Advertisment

ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ ଧ୍ରୁବ ସାହୁ

ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସର ବିଧାୟକମାନେ ବିଧାନସଭାରେ ହୋହଲ୍ଲା କରିଥିଲେ।

ଅଦ୍ୟତନ ହୋଇଛି
Odisha Assembly

Odisha Assembly

Advertisment

ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେଡି ବିଧାୟକ ଧ୍ରୁବ ସାହୁ। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ସେ ମାଇକ ଭାଙ୍ଗି ଦେଇଥିଲେ।

Advertisment

ଆଜି ଅପରାହ୍ନରେ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗକୁ ନେଇ ବିଜେଡି ଓ କଂଗ୍ରେସର ବିଧାୟକମାନେ ପୁଣି ବିଧାନସଭାରେ ହୋହଲ୍ଲା କରିଥିଲେ। ଗୃହର ମଧ୍ୟଭାଗକୁ ଆସି ଅନେକ ବିଜେଡି ଓ କଂଗ୍ରେସ ବିଧାୟକ ହୋହଲ୍ଲା କରିଥିଲେ। ଆଉ ଏହି ସମୟରେ ବିଜେଡି ବିଧାୟକ ଧ୍ରୁବ ସାହୁ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ି ମାଇକ ଭାଙ୍ଗି ଦେଇଥିଲେ। ଅଚଳାବସ୍ଥାକୁ ଦେଖି ବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି।  

ଆଜି ସକାଳେ ବି ଏହି ପ୍ରସଙ୍ଗକୁ ନେଇ ଗୃହ ଚଳାଇ ଦେଇ ନଥିଲେ ବିରୋଧୀ। ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ରଖିଥିଲେ। 

Advertisment

ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରିଛି ବିଜେଡି । ଗତ ୭ ତାରିଖରୁ ଘଟଣା ଘଟିଥିଲେ ମଧ୍ୟ କାହିଁକି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ହେଲାନି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। 

ବିଜେପି କହିଛି, ବିଜେଡି ଅସହିଷ୍ଣୁ ହୋଇପଡ଼ିଛି । ତତ୍‌କାଳୀନ ବିଜେଡି ସରକାର ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର ଓ ଅରୁଣ ସାହୁଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଥିଲା ବୋଲି ଓଲଟି ପ୍ରଶ୍ନ କରିଛି ବିଜେପି।

କଂଗ୍ରେସ କହିଛି, ବିଜେଡି-ବିଜେପି ଆଲୋଚନା କରି ଗୃହ ବନ୍ଦ କରୁଛନ୍ତି । ଯେଉଁଥି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇପାରିଲାନି। 

ସୂଚନାଯୋଗ୍ୟ, ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ରାଜଭବନରେ ନିଯୁକ୍ତ ଜଣେ ଏଏସ୍‌ଓଙ୍କୁ ମାଡ଼ ମାରିବ ସହିତ ତାଙ୍କୁ ହତ୍ୟା ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଆଉ ଏହି ଘଟଣାକୁ ନେଇ ସରକାରଙ୍କୁ ବେଶ୍ କିଛି ଦିନ ହେଲାଣି ଘେରିଛନ୍ତି ବିଜେଡି ଓ କଂଗ୍ରେସ। ଇତିମଧ୍ୟରେ ଉକ୍ତ ଏଏସ୍‌ଓଙ୍କୁ ସେଠାରୁ ବଦଳି କରି ନିଆଯାଇଛି। 

Odisha Assembly Budget Session Budget Session 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe