Advertisment

ପ୍ରିୟଙ୍କାଙ୍କ ବିରୋଧରେ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହେଲା ବିଜେପି

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି  ଭଦ୍ରା ମଣ୍ଡଳାରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଛାତ୍ରବୃତ୍ତି ଯୋଜନାର ଘୋଷଣା କରିଥିଲେ। ଏହାଦ୍ୱାରା ଆଚାର ସଂହିତା ଉଲ୍ଳଘଂନ ହେଉଥିବା ବିଜେପି ଅଭିଯୋଗ କରିଛି।

author-image
Niharika Rout
priyanka gandhi

priyanka gandhi

ମଧ୍ୟପ୍ରଦେଶ ନିର୍ବାଚନ ତାରିଖ ପାଖେଇ ପାଖେଇ ଆସୁଥିବା ବେଳେ ମୁହାଁମୁହିଁ ହେଲେଣି କଂଗ୍ରେସ ଓ ବିଜେପି । ବିଜେପି ଗତ ଶୁକ୍ରବାର ନିର୍ବାଚନ ଆୟୋଗ ନିକଟରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ବିରୋଧରେ ଫେରାଦ ହୋଇଛନ୍ତି। ପ୍ରିୟଙ୍କା ଗାନ୍ଧି ଭଦ୍ରା ନିର୍ବାଚନ ଆଚରଣ ସଂହିତା ଉଲ୍ଲଘଂନ କରିଥିବା ବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ନିର୍ବାଚନ କମିଶନରଙ୍କ ନିକଟରେ ଗୁହାରି କରିଛି।

Advertisment

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି  ଭଦ୍ରା ମଣ୍ଡଳାରେ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଛାତ୍ରବୃତ୍ତି ଯୋଜନାର ଘୋଷଣା କରିଥିଲେ। ଏହାଦ୍ୱାରା ଆଚାର ସଂହିତା ଉଲ୍ଳଘଂନ ହେଉଥିବା ବିଜେପି ଅଭିଯୋଗ କରିଛି।

ଗତ ୧୨ ତାରିଖରେ ମଣ୍ଡଳା ଜିଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ପ୍ରିୟଙ୍କା ଗାନ୍ଧି ସରକାରୀ ସ୍କୁଲର ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ଘୋଷଣା କରିଥିଲେ। ଏପରିକି ପ୍ରତି ଛାତ୍ରଙ୍କୁ ମାସକୁ ୫ଶହରୁ ୧୫ଶହ ଟଙ୍କା ପର୍ଯ୍ୟନ୍ତ ଦିଆଯିବ ବୋଲି ଘୋଷଣା କରିଥିଲେ । ଏଥିସହ ସେ ଏହି ଯୋଜନାରେ ରାଜ୍ୟର ଛାତ୍ରଙ୍କ ପାଇଁ ୬୪୮.୮୦ କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି।

Advertisment

ଏନେଇ ବିଜେପିର ପଙ୍କଜ ବାଧବାନୀ ପ୍ରିୟଙ୍କାଙ୍କ ବିରୋଧରେ  ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ମତଦାନକୁ ପ୍ରଭାବିତ କରିବା ନିମନ୍ତେ ପ୍ରିୟଙ୍କା ଗାନ୍ଧି ଲୋଭନୀୟ ଅଫର ଘୋଷଣା କରୁଛନ୍ତି। ଏହାକୁ ବିଜେପି ତୀବ୍ର ବିରୋଧ କରୁଛି। 

ସୂଚନାଯୋଗ୍ୟ, ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ  ତାରିଖ ଘୋଷଣା କରି ସାରିଛନ୍ତି ମୁଖ୍ୟ ନିର୍ବାଚନର କମିଶନର । ଆସନ୍ତା ମାସ ୧୭ ତାରିଖରେ ମଧ୍ୟପ୍ରଦେଶରେ ହେବ ମତଦାନ  ।  ଏହାବାଦ ରାଜସ୍ଥାନରେ ନଭେମ୍ବର ୨୫ ଓ ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖରେ ମତଦାନ ହେବ। କେବଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏଠାରେ ନଭେମ୍ବର ୭ରେ ପ୍ରଥମ ପର୍ଯ୍ୟାୟ ଓ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଡିସେମ୍ବର ୩ ତାରିଖରେ ଭୋଟ୍ ଗଣତି ହେବ। ଡିସେମ୍ବର ୫ ତାରିଖ ସୁଦ୍ଧା ନିର୍ବାଚନର ସବୁ ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର (ସିଇସି)।      

Bjp Congress Priyanka Gandhi Vadra