Advertisment

ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ କରୁଛି 'ପ୍ଲାନ୍-ଏ', 'ପ୍ଲାନ୍-ବି'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ସାଧାରଣ ନିର୍ବାଚନ ପାଇଁ ବିଜେଡି ଏବେ ନିଜର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ଚୂଡ଼ାନ୍ତ ରୂପ ଦେଉଥିବା ଜଣାପଡ଼ିଛି।ଏକସଙ୍ଗେ ଦୁଇ ପ୍ରକାରର ନିର୍ବାଚନୀ ଫର୍ମୂଲା ପ୍ରସ୍ତୁତ କରି ଶେଷ ମୁହୂର୍ତ୍ତରେ ‘ପ୍ଲାନ୍-ବି’କୁ କାର୍ଯ୍ୟକାରୀ କରିବା ପାଇଁ ବିଜେଡି ନେତୃତ୍ୱ ରଣନୀତି ପ୍ରସ୍ତୁତ କରିଥିବାର ଆଭାସ ମିଳିବା ପରେ ଦଳର ନେତାମାନଙ୍କ ମଧ୍ୟରେ ଏବେ ଛନକା ପଶିଛି। ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୪ଟି ପର୍ଯ୍ୟାୟର ସର୍ଭେ ରିପୋର୍ଟକୁ ଆଧାର କରି ଦଳ […]

ଅଦ୍ୟତନ ହୋଇଛି
ବିଜେଡିକୁ ‘ତୁଣ୍ଡ’ ଚିନ୍ତା: ଅମର ବାଦ୍, ସ୍ଥାନ ପାଇଲେନି ସଞ୍ଜୟ

BJD-OFFICE

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ସାଧାରଣ ନିର୍ବାଚନ ପାଇଁ ବିଜେଡି ଏବେ ନିଜର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ଚୂଡ଼ାନ୍ତ ରୂପ ଦେଉଥିବା ଜଣାପଡ଼ିଛି।ଏକସଙ୍ଗେ ଦୁଇ ପ୍ରକାରର ନିର୍ବାଚନୀ ଫର୍ମୂଲା ପ୍ରସ୍ତୁତ କରି ଶେଷ ମୁହୂର୍ତ୍ତରେ 'ପ୍ଲାନ୍-ବି’କୁ କାର୍ଯ୍ୟକାରୀ କରିବା ପାଇଁ ବିଜେଡି ନେତୃତ୍ୱ ରଣନୀତି ପ୍ରସ୍ତୁତ କରିଥିବାର ଆଭାସ ମିଳିବା ପରେ ଦଳର ନେତାମାନଙ୍କ ମଧ୍ୟରେ ଏବେ ଛନକା ପଶିଛି।

Advertisment

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୪ଟି ପର୍ଯ୍ୟାୟର ସର୍ଭେ ରିପୋର୍ଟକୁ ଆଧାର କରି ଦଳ ପକ୍ଷରୁ ଏବେ ୨ଟି ନିର୍ବାଚନୀ ଫର୍ମୂଲା ପ୍ରସ୍ତୁତି ଚାଲିଛି ।

ପ୍ଲାନ୍-ଏ ଅନୁସାରେ ଦଳ ନିଜର ୧୧୮ ବିଧାୟକ ଓ ୧୯ ସାଂସଦଙ୍କ ମଧ୍ୟରୁ ଯଥାକ୍ରମେ ୩୦ରୁ ୩୫ଜଣ ବିଧାୟକ ଓ ୧୦ଜଣ ସାଂସଦଙ୍କ ଟିକେଟ୍ କାଟିବ।ଏହି ବାଦ୍ ପଡ଼ୁଥିବା କିଛି ନେତାଙ୍କୁ ରାଜ୍ୟସଭା ଓ ପ୍ରସ୍ତାବିତ ବିଧାନ ପରିଷଦରେ ଥଇଥାନ କରାଯିବ।

