ଦିନକ ପରେ ବିଧାନସଭା: ରଣନୀତି କଲା ବିଜେଡି, ଆସନ୍ତାକାଲି ବସିବ ବିଜେପି ବିଧାୟକ ଦଳ ବୈଠକ

ଆଜି ଅପରାହ୍ନରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଦଳର ସମସ୍ତ ବିଧାୟକ ସାମିଲ ହୋଇଥିଲେ।

BJD

ବିଜେଡି ପତାକା

Ordigital Desk
  • Published: Saturday, 20 July 2024
  • Updated: 20 July 2024, 10:41 PM IST

Sports

Latest News

ଦିନକ ପରେ ବିଧାନସଭା ଅଧିବେଶନ ଆରମ୍ଭ ହେବ । ରାଜ୍ୟରେ ବିଜେପି ସରକାରର ଏହା ପ୍ରଥମ ଅଧିବେଶନ । ୨୪ବର୍ଷ ପରେ ବିଜେଡି ବିରୋଧୀ ଦଳରେ ବସିଛି । ତେଣୁ ସୋମବାରଠୁ ଆରମ୍ଭ ହେବାକୁ ଥିବା ୨୭ଦିନିଆ ବିଧାନସଭା ଅଧିବେଶନ ଉପରେ ସମସ୍ତଙ୍କ ନଜର ରହିଛି । ଏପଟେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହୋଇଛି । ଆସନ୍ତାକାଲି ଶାସକ ବିଜେପି ବିଧାୟକ ଦଳ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି ।

ଆଜି ଅପରାହ୍ନରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଦଳର ସମସ୍ତ ବିଧାୟକ ସାମିଲ ହୋଇଥିଲେ । ଏହି ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ବୈଠକ ଆରମ୍ଭ ପୂର୍ବରୁ ପଦ୍ମଶ୍ରୀ କମଳା ପୂଜାରୀଭ୍‌କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା ।

Also Read

ରଣନୀତି ପ୍ରସ୍ତୁତ ହୋଇଛି ଓ ଲୋକଙ୍କ ହିତରେ ସ୍ୱର ଶାଣିତ କରାଯିବ । ସାଢ଼େ ଚାରିକୋଟି ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ବିଧାନସଭାରେ ସ୍ୱର ଉଠାଇବାକୁ ନବୀନ ପରାମର୍ଶ ଦେଇଛନ୍ତି । ଯେଉଁ ବିଭାଗ ଦାୟିତ୍ୱ ନବୀନ ପଟ୍ଟନାୟକ ଦେଇଛନ୍ତି ତାକୁ ନିର୍ବାହ କରିବୁ । ଲୋକଙ୍କ ପ୍ରଗତି ପାଇଁ କାର୍ଯ୍ୟ କରିବୁ । ବିଜେଡି ସଶକ୍ତ ବିରୋଧୀ ଦଳ ଦାୟିତ୍ୱ ତୁଲାଇବ । ପ୍ରସଙ୍ଗଭିତ୍ତିକ ଯୁକ୍ତି ଉପସ୍ଥାପନ କରିବ । ବିଜେପି କ୍ଷମତାକୁ ଆସିବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଉପରେ ନଜର ରଖି ଲୋକଙ୍କ ସ୍ୱାର୍ଥ ପାଇଁ ଦଳ ସ୍ୱର ଉଠାଇବ । ଚାଷୀଙ୍କୁ ଧାନର ଏମଏସପି, ଭତ୍ତା ,ବିଜୁଳି ଆଦି ଦେବାକୁ କହି ବିଜେପି ରାଜ୍ୟରେ ସରକାରକୁ ଆସିଛି । ତାହା ପୂରଣ କରୁଛନ୍ତି କି ନାହିଁ ତାହା ଉପରେ ନଜର ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ବିଜେଡି କହିଛି ।

ଉଲ୍ଲେଖଯୋଗ୍ୟ, ବିଧାନସଭା ଅଧିବେଶନ ଦିନକ ପରେ ବସିବାର ଥିବାବେଳେ ସରକାରୀ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ କିଏ ହେବେ ତାହା ଚୂଡ଼ାନ୍ତ ହୋଇପାରିନି । ଏପଟେ କଂଗ୍ରେସର ବିଧାୟକ ଦଳ ନେତା କିଏ ହେବେ ତାହା ବି ନିଷ୍ପତ୍ତି ହୋଇପାରି ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story