Advertisment

ଇସ୍ତଫା ଦେଲେ ନିର୍ବାଚନ ଜିତିଥିବା ୧୦ ବିଜେପି ସାଂସଦ

ଇସ୍ତଫା ଦେଇଥିବା ଏ ସମସ୍ତ ସାଂସଦ ଏବେ ବିଧାୟକ ରୂପେ କାମ କରିବେ।

ଅଦ୍ୟତନ ହୋଇଛି
10 BJP MPs resign

10 BJP MPs resign

Advertisment

ଇସ୍ତଫା ଦେଲେ ୧୦ ବିଜେପି ସାଂସଦ। ନିର୍ବାଚନ ଜିତିବା ପରେ ଏମାନେ ଇସ୍ତଫା ଦେଇଛନ୍ତି। ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ-୨୦୨୩ ଜିତିବା ପରେ ୧୦ ଜଣ ବିଜେପି ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ନିଜ ନିଜ ଇସ୍ତଫା ପତ୍ର ପଠାଇଛନ୍ତି।

Advertisment

ଇସ୍ତଫା ଦେଇଥିବା ସାଂସଦମାନଙ୍କ ମଧ୍ୟରେ ଛତିଶଗଡର ଗୋମତି ସାଇ, ମଧ୍ୟପ୍ରଦେଶର ନରେନ୍ଦ୍ର ସିଂହ ତୋମାର, ରାକେଶ ସିଂହ, ପ୍ରହ୍ଲାଦ ପଟେଲ, ରିତି ପାଠକ୍‌ ଏବଂ ଉଦୟ ପ୍ରତାପ ସିଂହ ଅଛନ୍ତି। ରାଜସ୍ଥାନ ସାଂସଦ ଦିୟା କୁମାରୀ, ରାଜ୍ୟବର୍ଦ୍ଧନ ରାଠୋର ଏବଂ କିରୋଡି ଲାଲ ମୀନା ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି।

ଇସ୍ତଫା ଦେଇଥିବା ୧୦ ଜଣ ସାଂସଦଙ୍କ ମଧ୍ୟରୁ ୫ ଜଣ ମଧ୍ୟପ୍ରଦେଶର, ୩ଜଣ ରାଜସ୍ଥାନର ଏବଂ ୨ ଜଣ ଛତିଶଗଡର ଅଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ବିଧାନସଭା ନିର୍ବାଚନରେ ​​ବିଜେପି ୨୧ଜଣ ସାଂସଦଙ୍କୁ ମୌଦାନକୁ ଓହ୍ଲାଇଥିଲା। ସେଥିମଧ୍ୟରୁ ୧୨ଜଣ ଜିତିଛନ୍ତି ଏବଂ୯ ଜଣ ସାଂସଦ ହାରିଛନ୍ତି।ତେବେ ନିର୍ବାଚନରେ ​​ଜିତିଥିବା ଅନ୍ୟ ଦୁଇ ସାଂସଦ ବାବା ବାଲକନାଥ ଏବଂ ରେଣୁକା ସିଂ ଆଜି ଇସ୍ତଫା ଦେବାକୁ ଆସିନାହାଁନ୍ତି।

Advertisment

ଇସ୍ତଫା ଦେଇଥିବା ଏ ସମସ୍ତ ସାଂସଦ ଏବେ ବିଧାୟକ ରୂପେ କାମ କରିବେ। ଏହି ୧୦ ଜଣ ନେତା ଇସ୍ତଫା ଦେବା ପରେ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗିରହିଥିବା ଚର୍ଚ୍ଚା ଆହୁରି ଜୋର୍‌ ଧରିଛି। କୌଣସି ମନ୍ତ୍ରୀ କିମ୍ବା ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

Bjp 2023 Assembly Poll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe