/odisha-reporter/media/post_attachments/uploadimage/library/16_9/16_9_0/IMAGE_1723648944.jpg)
BJP and BJD
ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଏକ ଅଡିଓକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ ହୋଇଛନ୍ତି । ଆସିକା ବିଧାୟକ ସରୋଜ ପାଢୀ ଜଣେ ବାଲିଘାଟ ଲିଜଧାରୀଙ୍କୁ ଟଙ୍କା ମାଗୁଥିବାର ଅଭିଯୋଗ କରିଛି ବିଜେଡି। ଏକ ଅଡିଓରେ ବିଧାୟକ ସିଧାସଳଖ ଟଙ୍କା ମାଗୁଛନ୍ତି ଓ ଏହାର ତଦନ୍ତ ହେବା ଦରକାର ବୋଲି କହିଛି ବିଜେଡି।
Advertisment
ଏପରିକି ଲିଜଧାରୀ ଜଣକ ୨ ଲକ୍ଷ ଟଙ୍କା ଦେଇଥିବାର କହୁଥିବା ଏହି ଅଡିଓରୁ ଜଣାପଡିଛି, ଯାହାର ସତ୍ୟତା ଥିବା ଦାବି କରିଛନ୍ତି ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ । ଏଥିସହ ସେ ବିଧାୟକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ଏହି ଅଭିଯୋଗକୁ ଖଣ୍ଡନ କରି ତାଙ୍କୁ ବଦନାମ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି ବିଧାୟକ ସରୋଜ ପାଢ଼ୀ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