Advertisment

‘ପ୍ଲାନ-ବି’ ଅନୁସାରେ ଦଳ ଲୋକସଭାରେ ଥିବା ନିଜର ୧୯ ସାଂସଦଙ୍କ ମଧ୍ୟରୁ ମାତ୍ର ୫ଜଣଙ୍କୁ ପୁଣିଥରେ ସଂସଦୀୟ ଆସନରେ ଲଢ଼ିବା ପାଇଁ ସୁଯୋଗ ଦେବ।ଆଉ ବାକି ସଂସଦୀୟ ସିଟ୍ ଗୁଡ଼ିକାରେ ଦଳର ଯୁବନେତାମାନଙ୍କୁ ପ୍ରାର୍ଥୀ କରିବ। ଦଳର ଆଗଧାଡ଼ିର କିଛି ଯୁବନେତାଙ୍କୁ ସାଂସଦ ପ୍ରାର୍ଥୀ କରାଯିବାକୁ ବିଜେଡି ନେତୃତ୍ୱ ଯୋଜନା କରୁଥିବା ଜଣାପଡ଼ିବା ପରେ ଏବେଠୁ ଦଳ ଭିତରେ ଚହଳ ପଡ଼ିଲାଣି।

କ୍ଷମତାକେନ୍ଦ୍ରର ବିଶ୍ୱସ୍ତ ଭାବେ ପରିଚିତ ବିଜେଡିର ଜଣେ ସାଧାରଣ ସମ୍ପାଦକ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଦଳ ଆଗାମୀ ଦିନରେ କେନ୍ଦ୍ରୀୟ ନିର୍ବାଚନ ଉପରେ ଅଧିକ ଫୋକସ୍ କରିବାକୁ ଚାହୁଁଛି। ବିଶେଷକରି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପୁଣିଥରେ କ୍ଷମତାକୁ ଆସିବାର ସମ୍ଭାବନା ଥିବା ଓ ବିଜେପି ନେତୃତ୍ୱ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ସଂଗଠନକୁ ସଜାଡ଼ିବା ଉପରେ ଗୁରୁତ୍ୱ ଦେଉଥିବାରୁ ବିଜେଡି ଏବେଠୁ ନିଜର ରଣନୀତି ଚୂଡ଼ାନ୍ତ କରିଛି

କେବଳ ଏହି କାରଣରୁ ୨୦୧୯ ନିର୍ବାଚନ ପରେ ଏନଡିଏ ସରକାରକୁ ‘ଚେକ୍’ ଦେବା ପାଇଁ ବିଜେଡି ନିଜର ପ୍ରଭାବଶାଳୀ ଯୁବନେତାମାନଙ୍କୁ ଲୋକସଭା ପଠାଇ ସେଠାରେ ରାଜ୍ୟର ସ୍ୱାର୍ଥ ପ୍ରସଙ୍ଗକୁ ଜୋରଦାର ଢଙ୍ଗରେ ଉଠାଇବାକୁ ଚାହୁଁଛି। ଆଉ ଲୋକସଭାରେ ଦଳ ରାଜ୍ୟର ହକ୍ ହାସଲ ନିମନ୍ତେ ଲଢ଼େଇକୁ ନିର୍ଣ୍ଣାୟକ ରୂପ ଦେବାକୁ ମଧ୍ୟ ରଣନୀତି ପ୍ରସ୍ତୁତ କରିଛି।

ପ୍ଲାନ୍-ବି ଅନୁସାରେ ଦଳ ଆଗାମୀ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ଭୁବନେଶ୍ୱର, କନ୍ଧମାଳ, ଆସିକା, ବ୍ରହ୍ମପୁର, ଜଗତସିଂହପୁର, ପୁରୀ, ଯାଜପୁର, ଭଦ୍ରକ, ବାଲେଶ୍ୱର, ନବରଙ୍ଗପୁର, କଳାହାଣ୍ଡି, ସମ୍ବଲପୁର ଓ ବରଗଡ଼ ଲୋକସଭା ଆସନରେ ଦଳର ଯୁବ ଓ ଅଭିଜ୍ଞ ନେତାମାନଙ୍କୁ ପ୍ରାର୍ଥୀ କରିବ।

