Advertisment

ନାଇଡୁ ଆରମ୍ଭ କଲେ ଦକ୍ଷତା ଭିତ୍ତିକ ଜନଗଣନା

ପୋଲାଭରମ ଜଳସେଚନ ପ୍ରକଳ୍ପରେ ବିଭ୍ରାଟ ଦେଖାଯାଇଛି। ଲୋକମାନେ କ’ଣ ଚାହୁଁଛନ୍ତି, ସେହି ଅନୁସାରେ କାମ ହେବ। ଆନ୍ଧ୍ରକୁ ପୁଣିଥରେ ବିକାଶର ପଥକୁ ଆଣିବା ପାଇଁ ସେ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି କରିବେ ବୋଲି କହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Naidu

Naidu

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ସହଯୋଗୀ ଏନ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ଦକ୍ଷତା ଭିତ୍ତିକ ଜନଗଣନା ଆରମ୍ଭ କରିଛନ୍ତି। ସମାନ ପଦକ୍ଷେପ ସମଗ୍ର ଦେଶରେ ସେ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୋଟିଏ ପ୍ରସ୍ତାବ ମଧ୍ୟ ଦେଇ ପାରନ୍ତି। ଏପରି ଗଣନା ଦ୍ୱାରା ଜନସଂଖ୍ୟା ଓ ବିକଶିତ ମାନବ ପୁଞ୍ଜି ମଧ୍ୟରେ କେତେ ମାତ୍ରାରେ ଦକ୍ଷ ଲୋକ ଅଛନ୍ତି, ସେକଥା ଜଣାପଡ଼ିବ ବୋଲି ନାଇଡୁ ଆଶା ରଖିଛନ୍ତି।

Advertisment

ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ଜାତି ଭିତ୍ତିକ ଜନଗଣନା ପାଇଁ ଉଦ୍ୟମ କରାଯାଉଥିବା ବେଳେ ନାଇଡୁ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ନାଇଡୁ କହିଛନ୍ତି ଯେ ଲୋକଙ୍କ ପାଇଁ ଉପଯୁକ୍ତ ଫାଇଦା ଯୋଗାଇ ଦେବା ପାଇଁ ପିପିପିର ପରିସର ବୃଦ୍ଧି କରିବା ସକାଶେ ଦକ୍ଷତା ଭିତ୍ତିକ ଜନଗଣନା କରାଯାଉଛି।

ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୃଷ୍ଟି କରିବା ମୋଦି ସରକାରଙ୍କ ମୁଖ୍ୟ ଫୋକସରେ ରହିଛି। ତେଣୁ କେନ୍ଦ୍ର ବଜେଟରେ ଏନେଇ କିଛି ଘୋଷଣା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

Advertisment

ରାଜଧାନୀରେ ଏକାଧିକ ବୈଠକ କରିବା ପରେ କେନ୍ଦ୍ରରେ ବିଜେପିର ପ୍ରମୁଖ ସହଯୋଗୀ ଚନ୍ଦ୍ରବାବୁଙ୍କ କହିବା କଥା ଯେ ଆନ୍ଧ୍ର ପ୍ରଦେଶର ବିକାଶ ତାଙ୍କର ପ୍ରମୁଖ ଉଦ୍ଦେଶ୍ୟ। ଜଗନ ମୋହନ ରେଡ୍ଡୀ ସରକାର ରାଜ୍ୟର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଛନ୍ତି।

ବିକାଶ ଅଭାବରୁ ପୋଲାଭରମ ଜଳସେଚନ ପ୍ରକଳ୍ପରେ ବିଭ୍ରାଟ ଦେଖାଯାଇଛି। ଲୋକମାନେ କ’ଣ ଚାହୁଁଛନ୍ତି, ସେହି ଅନୁସାରେ କାମ ହେବ। ଆନ୍ଧ୍ରକୁ ପୁଣିଥରେ ବିକାଶର ପଥକୁ ଆଣିବା ପାଇଁ ସେ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି କରିବେ ବୋଲି ନାଇଡୁ କହିଛନ୍ତି।

Andhra Pradesh Chandrabadu Naidu