Advertisment

ବିଜେପି ନେତାଙ୍କ ଅଭିଯୋଗ, ୨୩ କୋଟି ଠକେଇରେ ସାମିଲ ଅଛନ୍ତି ତୃଣମୂଳ ସାଂସଦ ନୁସରତ ଜହାନ

ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାନ 23 କୋଟି ଟଙ୍କା ଠକେଇ କରିଥିବା ଏକ କମ୍ପାନୀ ସହ ଜଡିତ ଥିବା ଅଭିଯୋଗ।

author-image
Debibandita Barick
ଅଦ୍ୟତନ ହୋଇଛି
Nusrat Jahan

Nusrat Jahan

ତୃଣମୂଳ କଂଗ୍ରେସ ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାନଙ୍କ ବିରୁଦ୍ଧରେ ଅଭିଯୋଗ। ୨୩ କୋଟି ଟଙ୍କା ଠକେଇ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଅଭିଯୋଗ କଲେ ବିଜେପି ନେତା। କର୍ପୋରେଟ ସଂସ୍ଥା ସେଭେନ ସେନ୍ସ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ ଏହି ଠକେଇ କରିଛି, ଯେଉଁଠାରେ ପୂର୍ବରୁ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ନୁସରତ।

Advertisment

ବିଜେପି ନେତା ଶଙ୍କୁଦେବ ପଣ୍ଡା ଇଡିରେ କରିଥିବା ଅଭିଯୋଗ କ୍ରମେ, ଏହି କମ୍ପାନୀ ୪୧୫ ଜଣ ବରିଷ୍ଠ ନାଗରିକଙ୍କୁ ଆପାର୍ଟମେଣ୍ଟ ବିକ୍ରୟ ପ୍ରତିଶ୍ରୁତି ଦେଇ ୨୩ କୋଟି ଟଙ୍କା ଠକି ନେଇଛି। ପ୍ରତ୍ୟେକ ବ୍ୟକ୍ତିଙ୍କଠାରୁ କମ୍ପାନୀ ୬ ଲକ୍ଷ ଟଙ୍କା ନେଇଛି। ମାତ୍ର ନିର୍ଦ୍ଧାରିତ ସମୟ ଅତିକ୍ରମ କରାଯାଇଥିଲେ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ଆପାର୍ଟମେଣ୍ଟ ଯୋଗାଇ ଦିଆଯାଇନାହିଁ। ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ନୁସରତ। ସେ କହିଛନ୍ତି, 'ମୁଁ ଏହି କମ୍ପାନୀରୁ ଋଣ ନେଇଥିଲି, ଯାହାକୁ ୨୦୧୭ରେ ସୁଧ ସହ ପରିଶୋଧ କରିବା ପରେ ଦାୟିତ୍ୱରୁ ଇସ୍ଥଫା ଦେଇସାରିଛି। କମ୍ପାନୀ ସହ ମୋର ଏବେ କୌଣସି ସମ୍ପର୍କ ନାହିଁ।'

କିନ୍ତୁ ଶଙ୍କୁଦେବ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ସେଭେନ ସେନ୍ସ ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ୍ ସହ ନୁସରତ ଜଡ଼ିତ ଅଛନ୍ତି, 'ଯେଉଁ କମ୍ପାନୀ ୪୧୫ ଜଣଙ୍କଠୁ ୨୩ କୋଟି ଠକେଇ କରିଛି। ଏହି କମ୍ପାନୀ ୨୦୧୪ରୁ ଆରମ୍ଭ ହୋଇଥିଲା। ଯଦି ଋଣ ଦରକାର ଥିଲା ତେବେ ସାଂସଦ କଣ ପାଇଁ ବ୍ୟାଙ୍କରୁ ଋଣ ନ ନେଇ ନିର୍ଦ୍ଦିଷ୍ଟ ଏକ ଘରୋଇ କମ୍ପାନୀରୁ ଋଣ ନେଲେ।' ଶଙ୍କୁଦେବ ଇଡିରେ ଅଭିଯୋଗ କରିବା ବ୍ୟତୀତ ବିଜେପିର ରାଜ୍ୟ ୟୁନିଟ୍ ମଧ୍ୟ ଏହି ପ୍ରସଙ୍ଗରେ ଜହାନଙ୍କ ସମେତ କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଆସୁଛି। ପଶ୍ଚିମ ବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ଠକାମିର ଶିକାର ହୋଇଥିବା ଏକ ଗୋଷ୍ଠୀକୁ ଭେଟିଛନ୍ତି ଏବଂ ତୁରନ୍ତ ସେମାନଙ୍କୁ ଆଇନଗତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment
Nusrat Jahan Political News Ed Nusrat Jahan Company Cheated People BJP Leader Complained Against Nushrat Jahan