୁ ଇସ୍ତଫା ଦେବାରେ ଲାଗିଛି। ଏହି କ୍ରମରେ କୋରାପୁଟ ଜିଲ୍ଲା ଜୟପୁର ପଂଚାୟତ ସମିତି ଅଧ୍ୟକ୍ଷା ତିଳୋତ୍ତମା ମୁଦୁଲି ଆଜି ନିଜର ସମର୍ଥକମାନଙ୍କ ସହ ବିଜେଡି ଛାଡ଼ି ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି। ସେହିପରି ବିଜେଡିର ଗଡ଼ ଥିବା ଯାଜପୁର ଓ କଟକ ଜିଲ୍ଲାରୁ ମଧ୍ୟ ଦଳୀୟ କର୍ମୀ ଓ ନେତାମାନେ ଆଜି ବିଜେପିରେ ସାମିଲ ହୋଇଛନ୍ତି।

Advertisment

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ କୋରାପୁଟ, କଟକ ଓ ଯାଜପୁର ଜିଲ୍ଲାର ତୃଣମୂଳସ୍ତର ନେତାମାନେ ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଦଳର ରାଜ୍ୟ ସଭାପତି ମନମୋହନ ସାମଲ ସମସ୍ତଙ୍କୁ ଟୋପି ଓ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି । ଜୟପୁର ବ୍ଲକ ଅଧ୍ୟକ୍ଷା  ତିଳୋତ୍ତମା ମୁଦୁଲିଙ୍କ ନେତୃତ୍ୱରେ ସରପଂଚ ଆନନ୍ଦ ହାଲୁଆ, ଟଙ୍କଧର ହାଲୁଆଙ୍କ ସମେତ ୧୩ ସରପଂଚ, ୧୪ଜଣ ସମିତି ସଭ୍ୟ ଓ ୧୧ ଜଣ ଏସଡିସି (ସ୍ପେଶାଲ ଡେଭଲପମେଂଟ୍ କାଉନସିଲ) ସଦସ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି କଟକ ଜିଲା ବିଜେଡି ଉପସଭାପତି ତଥା ଆତ୍ମା କମିଟି ଅଧ୍ୟକ୍ଷ ଆଦିତ୍ୟ ପାଣିଙ୍କ ନେତୃତ୍ୱରେ ସରପଂଚ ପ୍ରତିମା ମଲ୍ଲିକ, ପ୍ରଫୁଲ୍ଲ କୁମାର ସାହୁ, ପ୍ରଶାନ୍ତ ସାହୁ, ଗୋବିନ୍ଦ ଚନ୍ଦ୍ର ବେହେରା, ରୀନା ସ୍ୱାଇଁ ସମେତ ୫୦ରୁ ଊର୍ଦ୍ଧ୍ୱ ଆଗଧାଡ଼ିର ବିଜେଡି କର୍ମୀ ବିଜେପିରେ ଯୋଗଦେଇଛନ୍ତି । ବିଜେଡି ନେତା ପ୍ରଣବପ୍ରକାଶ ଦାସଙ୍କ ଯାଜପୁର ଜିଲାର ଚିଟାଳୋ ପଂଚାୟତର ପୂର୍ବତନ ସରପଂଚ ଦିଲୀପ ମହାନ୍ତିି, ପୂର୍ବତନ ପଂଚାୟତ ସମିତି ସଭ୍ୟ ନିରୁପମା ସେଠୀଙ୍କ ସମେତ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତିି ।

ଏହି ମିଶ୍ରଣ ଫଳରେ ରାଜ୍ୟରେ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ପାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିବା ସହ ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧପରିକର ଓ ବିଜେପିର ନୂଆ ସରକାରକୁ ନେଇ ଓଡିଶାବାସୀଙ୍କ ମନ ଭିତରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଛି  ବୋଲି କହିଛନ୍ତି ।

Advertisment

ସୂଚନାଯୋଗ୍ୟ ଗତ ସପ୍ତାହରେ ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମର ସୋରଡ଼ା ପଂଚାୟତ ସମିତି ଅଧ୍ୟକ୍ଷା ପ୍ରମିଳା କୁମାରୀ ପ୍ରଧାନ ନିଜର ସମର୍ଥକମାନଙ୍କ ସହ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ତା’ପୂର୍ବ ସପ୍ତାହରେ ବଡ଼ମ୍ବା ପଂଚାୟତ ସମିତି ଅଧ୍ୟକ୍ଷ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ, ବିଗତ କିଛିମାସ ଧରି ବିଜେଡିରୁ ଇସ୍ତଫାର ସୁଅ ଛୁଟିଛି ଓ ଗୋଟିଏପରେ ଗୋଟିଏ ବ୍ଲକ ବିଜେପି କବଜାକୁ ଯାଉଛି । ତଥାପି ଏହି ଇସ୍ତଫା ଉପରେ ବ୍ରେକ୍ ଦେବା କିମ୍ବା ଦଳୀୟ ନେତା-କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ବିଜେଡି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେବାରେ ସମ୍ଭବପର ହୋଇପାରିନାହିଁ । ବିଜେଡି ସୁପ୍ରିମୋ  ନବୀନ ପଟ୍ଟନାୟକ ଦଳର ବିପର୍ଯ୍ୟୟର ମୁଖ୍ୟ ସୂତ୍ରଧର ଭିକେ ପାଣ୍ଡିଆନଙ୍କୁ କୋଳେଇ ଧରି ବିଜେଡିକୁ ତଳିତଳାନ୍ତ କରିବା ସହ ସଂଗଠନଠୁ ତଳିତଳାନ୍ତ କରିବାରେ ଲାଗିଥିବା ଚର୍ଚ୍ଚା ।

BjD Bjp Jajpur Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe