Advertisment

BJD ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ କଲେ ନିଜ ଦଳର ଗୋଟିଏ ଗୋଷ୍ଠୀ

ଢେଙ୍କାନାଳ ଲୋକସଭା କ୍ଷେତ୍ରର ସବୁଠାରୁ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ପରଜଙ୍ଗ। ଏହି ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ହେଉଛନ୍ତି ନୃସିଂହ ସାହୁ। ଆଜି ଶ୍ରୀ ସାହୁ ନିଜ ସମର୍ଥକଙ୍କ ସହ ମକୁଆକାଟେଣୀ ଗାଁକୁ ଯାଇଥିଲେ।

ଅଦ୍ୟତନ ହୋଇଛି
BJD

BJD

Advertisment

ମତଦାନ ପାଇଁ ସମୟ ଯେତେ ପାଖେଇ ଆସୁଛି, ବିଜେଡି କଳି ସେତେ ତୀବ୍ର ହେଉଛି। ଆଜି ପ୍ରଚାର କରିବାକୁ ଯାଇଥିବା ବିଜେଡି ବିଧାୟକ ପ୍ରାର୍ଥୀ ନୃସିଂହ ଚରଣ ସାହୁଙ୍କୁ ନିଜ ଦଳର ଗୋଟିଏ ଗୋଷ୍ଠୀ ବିରୋଧ କରିଛନ୍ତି। ଗାଁରେ ଶୋଭାଯାତ୍ରା କରିବାକୁ ଦେଇନଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲାରୁ ଆସିଛି ଏପରି ଚିତ୍ର।

Advertisment

ଢେଙ୍କାନାଳ ଲୋକସଭା କ୍ଷେତ୍ରର ସବୁଠାରୁ ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ପରଜଙ୍ଗ। ଏହି ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ହେଉଛନ୍ତି ନୃସିଂହ ସାହୁ। ଆଜି ଶ୍ରୀ ସାହୁ ନିଜ ସମର୍ଥକଙ୍କ ସହ ମକୁଆକାଟେଣୀ ଗାଁକୁ ଯାଇଥିଲେ। ଶୋଭାଯାତ୍ରାରେ ଗାଁ ପରିକ୍ରମା କରୁଥିବା ବେଳେ ରାସ୍ତାରେ ଅଟକାଇଥିଲେ ବିଜେଡିର ଗୋଟିଏ ଗୋଷ୍ଠୀ। ନୃସିଂହ ଚରଣ ସାହୁଙ୍କୁ ଆଗକୁ ବଢ଼ିବାକୁ ଦେଇନଥିଲେ। ଯେଉଁଥିପାଇଁ ବିଜେଡିର ଦୁଇ ଗୋଷ୍ଠୀ ମୁହାଁମାହିଁ ହୋଇଥିଲେ। ଏପରିକି ବିଧାୟକଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଶେଷରେ ନୃସିଂହ ସାହୁ ନିଜର ସମର୍ଥକଙ୍କୁ ଧରି ଅନ୍ୟ ଗାଁକୁ ଯାଇଥିଲେ।

ସୂଚନାରୁ ପ୍ରକାଶ, ନୃସିଂହ ଚରଣ ସାହୁଙ୍କ ଡାହାଣ ହାତ କୁହାଯାଉଥିବା କାର୍ତ୍ତିକ ସାହୁ ହେଉଛନ୍ତି ପୂର୍ବତନ ପରଜଙ୍ଗ ବ୍ଲକ ଅଧ୍ୟକ୍ଷ। ଚଳିତ ନିର୍ବାଚନରେ ସେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ସେଥିପାଇଁ ବିଧାୟକଙ୍କ ପରି ସମାନ୍ତରାଳ ଭାବେ ସଙ୍ଗଠନ କରି କାର୍ଯ୍ୟ କରୁଥିଲେ। ହେଲେ ସେ ବିଧାୟକ ପ୍ରାର୍ଥୀ ହୋଇପାରିନଥିଲେ। ଯେଉଁଥିପାଇଁ ନୃସିଂହ ସାହୁ ଓ କାର୍ତ୍ତିକ ସାହୁ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ତେଣୁ ଆଜି ନୃସିଂହ ଓ ତାଙ୍କ ସମର୍ଥକ ମକୁଆକାଟେଣୀ ଆସିଥିବା ବେଳେ କାର୍ତ୍ତିକଙ୍କ ସମର୍ଥକମାନେ ଜୋରଦାର ବିରୋଧ କରିଥିଲେ।

Advertisment

ତେବେ ଏନେଇ ନୃସିଂହ ଚରଣ ସାହୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

BjD General Election Dhenkanal 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe