Advertisment

ହିମାଚଳ ପ୍ରଦେଶର ମନ୍ଦିରୁ ପ୍ରାର୍ଥୀ ହେଲେ କଙ୍ଗନା ରାଣାୱତ

ବିଜେପି ଦଳକୁ ନବାଗତ ବଲିଉଡ ସେଲିବ୍ରିଟି, କଙ୍ଗନା ରାଣାୱତ ସମେତ ବହୁ ଜଣାଶୁଣା ଚେହେରାଙ୍କୁ ସ୍ଥାନ ମିଳିଛି।

author-image
Biswajit Samal
ଅଦ୍ୟତନ ହୋଇଛି
Kangana Ranaut

Kangana Ranaut

ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୭ଟି ରାଜ୍ୟର ୧୧୧ଟି ସିଟ୍ ପାଇଁ ଯୋଦ୍ଧା ଘୋଷଣା କରିଛି ବିଜେପି। ଏଥିରେ ଦଳକୁ ନବାଗତ, ବଲିଉଡ ସେଲିବ୍ରିଟି, ପୂର୍ବତନ ଜଜଙ୍କ ସମେତ ବହୁ ଜଣାଶୁଣା ଚେହେରାଙ୍କୁ ସ୍ଥାନ ମିଳିଛି।

Advertisment

ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ହିମାଚଳ ପ୍ରଦେଶର ମନ୍ଦିରୁ ପ୍ରାର୍ଥୀ ହୋଇଛନ୍ତି। ରାମ ଚରିତ୍ରରେ ଅଭିନୟ ପାଇଁ ଖ୍ୟାତି ଅର୍ଜନ କରିଥିବା ଅରୁଣ ଗୋଭିଲଙ୍କୁ ମିରଟରୁ ପ୍ରାର୍ଥୀ କରିଛି ବିଜେପି। ଆଜି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଉ ଦେଉ ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ରରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ପିଲଭିଟରେ ବରୁଣ ଗାନ୍ଧୀଙ୍କୁ ଟିକେଟ ମିଳିନଥିବା ବେଳେ, ତାଙ୍କ ମାଆ ମାନେକା ଗାନ୍ଧି ସୁଲତାନପୁରରୁ ପ୍ରାର୍ଥୀ ହୋଇଛନ୍ତି।

ପିଲଭିଟରୁ ପ୍ରାର୍ଥୀ ବନିଛନ୍ତି ଜିତିନ ପ୍ରସାଦ। କଂଗ୍ରେସରୁ ରାହୁଲ ଗାନ୍ଧି ପ୍ରାର୍ଥୀ ବନିଥିବା କେରଳ ୱାଏନାଡ଼ରେ ବିଜେପି ବରିଷ୍ଠ ନେତା କେ.ସୁରେନ୍ଦ୍ରନଙ୍କୁ ପ୍ରାର୍ଥୀ କରିଛି। ଏଥିସହ ପଶ୍ଚିମବଙ୍ଗ ବସିରହାଟ ଆସନରୁ ପ୍ରାର୍ଥୀ ହୋଇଛନ୍ତି ରେଖା ପାତ୍ର। ସନ୍ଦେଶଖାଲି ଏହି ଆସନ ଅନ୍ତର୍ଗତ ହୋଇଥିବା ବେଳେ, ସେଠାରେ ବହୁଚର୍ଚ୍ଚିତ ମହିଳାଙ୍କୁ ନିର୍ଯାତନା ପ୍ରସଙ୍ଗରେ ରେଖା ପ୍ରଥମେ ବିରୋଧର ସ୍ୱର ଉଠାଇଥିଲେ। ଏନେଇ ସୂଚନା ଦେଇଛନ୍ତି ବିଜେପି ମହାସଚିବ ବି.ଏଲ୍. ସନ୍ତୋଷ।

Advertisment

ଆଜି ପଞ୍ଚମ ପର୍ଯ୍ୟାୟରେ ଓଡ଼ିଶା, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମିଜୋରାମ, ରାଜସ୍ଥାନ, ସିକ୍କିମ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗର ବିଭିନ୍ନ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।

Bjp Delhi Loksabha Election Loka Sabha Election 2024