Advertisment

ମୁହାଁମୁହିଁ ହେଲେ BJP-BJD; ଶୁଭିଲା ଜୟ ଶ୍ରୀରାମ... ଜୟ ଜଗନ୍ନାଥ...

ଦୁଇ ନେତା ନାମାଙ୍କନ ପତ୍ର ଦାଖଲ କରିବା ବେଳେ ସମର୍ଥକଙ୍କ ଭିତରେ ଆରମ୍ଭ ହୋଇଥିଲା ନାରାବାଜୀ। ସମ୍ୱିତ ପାତ୍ରଙ୍କ ସମର୍ଥକ କହିଲେ ଜୟ ଶ୍ରୀରାମ, ଜୟ ଶ୍ରୀରାମ, ମୋଦି ମୋଦି...।

author-image
Manoranjan Sial
ଅଦ୍ୟତନ ହୋଇଛି
BJP

BJP

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି କର୍ମୀ। ଉଭୟଙ୍କ ଭିତରେ ହେଲା ଠେଲାପେଲା। ଆଉ ଜୟ ଶ୍ରୀରାମ, ଜୟ ଜଗନ୍ନାଥ, ମୋଦି ମୋଦି ଓ ନବୀନ ନବୀନ ନାରାରେ କମ୍ପିଲା ପୁରୀ ଜିଲ୍ଲାପାଳଙ୍କ କ୍ୟାମ୍ପସ୍‌। ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପୁରୀ ଏସ୍‌ପି ପହଞ୍ଚି ଉଭୟ ପକ୍ଷଙ୍କୁ ଗଣ୍ଡଗୋଳରୁ ନିବର୍ତ୍ତଇଥିଲେ। ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ୍‌ ପୁଲିସ୍‌ ଫୋନ୍‌ ମୁତୟନ କରାଯାଇଥିଲା।

Advertisment

ଆଜି ଅପରାହ୍ନରେ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଦାଖଲ କରିବା ପାଇଁ ଆସିଥିଲେ। ସାଥୀରେ ଥିଲେ ନିଜ ସମର୍ଥକ। ଶ୍ରୀ ପାତ୍ର ଜିଲ୍ଲାପାଳଙ୍କ ପାଖରେ ନିଜର ନାମାଙ୍କନ ପତ୍ର ଦାଖଲ କରୁଥିଲେ। ଆଉ ନିଜ ସମର୍ଥକ ବାହାରେ ଛିଡ଼ା ହୋଇଥିଲେ। ଠିକ୍‌ ସେହି ସମୟରେ ନିଜ ସମର୍ଥକଙ୍କୁ ଧରି ଜିଲ୍ଲାପାଳଙ୍କ ଅଫିସ୍‌ କ୍ୟାମ୍ପସରେ ପଶିଥିଲେ ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସବର୍ମା। ସେ ପୁରୀ ଏଡିଏମ୍‌ଙ୍କ ଅଫିସ୍‌ରେ ନାମାଙ୍କନପତ୍ର ଦାଖଲ କରିଥିଲେ।

ଦୁଇ ନେତା ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଅଫିସ ଭିତରକୁ ଗଲା ପରେ ସମର୍ଥକଙ୍କ ଭିତରେ ଆରମ୍ଭ ହୋଇଥିଲା ନାରାବାଜୀ। ସମ୍ୱିତ ପାତ୍ରଙ୍କ ସମର୍ଥକ କହିଲେ ଜୟ ଶ୍ରୀରାମ, ଜୟ ଶ୍ରୀରାମ, ମୋଦି ମୋଦି...। ସେପଟେ ସଞ୍ଜୟ ଦାସବର୍ମାଙ୍କ ସମର୍ଥକ କହିଲେ ଜୟ ଜଗନ୍ନାଥ, ଜୟଜନ୍ନାଥ, ନବୀନ ନବୀନ...। ଖାଲି ନାରାରେ କମ୍ପିଲାନି ପରିବେଶ। ଉଭୟ ପକ୍ଷଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଯାଇଥିଲା।

Advertisment

ଘଟଣାସ୍ଥଳରେ ମୁତୟନ ହୋଇଥିବା ପୁଲିସ୍‌ କର୍ମଚାରୀ ଦୁଇ ନେତାଙ୍କ କର୍ମୀଙ୍କୁ ଆୟତ୍ତ କରିପାରି ନଥିଲେ। ଜିଲ୍ଲାପାଳଙ୍କ କ୍ୟାମ୍ପସ ରଣକ୍ଷେତ୍ର ପାଲଟିବା ପୂର୍ବରୁ ଗୋଟିଏ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ଧରି ପହଞ୍ଚିଥିଲେ ପୁରୀ ଏସ୍‌ପି ପିନାକ ମିଶ୍ର। ଦୁଇ ନେତାଙ୍କ ସମର୍ଥକୁ ଦୁଇ ପାର୍ଶ୍ୱକୁ ଆଡ଼େଇ ଠେଲାପେଲାରୁ ନିବର୍ତ୍ତାଇଥିଲେ। ଯାହାଫଳରେ ଗୋଟିଏ ବଡ଼ ଧରଣର ଗଣ୍ଡଗୋଳ ହେବାକୁ ଏଡାଇ ଦିଆଯାଇପାରିଥିଲା। ସୁରକ୍ଷା ଦୃଷ୍ଟିରୁ ଏବେ ୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିଲା।

BjD Bjp Puri