Advertisment

ବିହାରରେ କମିଲା ହିନ୍ଦୁ ପର୍ବ ଛୁଟି, କେନ୍ଦ୍ରମନ୍ତ୍ରୀ କହିଲେ- ଭବିଷ୍ୟତରେ ଲୋକେ ଜାଣିବେ ମହମ୍ମଦ ନୀତୀଶ

ନିକଟରେ ୨୦୨୪ ପାଇଁ ରାଜ୍ୟର ସ୍କୁଲ ଛୁଟି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଯେଉଁଥିରେ ହିନ୍ଦୁ ପର୍ବ ପାଇଁ ଛୁଟି କମାଇ ଦିଆଯାଇଥିବା ବେଳେ ମୁସଲମାନ ପର୍ବ ପାଇଁ ଛୁଟି ବୃଦ୍ଧି କରାଯାଇଛି।

author-image
Madhupriya Mistry
Nitish and giriraj singh

Nitish and giriraj singh

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ସରକାର ତୁଷ୍ଟିକରଣ ରାଜନୀତି କରୁଛି। ହିନ୍ଦୁ ପର୍ବପର୍ବାଣିରେ ଭେଦଭାବ କରୁଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି ସାଧାରଣ ନିର୍ବାଚନ ପୂର୍ବରୁ ଗୋଟିଏ ବଡ ପ୍ରସଙ୍ଗ ତିଆରି କରିଛି। ନିକଟରେ ୨୦୨୪ ପାଇଁ ରାଜ୍ୟର ସ୍କୁଲ ଛୁଟି କ୍ୟାଲେଣ୍ଡର ପ୍ରକାଶ ପାଇଛି। ଯେଉଁଥିରେ ହିନ୍ଦୁ ପର୍ବ ପାଇଁ ଛୁଟି କମାଇ ଦିଆଯାଇଥିବା ବେଳେ ମୁସଲମାନ ପର୍ବ ପାଇଁ ଛୁଟି ବୃଦ୍ଧି କରାଯାଇଛି। ଯାହାକୁ ନେଇ ବିହାରର ସରକାରକୁ ଘେରିଛନ୍ତି ବିରୋଧୀ।

Advertisment

ବରିଷ୍ଠ ବିଜେପି ନେତା ଅଶ୍ୱିନୀ ଚୌବେ ସୋଶାଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ସରକାରଙ୍କ ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ସେ ନୀତୀଶ କୁମାରଙ୍କୁ ତୁଷ୍ଟିକରଣ ରାଜନୀତିର ମାଷ୍ଟର ବୋଲି କହିବା ସହ ସରକାରଙ୍କ ହିନ୍ଦୁ ବିରୋଧୀ ଚେହେରା ପୁଣି ସାମ୍ନାକୁ ଆସିଛି ବୋଲି ଦାବି କରିଛନ୍ତି। ଚୌବେ ଆହୁରି ଅଭିଯୋଗ କରିଛନ୍ତି ଯେ ଭୋଟ୍‌ ବ୍ୟାଙ୍କ ପାଇଁ ବିହାର ସରକାର ସନାତନଙ୍କୁ ଘୃଣା କରୁଛନ୍ତି।

ଚୌବେଙ୍କ ମନ୍ତବ୍ୟକୁ ସମର୍ଥନ କରି ବିଜେପି ସାଂସଦ ସୁଶୀଲ ମୋଦି ସରକାରଙ୍କ ପଦକ୍ଷେପକୁ ନିନ୍ଦା କରି କହିଛନ୍ତି ଯେ ଏହା 'ହିନ୍ଦୁ ବିରୋଧୀ ଚେହେରା ପ୍ରଦର୍ଶନ କରିଛି ଏବଂ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେବା ପାଇଁ ନିଷ୍ପତ୍ତି ନେଇଛି।' ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି ଯେ ହିନ୍ଦୁ ପର୍ବପର୍ବାଣୀ ପାଇଁ ଛୁଟିକୁ କାଣ୍ଟଛାଣ୍ଟ କରି କମାଯାଇଥିବା ବେଳେ ବେଳେ ମୁସଲମାନ ପର୍ବପର୍ବାଣୀ ପାଇଁ ଛୁଟିକୁ ବଢ଼ାଇ ଦିଆଯାଇଛି।

Advertisment

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ନୀତୀଶ କୁମାରଙ୍କ ନିଷ୍ପତ୍ତିକୁ 'ତୁଗଲକ ଫରମାନ୍‌' ବୋଲି କହିଛନ୍ତି । କୁଖ୍ୟାତ ମଧ୍ୟଯୁଗୀୟ ଶାସକ ମହମ୍ମଦ ବିନ୍ ତୁଗଲକଙ୍କ ଉଦାହରଣ ଦେଇ ନୀତୀଶଙ୍କୁ ସମାଲୋଚନା କରିଛନ୍ତି। ଲାଲୁ ଯାଦବ ଏବଂ ନୀତୀଶ ସରକାର ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରୁଛନ୍ତି ଏବଂ ସେମାନେ ଭବିଷ୍ୟତରେ 'ମହମ୍ମଦ ନୀତୀଶ' ଏବଂ 'ମହମ୍ମଦ ଲାଲୁ' ନାମରେ ପରିଚିତ ହେବେ ବୋଲି ବେଗୁସରାଇର ସାଂସଦ ଗିରିରାଜ ସିଂହ କହିଛନ୍ତି।

ବିହାରର ମହାମେଣ୍ଟ ସରକାର ବିଜେପିର ଅଭିଯୋଗ ଉପରେ ଏଯାଏଁ କୌଣସି ପ୍ରତିକ୍ରିୟା ଦେଇନାହିଁ। ତେବେ ରିପୋର୍ଟରୁ ଜଣାପଡିଛି ଯେ ବିହାର ଶିକ୍ଷା ବିଭାଗ ସୋମବାର ୨୦୨୪ ପାଇଁ ଛୁଟି କ୍ୟାଲେଣ୍ଡର ଜାରି କରିଛି, ଯେଉଁଥିରେ ଶିକ୍ଷାର ଅଧିକାର ଅଧୀନରେ ଅତି କମରେ ୨୨୦ଟି ପାଠପଢା ଦିନ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

Bjp Bihar Nitish Kumar