Advertisment

କେଜ୍ରିୱାଲଙ୍କ ପୂର୍ବତନ ଆଲିଶାନ ବଙ୍ଗଳାକୁ ନେଇ ବିଜେପି-ଆପ୍ ମୁହାଁମୁହିଁ

ଆଲିଶାନ ବଙ୍ଗଳାର ଭିଡିଓ ଶେୟାର କରି କେଜ୍ରିୱାଲଙ୍କୁ ଘେରିଲା ବିଜେପି। ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ଵାସ୍ଥ୍ୟ ବ୍ୟବସ୍ଥା ନେଇ କାଉଣ୍ଟର କଲା ଆପ୍।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Former Residence of Kejriwal

Former Residence of Kejriwal

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ପୂର୍ବତନ ବଙ୍ଗଳାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିବାବେଳେ କେଜ୍ରିୱାଲ ଯେଉଁ ବଙ୍ଗଳାରେ ରହୁଥିଲେ ସେହି ଆଲିଶାନ ବଙ୍ଗଳାର ଏକ ଭିଡିଓ ଶେୟାର କରି କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବା। ସେପଟେ ବିଜେପିକୁ ତୁରନ୍ତ କାଉଣ୍ଟର ମଧ୍ୟ କରିଛି ଆପ୍।

Advertisment

ଦିଲ୍ଲୀ ବିଜେପି ଅଧ୍ୟକ୍ଷ ନିଜ ଆଧିକାରୀକ ଏକ୍ସ ହ୍ୟାଣ୍ଡେଲରେ ଏହି ବଙ୍ଗଳାର ଏକ ଭିଡିଓ ଶେୟାର କରିଛନ୍ତି। ସେ ଏହି ଭିଡିଓରେ ଲେଖିଛନ୍ତି ଯେ, ନିଜକୁ ଆମ୍ ଆଦମୀ (ସାଧାରଣ ମଣିଷ) କହୁଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆଲିଶାନ ବଙ୍ଗଳା ବିଷୟରେ ଆମେ ଆପଣଙ୍କୁ ଅନେକ ଥର କହିଛୁ, ଆଜି ଆପଣଙ୍କୁ ଦେଖାଉଛୁ। ଲୋକଙ୍କ ଟଙ୍କା ଖାଇ ନିଜ ପାଇଁ 7 ଷ୍ଟାର ରିସୋର୍ଟ ନିର୍ମାଣ କରାଯାଇଛି। ଭିଡିଓରେ ଦେଖାଯାଉଥିବା ଜିମ୍, ଅତ୍ୟାଧୁନିକ ବାଥରୁମ ଓ ସ୍ଵିମିଂ ପୁଲ୍ ସହ ଏହି ବଙ୍ଗଳାର ମୂଲ୍ୟ 3.75 କୋଟି ଟଙ୍କା ବୋଲି ସେ ନିଜ ପୋଷ୍ଟରେ ଦର୍ଶାଇଛନ୍ତି।

Advertisment

ଯିଏ ମିଛରେ ନିଜ ପିଲାମାନଙ୍କ ରାଣ ଖାଇ ସରକାରୀ ଘର, ଗାଡ଼ି, ସୁରକ୍ଷା ଆଦି କିଛି ନେଉ ନଥିବା ଦାବି କରୁଛନ୍ତି, ଏବଂ ସାଧାରଣ ନାଗରିକ ପରି ଜୀବନଯାପନ କରୁଥିବା ଦାବି କରୁଛନ୍ତି, ସେମାନେ କିପରି ଦିଲ୍ଲୀର ଟିକସ ଦେଉଥିବା ଜନତାଙ୍କୁ ଲୁଟୁଛନ୍ତି ବୋଲି ଏହି ପୋଷ୍ଟରେ ଲେଖିଛନ୍ତି ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବା।

ସେପଟେ ବିଜେପିର ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ଆମ୍ ଆଦମୀ ପାର୍ଟି। ଦଳର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ ହରିୟାଣା ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ପିଲାଙ୍କ ସ୍କୁଲ, ମଧ୍ୟାହ୍ନ ଭୋଜନ ଓ ହସ୍ପିଟାଲ ଅର୍ଥ ହେରଫେର ହୋଇଛି। ଏହାର ଉତ୍ତର ଦେବା ବଦଳରେ ସେମାନେ କେଜ୍ରିୱାଲଙ୍କ ପୂର୍ବତନ ବଙ୍ଗଳାର ଭିଡିଓ ଶେୟାର କରୁଛନ୍ତି। ଲୋକମାନେ ଶିକ୍ଷା ଓ ସ୍ଵାସ୍ଥ୍ୟ ବିଷୟରେ ପ୍ରଶ୍ନ କରୁଛନ୍ତି, ଆଉ ଏମାନେ ଗୋଟିଏ ବଙ୍ଗଳାର କଥା କହୁଛନ୍ତି।

ପ୍ରକାଶ ଥାଉ ଦିଲ୍ଲୀରେ ମୁଖ୍ୟ ବିରୋଧୀ ଦଳ ଆସନରେ ବସିଥିବା ବିଜେପି ପୂର୍ବରୁ ଅନେକ ଥର କେଜ୍ରିୱାଲଙ୍କ ଆବାସ ନବୀକରଣରେ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ କରିଆସୁଛି। ଚଳିତ ବର୍ଷ ଆରମ୍ଭରେ ଆମ୍ ଆଦମୀ ପାର୍ଟି ଏହି ଆବାସ ନବୀକରଣରେ କରଦାତାଙ୍କ 45 କୋଟି ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ କରିଥିଲା ବିଜେପି। ଅନ୍ୟପଟେ ଏହି ବଙ୍ଗଳା ନିର୍ମାଣ ସମୟରେ ଟେଣ୍ଡର ଆଇନ ଉଲ୍ଲଂଘନ ହୋଇଥିବା ନେଇ ଗତ ସେପ୍ଟେମ୍ବରରେ ସିବିଆଇ ଏକ ତଦନ୍ତ ଆରମ୍ଭ କରିଥିଲା। ହେଲେ ଏନେଇ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ମାମଲା ରୁଜୁ ହୋଇନାହିଁ।

Bjp Delhi Arvind Kejriwal AAP Virendra Sachdeva