Advertisment

ବାହାରକୁ ଆସିଲେ କ୍ୟାପ୍‌ଟେନ୍‌, ସାଙ୍ଗରେ ଥିଲେ ଜିଲ୍ଲାପାଳ ଓ ଏସ୍‌ପି

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ସନ୍‌ସାଇନ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବିବାଦୀୟ ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କେଉଁଠି ଅଛନ୍ତି? ଗତ କିଛି ଦିନ ଧରି ଏପରି ପ୍ରଶ୍ନ ବିରୋଧୀ ଦଳ ଗୁଡ଼ିକ ପଚାରୁଥିବା ବେଳେ ଗତକାଲି ମନ୍ତ୍ରୀ ଦିବ୍ୟଶଙ୍କର ଏହି ମାମଲାରେ ଜାରି କରିଥିଲେ ପ୍ରେସବିବୃତ୍ତି। ଆଉ ଆଜି ଜୁନାଗଡ଼ ସମେତ କଳାହାଣ୍ଡି ଜିଲ୍ଲାରେ ଅନ୍ୟ ସ୍ଥାନରେ ଖୋଲାଖୋଲି ବୁଲୁଥିବା ଦେଖିବାକୁ ମିଳିଛି। ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଜି କଳାହାଣ୍ଡି […]

ଅଦ୍ୟତନ ହୋଇଛି
ବାହାରକୁ ଆସିଲେ କ୍ୟାପ୍‌ଟେନ୍‌, ସାଙ୍ଗରେ ଥିଲେ ଜିଲ୍ଲାପାଳ ଓ ଏସ୍‌ପି

Divya Shankar Mishra

Advertisment

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ସନ୍‌ସାଇନ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ବିବାଦୀୟ ହୋଇପଡ଼ିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କେଉଁଠି ଅଛନ୍ତି? ଗତ କିଛି ଦିନ ଧରି ଏପରି ପ୍ରଶ୍ନ ବିରୋଧୀ ଦଳ ଗୁଡ଼ିକ ପଚାରୁଥିବା ବେଳେ ଗତକାଲି ମନ୍ତ୍ରୀ ଦିବ୍ୟଶଙ୍କର ଏହି ମାମଲାରେ ଜାରି କରିଥିଲେ ପ୍ରେସବିବୃତ୍ତି। ଆଉ ଆଜି ଜୁନାଗଡ଼ ସମେତ କଳାହାଣ୍ଡି ଜିଲ୍ଲାରେ ଅନ୍ୟ ସ୍ଥାନରେ ଖୋଲାଖୋଲି ବୁଲୁଥିବା ଦେଖିବାକୁ ମିଳିଛି।

Advertisment

ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଆଜି କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାରେ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପରିପ୍ରେକ୍ଷୀରେ ସେ ଭବନୀପାଟଣାରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସଭା ହେବାକୁ ଥିବା ପଡ଼ିଆ ବୁଲି ଦେଖିଛନ୍ତି। ତାଙ୍କ ସାଙ୍ଗରେ ଥିଲେ କଳାହାଣ୍ଡି ଜିଲ୍ଲାପାଳ ଜିଲ୍ଲାପାଳ, ଏସ୍‌ପି ଓ PWD ନିର୍ବାହୀଯନ୍ତ୍ରୀ।

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହା ପରେ ନିଜ ନିର୍ବାଚମଣ୍ଡଳୀ ଜୁନାଗଡ଼ ଆସିଥିଲେ। ସେ ପ୍ରଥମ ଜୁନାଗଡ଼ ଷ୍ଟାଡିୟମ୍‌ରେ ପହଞ୍ଚି ଥିଲେ। ଷ୍ଟାଡିୟମ୍‌ର ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ବେଳେ କ୍ୟାପ୍‌ଟେନ୍‌ ମିଶ୍ରଙ୍କ ସମର୍ଥମାନେ ସେଠାରେ ପହଞ୍ଚିଥିଲେ। ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ମହିଳା କର୍ମୀମାନେ ଜୟ ମା’ ମାଣିକେଶ୍ୱରୀ ନାରା ପକାଇ ଥିଲେ। ଦୀର୍ଘ ଦିନ ପରେ ନିଜ ଆଖି ସମ୍ମୁଖରେ କର୍ମୀଙ୍କୁ ଦେଖି ଗଦ୍‌ଗଦ୍‌ ହୋଇଯାଇଥିଲେ ମନ୍ତ୍ରୀ। ପରେ ମନ୍ତ୍ରୀ ସେମାନଙ୍କ ସହିତ କିଛି ସମୟ କଥା ହୋଇଥିଲେ। ଏହା ପରେ ମନ୍ତ୍ରୀ କର୍ମୀଙ୍କ ସହ ସହର ପରିକ୍ରମା କରିଥିଲେ ଓ ଚାହା ପିଇଥିଲେ। ସେ କର୍ମୀଙ୍କ ସହ ଦୁଇ ଘଣ୍ଟାରୁ ଅଧିକ ସମୟ ବିତାଇଥିଲେ। ତା’ପରେ ମନ୍ତ୍ରୀ ଭବାନୀପାଟଣା ଅଭିମୁଖେ ବାହାରି ଯାଇଥିଲେ।

Advertisment

ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହିତ ମନ୍ତ୍ରୀ ଖୋଲମ୍‌ଖୋଲା ବୁଲିବା ଘଟଣାକୁ ନିନ୍ଦା କରିଛି ବିଜେପି। ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ଏସ୍‌ପି, ଜିଲ୍ଲାପାଳଙ୍କ ସହ ମନ୍ତ୍ରୀ ଖୋଲାଖୋଲି ବୁଲୁଛନ୍ତି। ଜୁନାଗଡ଼ ଓ କଳାହାଣ୍ଡିର ବିଭିନ୍ନ ଅଞ୍ଚଳରେ ମନ୍ତ୍ରୀ ବୁଲୁଛନ୍ତି। ତଦନ୍ତ କରୁଥିବା ପୁଲିସ ସହ ମନ୍ତ୍ରୀ କିଭଳି ବୁଲୁଛନ୍ତି? ଏଭଳି ସ୍ଥିତିରେ କିଭଳି ନିରପେକ୍ଷ ତଦନ୍ତ ହେବ? ମମିତାଙ୍କ ମାଆ ଅସୁସ୍ଥ ଥିବା ବେଳେ ମନ୍ତ୍ରୀଙ୍କ ଏଭଳି ବୁଲିବା ନିନ୍ଦନୀୟ। ମମିତାଙ୍କ ପରିବାରକୁ ଥରଟିଏ ବି ନ ଭେଟି ଏଭଳି ବୁଲିବା କେତେ ଠିକ୍‌ ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe