Advertisment

ସାଂସଦ ପତ୍ନୀଙ୍କ ଆଗରେ ‘ମୁକ୍ତି’ ହଟାଓ ନାରା ଦେଲେ କର୍ମୀ

ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ହେଉଛନ୍ତି ସଞ୍ଜୟ ଦାସବର୍ମା। ଗତ ଶୁକ୍ରବାର ସେ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇଥିଲେ। ଭଦ୍ରକରୁ ସେ ବାସୁଦେବପୁର ଅଭିମୁଖେ ଯାଇଥିଲେ। ବାସୁଦେବପୁର ବିଜେଡି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଅଦ୍ୟତନ ହୋଇଛି
BJD

BJD

Advertisment

ସାଂସଦ ପତ୍ନୀଙ୍କ ଆଗରେ ‘ମୁକ୍ତି’ ହଟାଓ ନାରାଦେଲେ ବିଜେଡି କର୍ମୀ। ତା’ ପୁଣି ଜିଲ୍ଲା ପର୍ଯ୍ୟଟକ ସଞ୍ଜୟ ଦାସବର୍ମାଙ୍କ ଉପସ୍ଥିତିରେ। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ଏପରି କନ୍ଦଳ ଦେଖିବାକୁ ମିଳିଛି ଭଦ୍ରକରେ। ସାଂସଦ ମଞ୍ଜୁଲତା ମଣ୍ଡଳ ଭାଷଣ ଦେଉଥିବା ବେଳେ ‘ମୁକ୍ତି’ ହଟାଓ ନାରା ଦେବାରୁ ଅଧାରରୁ ଅଟକିଲା ସଭା।

Advertisment

ଭଦ୍ରକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ହେଉଛନ୍ତି ସଞ୍ଜୟ ଦାସବର୍ମା। ଗତ ଶୁକ୍ରବାର ସେ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇଥିଲେ। ଭଦ୍ରକରୁ ସେ ବାସୁଦେବପୁର ଅଭିମୁଖେ ଯାଇଥିଲେ। ବାସୁଦେବପୁର ବିଜେଡି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ବିଶାଳ ଶୋଭାଯାତ୍ରାରେ ତାଙ୍କୁ ପୌରପାଳିକାର ମହିଷାପଦାରେ ଆୟୋଜିତ ସଭାକୁ ପାଛୋଟି ନିଆଯାଇଥିଲା। ଯେଉଁଥିରେ ହଜାର ହଜାର ବିଜେଡି କର୍ମୀ ଉପସ୍ଥିତ ଥିଲେ।

ଆଉ ସଭାରେ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ ବର୍ମାଙ୍କ ସମେତ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ସଭା ଚାଲିଥିବା ବେଳେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ବିଜେଡି କର୍ମୀମାନେ ବିଭିନ୍ନ କମେଣ୍ଟ ମାରିଥିଲେ।

Advertisment

ଆଉ ଯେତେବେଳେ ମୁକ୍ତିକାନ୍ତଙ୍କ ଧର୍ମପତ୍ନୀ ତଥା ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ସଭା ଉପରେ ଅବିଭାଷଣ ପ୍ରଦାନ କରୁଥିଲେ, ସେତେବେଳେ ବିଜେଡି କର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିଲେ। ମୁକ୍ତି ହଟାଓ ନାରା ଦେଇଥିଲେ। ଯେଉଁଥିପାଇଁ ହୋହଲ୍ଲା ହୋଇଥିଲା। ହଟ୍ଟଗୋଳ ହେବା ସହ ସଭାବନ୍ଦ ହୋଇଥିଲା। କହିବାକୁ ଗଲେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୄଷ୍ଟି ହୋଇଥିଲା। ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ ବର୍ମା ଓ ବିଜେଡି ବିଧାୟକଙ୍କ ସମ୍ମୁଖରେ କର୍ମୀମାନେ ମୁକ୍ତିକାନ୍ତ ମଣ୍ଡଳଙ୍କ ବିରୋଧରେ ନାରା ଦେଇଥିଲେ। ଯେଉଁଥିପାଇଁ ସଭାକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। ଆଉ ନେତାମାନେ ପଳାଇ ଯାଇଥିଲେ।

ଅନ୍ୟପକ୍ଷରେ ଏକ ଭିଡିଓ ଏବେ ଭାଇରାଲ୍‌ ହେଉଛି। ଯେଉଁଥିରେ ସୁଗୋ ପଞ୍ଚାୟତର ସରପଞ୍ଚ ଚିନ୍ତାମଣି ନାୟକ ପର୍ଯ୍ୟବେକ୍ଷକଙ୍କ ଆଗରେ ସାଂସଦ ଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ବର୍ଷୁଛନ୍ତି। ଆଉ କହୁଛନ୍ତି, ଗତ ପଞ୍ଚାୟତ ନିର୍ବାଚନରେ ମୋ’ ବିରୋଧରେ ସାଂସଦ ଓ ତାଙ୍କ ସ୍ୱାମୀ ସ୍ୱାଧୀନ ପ୍ରାର୍ଥୀ ଦେଇଥିଲେ। ଏପରିକି ମୋ’ ବିରୋଧରେ ପ୍ରଚାର ମଧ୍ୟ କରିଥିଲେ ବୋଲି ଚିନ୍ତାମଣି କହୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳୁଛି।

ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ରିପୋର୍ଟ- ଭଦ୍ରକରୁ ପାର୍ଥସାରଥୀ ନାୟକ

Bhadrak BjD Bhadrak News Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe