Advertisment

ଲୋକସଭା ନିର୍ବାଚନ: ୟୁପି, ଆସାମ, ଝାଡ଼ଖଣ୍ଡରେ ଆସନ ବାଣ୍ଟିବ ବିଜେପି

ଉତ୍ତର ପ୍ରଦେଶ, ଆସାମ ଏବଂ ଝାଡ଼ଖଣ୍ଡରେ ବିଜେପି ଓ ସହଯୋଗୀ ଦଳ ମଧ୍ୟରେ ଅଙ୍କ ଛିଡ଼ିଛି।

author-image
Debibandita Barick
ଅଦ୍ୟତନ ହୋଇଛି
BJP Party Meeting

BJP Party Meeting

ପାଖେଇ ଆସୁଛି ଲୋକସଭା ନିର୍ବାଚନ। କାହାକୁ କେଉଁଠାରୁ ଟିକେଟ୍ ମିଳିବ ତାକୁ ନେଇ ଚାଲିଛି ମାନସ ମନ୍ଥନ। ଏହାରି ମଧ୍ୟରେ ଗତକାଲି ବିଜେପି ରାତି ସାଢେ ଏଗାରଟାରୁ ଭୋଅର ୪ଟା ପର୍ଯ୍ୟନ୍ତ ବୈଠକ କରିଛି। ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ତାଲିକା ଆସିବା ନେଇ ଚର୍ଚ୍ଚା ହେଉଥିବା ବେଳେ ୩ ରାଜ୍ୟରେ ଏନଡିଏର ସହଯୋଗୀ ଦଳଙ୍କୁ ଆସନ ବାଣ୍ଟିଛି ବିଜେପି।

Advertisment

ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶ, ଆସାମ ଏବଂ ଝାଡ଼ଖଣ୍ଡରେ ବିଜେପି ଓ ସହଯୋଗୀ ଦଳ ମଧ୍ୟରେ ଅଙ୍କ ଛିଡ଼ିଛି। ଦଳ ଉତ୍ତର ପ୍ରଦେଶରେ ୬ଟି, ଆସାମରେ ୩ଟି ଏବଂ ଝାଡ଼ଖଣ୍ଡରେ ଗୋଟିଏ ଆସନ ବଣ୍ଟନ କରିବାର ସମ୍ଭାବନା ରହିଛି। 

ଉତ୍ତରପ୍ରଦେଶରେ ଅପ୍ନା ଦଳ (Soneylal) ଏବଂ ରାଷ୍ଟ୍ରୀୟ ଲୋକ ଦଳ (RLD) ପ୍ରତ୍ୟେକ ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ସେହିପରି ନିଶାଦ ପାର୍ଟି ଏବଂ ଓମ ପ୍ରକାଶ ରାଜଭାରଙ୍କ ନେତୃତ୍ୱାଧୀନ ସୁହେଲଦେବ ଭାରତ ସମାଜ ପାର୍ଟି (SBSP)କୁ ଗୋଟିଏ ଲେଖାଏଁ ଆସନ ବଣ୍ଟନ କରିବାର ସମ୍ଭାବନା ରହିଛି। ।

Advertisment

ଆସାମର ଗଣ ପରିଷଦ (ଏଜିପି)କୁ ଦୁଇଟି ସିଟ୍ ଏବଂ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ (UPPL)କୁ ଦଳ ଗୋଟିଏ ସିଟ୍ ଦେଇପାରେ। ଝାଡ଼ଖଣ୍ଡରେ ବିଜେପି ଏନଡିଏ ସହଯୋଗୀ ଅଲ ଝାଡ଼ଖଣ୍ଡ ଛାତ୍ର ସଂଗଠନ (AJSU) ପାଇଁ ଗୋଟିଏ ଆସନ ଛାଡିବାର ସମ୍ଭାବନା ରହିଛି। ହରିଆଣା ବିଜେପି ସୂତ୍ର ଅନୁଯାୟୀ, ଦଳ ଏଠାରେ କୌଣସି ପ୍ରକାର ସିଟ୍ ଶାୟାରିଂ କରିବ ନାହିଁ, ସମସ୍ତ ୧୦ ଲୋକସଭା ଆସନରେ ନିର୍ବାଚନ ଲଢିପାରେ। 

ବିହାରରେ, ଜେଡିୟୁ, ଚିରାଗ ପାସୱାନଙ୍କ ଏଲଜେପି (ରାମ ବିଳାସ), ପଶୁପତି ପରାସର ଏଲଜେପି (ରାଷ୍ଟ୍ରୀୟ), ଉପେନ୍ଦ୍ର କୁଶୱାଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ଏବଂ ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (HAM) ସହ ଆସନ ଆବଣ୍ଟନକୁ ନେଇ ଏପର୍ଯ୍ୟନ୍ତ ଫୈସଲା ହୋଇନାହିଁ। 

ସୂଚନା ଯୋଗ୍ୟ, ଗତକାଲି ରାତିରେ ବିଜେପିର ସେଣ୍ଟ୍ରାଲ୍ ଇଲେକସନ୍ କମିଟି (CEC) ବୈଠକ ବସିଥିଲା। ପ୍ରାୟ ରାତି ୧୧ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ ପହଞ୍ଚିଥିଲେ। ଭୋଅର ୪ଟା ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଓ ଜେପି ନଡ୍ଡାଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଉତ୍ତର ପ୍ରଦେଶ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ସାମିଲ ହୋଇଥିଲେ।

Election Nda Lok Sabha Polls Seat Sharing