ଏହି ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ଭାବେ କେତେକ ବିଧାୟକ ଓ କେତେକ ସମ୍ପୂର୍ଣ୍ଣ ନବାଗତଙ୍କୁ ସ୍ଥାନ ମିଳିବ। ଯେଉଁ ବିଧାୟକଙ୍କୁ ମିଳିବ ସେମାନଙ୍କ ମଧ୍ୟରେ ଦଳର ପ୍ରଭାବଶାଳୀ ଯୁବନେତାମାନଙ୍କ ନାଁ ଉପରେ ବିଚାରବିମର୍ଶ କରାଯାଉଛି।

ବିଶେଷକରି ମୟୂରଭଞ୍ଜ ସିଟ୍ ପାଇଁ ଦେବାଶିଷ ମାର୍ଣ୍ଡି, କେନ୍ଦ୍ରାପଡ଼ାରେ ନବାଗତ ଅମର ପଟ୍ଟନାୟକ, କନ୍ଧମାଳରେ ଅରୁଣ ସାହୁ, ଭୁବନେଶ୍ୱରରେ ପିନାକୀ ମିଶ୍ର, ଆସିକାରେ ପ୍ରଦୀପ ପାଣିଗ୍ରାହୀ, ପୁରୀରେ ସମୀର ଦାଶ,ସମ୍ବଲପୁରରେ ରୋହିତ ପୂଜାରୀ, ବରଗଡ଼ରେ ଦେବେଶ ଆଚାର୍ଯ୍ୟ, ବ୍ରହ୍ମପୁରରେ ଚନ୍ଦ୍ରଶେଖର ସାହୁ, ଯାଜପୁରରେ ପ୍ରମିଳା ମଲ୍ଲିକ ପ୍ରମୁଖଙ୍କୁ ଦଳ ପ୍ରାର୍ଥୀ କରିବାକୁ ଯୋଜନା କରିଛି।

ଏମାନଙ୍କୁ ପ୍ରାର୍ଥୀ କରି ଦଳ ଲୋକସଭା ସିଟଗୁଡ଼ିକର ବିଜୟ ସମ୍ଭାବନାକୁ ସୁନିଶ୍ଚିତ କରିବାକୁ ଚାହୁଁଥିବାବେଳେ କିଛି ୪୦ରୁ ୬୦ଟି ବିଧାନସଭା ସିଟରେ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରିବ।

ଦଳର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ ଲୋକସଭାର ସମସ୍ତ ୨୧ଟି ସିଟ୍ ପାଇଁ ଦଳ ଏବେ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ସପକ୍ଷରେ ଜନମତକୁ ଆକଳନ କରିବାକୁ ଚାହୁଁଛି।ଏଥିପାଇଁ ଏକ ନିର୍ଭରଯୋଗ୍ୟ ସଂସ୍ଥାକୁ ସର୍ଭେ ଦାୟିତ୍ୱ ଦିଆଯିବାକୁ ସ୍ଥିର ହୋଇଛି। ଏହା ସହିତ ସେମାନଙ୍କ ସପକ୍ଷରେ ଗୁଇନ୍ଦା ଓ ପ୍ରଶାସନିକ ରିପୋର୍ଟକୁ ମଧ୍ୟ ଚୂଡ଼ାନ୍ତ ପ୍ରାର୍ଥୀ ଚୟନ ସମୟରେ ଅଗ୍ରାଧିକାର ଦେବ ବୋଲି ସୂଚନା ମିଳିଛି।

ତେବେ ଦଳର ଏଭଳି ନିଷ୍ପତ୍ତିକୁ ଦଳର ଟାଣୁଆ ଯୁବନେତାମାନେ ସହଜରେ ଗ୍ରହଣ କରିବେ ନା ବିଦ୍ରୋହୀ ସାଜିବେ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe