Advertisment

5T ସଚିବ ଓ IT ସଚିବଙ୍କ ସହ ସୁବ୍ରତଙ୍କ ସଂପର୍କ କ’ଣ: ଜୟନାରାୟଣ

‘ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ୍‌ କାରବାରରେ ‘ବଣିକ୍‌’ କୋଚିଂ ସେଣ୍ଟର ସୁବ୍ରତ ଛାଟୋଇଙ୍କର କ’ଣ ସମ୍ପର୍କ ରହିଛି? 5T ସ୍କୁଲକୁ କମ୍ପ୍ୟୁଟର କିଏ ଦେଇଥିଲେ? ସେଥିରେ ସୁବ୍ରତ ଛଟେଇଙ୍କର କିଛି ସମ୍ପର୍କ ଅଛି କି?’

author-image
Manoranjan Sial
ଅଦ୍ୟତନ ହୋଇଛି
Jayanarayan Mishra

Jayanarayan Mishra

ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ୍‌ ଓ ବଣିକ କୋଚିଂ ପ୍ରସଙ୍ଗକୁ ନେଇ ଆଜି ଉଠିଥିଲା ପଡ଼ିଥିଲା ବିଧାନସଭା। ବିରୋଧୀ ବିଜେପି ଓ କଂଗ୍ରେସ ଶାସକ ବିଜେଡିକୁ ଶାଣିତ ଆକ୍ରମଣ କରିଥିଲେ। ‘ବଣିକ୍‌’ କୋଚିଂ ସେଣ୍ଟର ସୁବ୍ରତ ଛାଟୋଇଙ୍କ ସହିତ 5T ସଚିବ ଓ ଆଇଟି ସଚିବଙ୍କ ସହ କ’ଣ ସଂପର୍କ ରହିଛି ବୋଲି ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଗୃହରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ।

Advertisment

ବିଧାନସଭା ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ୍‌ କାରବାରରେ ‘ବଣିକ୍‌’ କୋଚିଂ ସେଣ୍ଟର ସୁବ୍ରତ ଛାଟୋଇଙ୍କର କ’ଣ ସମ୍ପର୍କ ରହିଛି? 5T ସ୍କୁଲକୁ କମ୍ପ୍ୟୁଟର କିଏ ଦେଇଥିଲେ? ସେଥିରେ ସୁବ୍ରତ ଛାଟୋଇଙ୍କର କିଛି ସମ୍ପର୍କ ଅଛି କି? ଛାଟୋଇଙ୍କ ସହିତ 5T ସଚିବ ଓ ଆଇଟି ସଚିବଙ୍କ ସହିତ କ’ଣ ସମ୍ପର୍କ ରହିଛି? ଆଜି ବିଧାନସଭାରେ ଏହି ସବୁ ପ୍ରସଙ୍ଗ ଉଠାଇଥିଲି। ହେଲେ ସରକାର ଉତ୍ତର ଦେବା ପରିବର୍ତ୍ତେ ପ୍ରସଙ୍ଗକୁ ଭ୍ରମିତ କରିବାକୁ ଚାହିଁଥିଲେ। ସେଥିପାଇଁ ଗୃହରେ ସମସ୍ୟା ଦେଖାଦେଇଥିଲା ବୋଲି ଶ୍ରୀ ମିଶ୍ର କହିଥିଲେ।

ଜୟନାରାୟଣଙ୍କ ପରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମଧ୍ୟ ଜାଲ୍‌ ବଲାଙ୍ଗିର ସାର୍ଟିଫିକେଟ ପ୍ରସଙ୍ଗ ଉଠାଇଥିଲେ। ସେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ବିଧାନସଭା ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଥିଲେ, ମୋ ବିରୋଧରେ ଯଦି କିଛି ଫଟୋ କିମ୍ୱା ଅଭିଯୋଗ ଅଛି, ତାହାହେଲେ ତଦନ୍ତ ହେଉ। ଆଉ ମୁଁ ଯାହା ନାଁ ଧରୁଛି, ତାହା ଉପରେ ମଧ୍ୟ ତଦନ୍ତ କରାଯାଉ। ନରସିଂହ ମିଶ୍ରଙ୍କ ନାଁରେ ଅଭିଯୋଗ ରହିଥିବାରୁ ତାଙ୍କ ବିରୋଧରେ ତଦନ୍ତ କରାଯାଉ ବୋଲି ବାଚସ୍ପତି ରୁଲିଂ ଦିଅନ୍ତୁ। ଆଉ ନରସିଂହ ମିଶ୍ର ଯାହା ବିରୋଧରେ ଅଭିଯୋଗ ଆଣିଛନ୍ତି, ତାଙ୍କ ଉପରେ ମଧ୍ୟ ତଦନ୍ତ କରାଯାଉ। ମୁଁ କେବଳ ତଦନ୍ତ ଦାବି କରୁଛି ବୋଲି ନରସିଂହ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ବର୍ତ୍ତମାନର ଗୃହ ରାଷ୍ଟ୍ରମନ୍ତ୍ରୀ, ଜଣେ ପୂର୍ବତନ ମନ୍ତ୍ରୀ ତଥା ବିର୍ତ୍ତମାନର ବିଜେଡି ବିଧାୟକଙ୍କ ଟେଲିଫୋନ୍‌ ଓ ଲାପ୍‌ଟପ୍‌ ଯାଞ୍ଚ କରାଯାଉ। ଏହାଛଡ଼ା ବଲାଙ୍ଗିର ଜିଲ୍ଲାର ଦୁଇ ଜଣେ ପୂର୍ବତନ ବିଜେଡି ଏମ୍‌ପି ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ତଦନ୍ତରେ ଅନ୍ତର୍ଭୁକ୍ତ କରାଯାଉ। ସେମାନଙ୍କ ବିରୋଧରେ ତଦନ୍ତ କରାଯାଉ। ଏହା ଉପରେ ସ୍ପିକର ରୁଲିଂ ଦିଅନ୍ତୁ। ଯିଏ ଦୋଷୀ ବୋଲି ଭାବୁଥିବ, ସିଏ ତଦନ୍ତକୁ ଭୟ କରିବ। ବର୍ତ୍ତମାନ ବଲାଙ୍ଗିରରେ ଯେତେ ସବୁ ଚୋର, ଡକାୟତଙ୍କ ଘର ଭଙ୍ଗା ଯାଉଛି, ସେମାନେ ସବୁ ହେଉଛନ୍ତି ବିଜେଡି ନେତା। ଯେତେସବୁ କଫସିରପ୍‌ ମାମଲାରେ ଧରାପଡ଼ିଛନ୍ତି, ସେମାନେ ସମସ୍ତେ ବିଜେଡି ନେତା। ସେକଥାକୁ କାହିଁକି ସେମାନେ ଖଣ୍ଡନ କଲେ ନାହିଁ? ଥରେ ନୁହେଁ ମୁଁ ବାରମ୍ୱାର କହିଛି ବୋଲି ନରସିଂହ ମିଶ୍ର କହିଥିଲେ।

BjD Bjp Balangir